Advertisment

କୁନ୍ଦୁଲି ଗଣଦୁର୍ଷ୍କମ ମାମଲା : କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ SIT ଟିମ୍‌ର ବୈଠକ

କୋରାପୁଟ  : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଏବଂ ଆତ୍ମହତ୍ୟା ମାମଲାରେ SIT ଟିମ୍‌ର ବୈଠକ ହୋଇଯାଇଛି। କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ତିନି ରେଞ୍ଜର ଡିଆଇଜି ସଫିନ୍ ଅହମ୍ମଦ କେ, ସତ୍ୟବ୍ରତ ଭୋଇ ଏବଂ ହିମାଂଶୁ ଲାଲ୍ ଯୋଗଦେଇଥିଲେ। ଏହି ବୈଠକରେ ପୀଡ଼ିତାଙ୍କ ମାଆ ଏବଂ ଭାଇଙ୍କୁ ଡାକି ଆଲୋଚନା କରିଛନ୍ତି ଅଧିକାରୀ । ହାଇକୋର୍ଟ SIT ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଆଜି ମାମଲାର ପ୍ରଥମ ବୈଠକ ବସିଥିଲା । ମାଆ […]

କୁନ୍ଦୁଲି ଗଣଦୁର୍ଷ୍କମ ମାମଲା : କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ SIT ଟିମ୍‌ର ବୈଠକ

SIT

Advertisment

କୋରାପୁଟ  : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଏବଂ ଆତ୍ମହତ୍ୟା ମାମଲାରେ SIT ଟିମ୍‌ର ବୈଠକ ହୋଇଯାଇଛି। କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ତିନି ରେଞ୍ଜର ଡିଆଇଜି ସଫିନ୍ ଅହମ୍ମଦ କେ, ସତ୍ୟବ୍ରତ ଭୋଇ ଏବଂ ହିମାଂଶୁ ଲାଲ୍ ଯୋଗଦେଇଥିଲେ। ଏହି ବୈଠକରେ ପୀଡ଼ିତାଙ୍କ ମାଆ ଏବଂ ଭାଇଙ୍କୁ ଡାକି ଆଲୋଚନା କରିଛନ୍ତି ଅଧିକାରୀ ।

Advertisment

ହାଇକୋର୍ଟ SIT ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଆଜି ମାମଲାର ପ୍ରଥମ ବୈଠକ ବସିଥିଲା । ମାଆ ଓ ଭାଇଙ୍କୁ ଘଟଣା ସଂପର୍କରେ ପଚାରିଛନ୍ତି । ତେବେ ତିନି ବର୍ଷ ପରେ ବି ନ୍ୟାୟ ନ ମିଳିଥିବାରୁ ଦୁହେଁ ଅସନ୍ତୋଷ ପ୍ରକାଶ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣିଥରେ ତଦନ୍ତ କରାଯାଉଥିବାରୁ ନ୍ୟାୟ ମିଳିବ ବୋଲି ଦୁହେଁ ଆଶାବ୍ୟକ୍ତ କରିଛନ୍ତି। ଏହାସହ ବୈଠକରେ ପଟାଙ୍ଗି ଥାନାର ତତ୍କାଳୀନ ଆଇଆଇସି ଦେବକୁମାର ଗମାଙ୍ଗୋଙ୍କୁ ପଚରାଉଚରା କରିଛନ୍ତି ତିନି ଅଧିକାରୀ।

କୁନ୍ଦୁଲି ଗଣଦୁର୍ଷ୍କମ ଏବଂ ଆତ୍ମହତ୍ୟା ମାମଲାର ତଦନ୍ତ କରିବାକୁ ତିନିଜଣିଆ ଏସ୍ଆଇଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। କୁନ୍ଦୁଲି ସମ୍ପର୍କିତ ଏକାଧିକ ମାମଲାର ଏକକାଳୀନ ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ଦାବିରେ ଏକାଧିକ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ମାଙ୍କ ପକ୍ଷରୁ ମଧ୍ୟ ଅନୁରୂପ ମାମଲା ଦାୟାର କରାଯାଇଛି। ୧୦ ଅକ୍ଟୋବର ୨୦୧୭ରେ କୁନ୍ଦୁଲି ପୀଡ଼ିତାଙ୍କ ସହ ଦୁର୍ଷ୍କମ ହୋଇଥିଲା। ଘଟଣାର ବିଚାର ବିଭାଗୀୟ ଓ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ତଦନ୍ତ ଆଉ ଖୋଳତାଡ଼ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପୀଡ଼ିତା। ଏହି ସମୟରେ ତାଙ୍କ ସହ ହୋଇଥିବା ଅନ୍ୟାୟ ପାଇଁ ବ୍ୟବସ୍ଥାକୁ ଦାୟୀ କରିଥିଲେ ପରିବାର ଲୋକେ । ଶେଷରେ ୨୦୧୮, ଜାନୁୟାରୀ ୨୨ରେ ଝୁଲନ୍ତା ଅବସ୍ଥାରେ ଘରୁ ପୀଡ଼ିତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ୍ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ