Advertisment

ବିଲରେ ୫୦ ଫୁଟ୍ ତଳକୁ ଧସିଲା ମାଟି; ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ

ଅନୁଗୋଳ: ତାଳଚେର ପୌରାଞ୍ଚଳର ୧୮ ନଂ ୱାର୍ଡ ଅନ୍ତର୍ଗତ ଦେଉଳବେଡ଼ା ତେଲି ସାହିର ଚାଷୀମାନେ ଚାଷ କାମ କରିବା ପାଇଁ ବିଲକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ଧାନ ବିଲ ମଝିରେ ଧସ୍‌ ଧସ୍‌ ଆବାଜ୍‌ କରି  ଗୋଲାକୃତି ଆକାରରେ ଏକ ବିରାଟ ଗର୍ତ୍ତ ହୋଇଗଲା। ଚାଷୀମାନେ ଯାଇ ଦେଖିଲା ବେଳକୁ ଗୋଲାକୃତି ଆକାରରେ ବିଲ ମାଟି ଧସି ଏକାଥରେ ୫୦ ଫୁଟ୍ ତଳକୁ ଗଳିପଡ଼ିଛି। ତେବେ କୋଇଲା ଖୋଳି ନେବା ପରେ ଠିକ୍‌ ଭାବେ ବାଲି […]

ବିଲରେ ୫୦ ଫୁଟ୍ ତଳକୁ ଧସିଲା ମାଟି; ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ

angul

Advertisment

ଅନୁଗୋଳ: ତାଳଚେର ପୌରାଞ୍ଚଳର ୧୮ ନଂ ୱାର୍ଡ ଅନ୍ତର୍ଗତ ଦେଉଳବେଡ଼ା ତେଲି ସାହିର ଚାଷୀମାନେ ଚାଷ କାମ କରିବା ପାଇଁ ବିଲକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ଧାନ ବିଲ ମଝିରେ ଧସ୍‌ ଧସ୍‌ ଆବାଜ୍‌ କରି  ଗୋଲାକୃତି ଆକାରରେ ଏକ ବିରାଟ ଗର୍ତ୍ତ ହୋଇଗଲା। ଚାଷୀମାନେ ଯାଇ ଦେଖିଲା ବେଳକୁ ଗୋଲାକୃତି ଆକାରରେ ବିଲ ମାଟି ଧସି ଏକାଥରେ ୫୦ ଫୁଟ୍ ତଳକୁ ଗଳିପଡ଼ିଛି। ତେବେ କୋଇଲା ଖୋଳି ନେବା ପରେ ଠିକ୍‌ ଭାବେ ବାଲି ଫିଲିଂ ହୋଇନଥିବାରୁ ଏପରି ଗର୍ତ୍ତ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି।

Advertisment

ମାଟି ଦବି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖି ସ୍ଥାନୀ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି। କେଉଁ ପରିସ୍ଥିତିରେ ମାଟି ଦବିଲା, ତାହା ଜଣାପଡ଼ି ନାହିଁ। 

publive-image

ମିଳିଥିବା ସୂଚନା ଅନୁସାରେ, ଏହି ଅଞ୍ଚଳରେ ପୂର୍ବରୁ ମହାନଦୀ କୋଲଫିଲ୍‌ଡ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ହାଣ୍ଡିଧୂଆ ଭୂତଳ କୋଇଲାଖଣି ରହିଥିଲା। ଏଠାରେ କୋଇଲା ଉତ୍ତୋଳନ ପରେ ଏମ୍‌ସିଏଲ୍‌ ଠିକ୍‌ ଭାବେ ବାଲି ଫିଲିଂ କରିନାହିଁ। ଯେଉଁଥିପାଇଁ ମାଟି ତଳେ ଫମ୍ପା ରହିଥିଲା। ଯାହାଫଳରେ ମାଟି ଦବି ଯାଇ ବିରାଟକାୟ ଗର୍ତ୍ତ ସୃଷ୍ଟି ହେଉଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଗାଁ ଲୋକେ ଡେରା-ହାଣ୍ଡିଧୁଆ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ MCL ଅଧିକାରୀ ଓ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଛନ୍ତି।

Advertisment

publive-image

ପୂର୍ବରୁ ଠିକ୍‌ ସେମିତି ତାଳଚେର ଥାନା ନିକଟରେ ଏକ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଜିଲ୍ଲା ପ୍ରଶାସନ ଓ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ