k
ଭୁବନେଶ୍ୱର: ଶିକ୍ଷା ଆଲୋକ ଦେଖାଇ ଦେଶର ଭବିଷ୍ୟତ ଗଢ଼ୁଥିବା ଗୁରୁ ଆଜି ରାଜରାସ୍ତାରେ ଭିକାରୀ ସାଜିଛନ୍ତି। ପେଟକୁ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ଭିକ ମାଗୁଛନ୍ତି ସରକାରୀ ଶିକ୍ଷୟତ୍ରୀ ଅନୁପମା ବିଶ୍ୱାଳ। ଜଣେ ଶିକ୍ଷୟତ୍ରୀଙ୍କ ଏ ଅବସ୍ଥା ହେଲା କିପରି ? ଆପଣଙ୍କର ମନରେ ଏପରି ପ୍ରଶ୍ନ ଆସୁଥିବ ନିଶ୍ଚୟ।
ତେବେ ପଢ଼ନ୍ତୁ ପୂରା କାହାଣୀ...
ଅଢ଼େଇ ବର୍ଷ ହେଲାଣି ଦରମା ନପାଇ ଅତି ଦୟନୀୟ ସ୍ଥିତିରେ ଚଳୁଛନ୍ତି ଅନୁଗୁଳ ମ୍ୟୁନିସପାଲିଟି ସ୍କୁଲର ଅନୁପମା ବିଶ୍ୱାଳ। ସରକାରୀ ବ୍ୟବସ୍ଥା ଉପରୁ ଭରସା ତୁଟିବା ପରେ ଏକ ଅଭିନବ ଉପାୟରେ ରାଜଧାନୀ ରାଜରାସ୍ତାରେ ନ୍ୟାୟ ଭିକ୍ଷା କରୁଛନ୍ତି ଅନୁପମା। ଏପରି ଢଙ୍ଗରେ ଶିକ୍ଷୟତ୍ରୀଜଣକ ଚଳିବା ପାଇଁ ଟଙ୍କା ମାଗୁଥିବାବେଳେ ଜଣେ ଯୁବତୀଙ୍କ ନଜରକୁ ଆସିଥିଲେ।
ଅନୁପମାଙ୍କ କହିବା ଅନୁଯାୟୀ, ସେ ୩୩ ବର୍ଷ ଚାକିରି କାଳ ମଧ୍ୟରେ ୧୯ଥର ବଦଳି ହେ।ଇଥିବା ବେଳେ ୩ଥର ସେସ୍ପେଣ୍ଡ ହେ।ଇଛନ୍ତି। ସେ ୨୦୧୮ ମସିହା ନଭେମ୍ବର ମାସରେ ନବୀନ ନିବାସ ଆଗରେ ବସିଥିଲେ। କିନ୍ତୁ ପୁଲିସ୍ ସେଠାରୁ ତାଙ୍କୁ ତଡ଼ି ଦେଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନର ବିଭିନ୍ନ ସ୍ତରରେ ଗୁହାରି କଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନଥିଲା। ଅଳ୍ପ ଦିନ ଚାକିରି କାଳ ଥିବାରୁ ତାଙ୍କୁ ଦରମା ନମିଳିବାରୁ ବହୁ କଷ୍ଟରେ ନିଜର ଗୁଜୁରାଣ ମେଣ୍ଟାଉଥିବା କହିଛନ୍ତି ଅନୁପମା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/k-1_1627108191.jpg)