/odishatv-khabar/media/post_attachments/uploadimage/library/16_9/16_9_0/puri-1-1_1625943695.jpg)
puri 1
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିରାଜିଛନ୍ତି ଚତୁର୍ଦ୍ଧା ମୂରତି। ଶ୍ରୀଜିଉଙ୍କ ସ୍ନାନନୀତି ଓ ହାତୀବେଶ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଏଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।
Advertisment
ଅନ୍ୟପକ୍ଷେ, ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ସାରା ସହରରେ ୪୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ୩ ଜଣ କମାଣ୍ଡାଣ୍ଟ, ୯ଜଣ ଡେପୁଟି କମାଣ୍ଡାଣ୍ଟ, ୧୬ଜଣ ଡିଏସ୍ପି ଓ ୨୨୪ ଅଫିସର ଦାୟିତ୍ୱରେ ରହିଛନ୍ତି।
ସେହିପରି ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ପୁରୀ ସହରକୁ ୪ଟି ଜୋନ୍ରେ ବିଭକ୍ତ କରାଯାଇଛି। ଭକ୍ତମାନେ ଆସୁଥିବା ଗାଡ଼ିକୁ ଜଗନ୍ନାଥ ବଲ୍ଲଭ, ଜିଲ୍ଲା ସ୍କୁଲ, ଏସ୍ସିଏସ୍ କଲେଜ ପାର୍କିଂରେ ରଖିବେ।
Advertisment
ଆହୁରି ମଧ୍ୟ ପଢ଼ନ୍ତୁ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ; ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)