kusum
ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ସୁନ୍ଦରଗଡ଼ର ନେତ୍ରୀ କୁସୁମ ଟେଟେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
ଗଣମାଧ୍ୟମରେ ନିଜର ଇସ୍ତଫା ପ୍ରସଙ୍ଗରେ ଘୋଷଣା କରିବା ବେଳେ କୁସୁମ ନିଜ କୋହ ସମ୍ବରଣ କରିପାରି ନଥିଲେ। ୫ ବର୍ଷ କାଳ ଦଳ ତାଙ୍କୁ ଚାକର ଭଳି ଖଟାଇଥିବା କୁସୁମ କହିଛନ୍ତି। ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବା କଥା ମିଛ ବୋଲି ସେ କହିଛନ୍ତି। ତେବେ କଂଗ୍ରେସ ଦଳରୁ ଆସିଥିବା ଯୋଗେଶ ସିଂହଙ୍କୁ ବିଜେଡି ଟିକେଟ୍ ମିଳିବାକୁ ସେ ବିରୋଧ କରିଛନ୍ତି। ଯେଉଁ ବ୍ୟକ୍ତି ସୁନ୍ଦରଗଡ଼ ପ୍ରତି ଅବହେଳା କରିଛନ୍ତି, ତାଙ୍କ ସପକ୍ଷରେ ମୁଁ ପ୍ରଚାର କରିପାରିବି ନାହିଁ ବୋଲି କୁସୁମ ଇସ୍ତଫା ପତ୍ରରେ ଲେଖିଛନ୍ତି।
୨୦୧୪ ବିଧାନସଭା ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା କୁସୁମ, ଯୋଗେଶଙ୍କଠାରୁ ପରାସ୍ତ ହୋଇଥିଲେ। ତେବେ କିଛିଦିନ ତଳେ ଯୋଗେଶ ବିଜେଡିକୁ ଆସିବା ପରେ କୁସୁମଙ୍କୁ ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦେଇ ଥଇଥାନ କରାଯାଇଥିଲା। ଏହି ପଦବୀରେ ତାଙ୍କୁ ୨ ବର୍ଷ ପାଇଁ ନିଯୁକ୍ତି ମିଳିଥିଲେ ବି ସେ ଗତ ରବିବାର ଦିନ ଇସ୍ତଫା ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kusum-12_1626758417.jpg)