Advertisment

କୋଟିଆ: କୋର୍ଟରେ ବଳିଷ୍ଠ ଯୁକ୍ତି ରଖିବେ ରାଜ୍ୟ ସରକାର?

ସୁପ୍ରିମକୋର୍ଟରେ କୋଟିଆ ମାମଲାରେ ବଳିଷ୍ଠ ଯୁକ୍ତି ରଖିବେ ରାଜ୍ୟ ସରକାର। କୋଟିଆକୁ ନିଜର ବୋଲି ଦର୍ଶାଇବା ସହ ସମସ୍ତ କାଗଜପତ୍ର କୋର୍ଟରେ ସରକାର ଦାଖଲ କରିବେ ବୋଲି ଜଣାଯାଇଛି। ତେବେ ଏନେଇ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିବା ଜଣାଯାଇଛି। କୋଟିଆକୁ ନେଇ ଥିବା ସମସ୍ତ ଦସ୍ତାବିଜ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛିା

କୋଟିଆ: କୋର୍ଟରେ ବଳିଷ୍ଠ ଯୁକ୍ତି ରଖିବେ ରାଜ୍ୟ ସରକାର?

kotia

Advertisment

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କୋଟିଆ ମାମଲାରେ ବଳିଷ୍ଠ ଯୁକ୍ତି ରଖିବେ ରାଜ୍ୟ ସରକାର। କୋଟିଆକୁ ନିଜର ବୋଲି ଦର୍ଶାଇବା ସହ ସମସ୍ତ କାଗଜପତ୍ର କୋର୍ଟରେ ସରକାର ଦାଖଲ କରିବେ ବୋଲି ଜଣାଯାଇଛି। ତେବେ ଏନେଇ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିବା ଜଣାଯାଇଛି। କୋଟିଆକୁ ନେଇ ଥିବା ସମସ୍ତ ଦସ୍ତାବିଜ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛିା

Advertisment

ଗଞ୍ଜେଇପଦର, ପାଟୁ ସିନେରି, ଫଗୁଣ ସିନେରୀ ଭଳି ଅଞ୍ଚଳ କେରାପୁଟ ଜିଲ୍ଲାରେ ଅନ୍ତର୍ଭୁକ୍ତ। ଏହାକୁ ନେଇ ୧୯୬୯ ମସିହାର ରେକର୍ଡ ପତ୍ର ଏକାଠି କରିବାକୁ କୁହାଯାଇଛି। ଏହାସହ ଆବଶ୍ୟକୀୟ କାଗଜପତ୍ରକୁ ବି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି। ଆସନ୍ତା ୧୯ରେ ସୁପ୍ରିମକୋର୍ଟରେ କୋଟିଆ ମାମଲାର ପରବର୍ତ୍ତି ଶୁଣାଣି ରହିଛି। ଏହାକୁ ନେଇ ସୁପ୍ରିମକୋର୍ଟ AORଙ୍କ ସହ ଆସନ୍ତା ୧୭ରେ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା ରହିଛି। ଏଥିରେ ରାଜସ୍ୱ ବିଭାଗର ପ୍ରମୁଖ ସଚିବଙ୍କ ସହ ଆଇନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

ପୂର୍ବ ଶୁଣାଣିରେ ସର୍ବୋଚ୍ଚ ଅଦାଲତ ମାମଲାକୁ ନେଇ ଆନ୍ଧ୍ରକୁ ଜବାବ ତଲବ କରିଛନ୍ତି ଅଦାଲତ। କୋଟିଆରେ ଆନ୍ଧ୍ର ଜବରଦସ୍ତି ଅନୁପ୍ରବେଶ କରି ଗତ ୧୩ ତାରିଖରେ ପଞ୍ଚାୟତ ନିର୍ବାଚନ କରାଇସାରିଛି। ଓଡ଼ିଶା ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରି କୋର୍ଟର ଦ୍ୱାରସ୍ତ ହୋଇଛନ୍ତି।

Advertisment

ତେବେ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ କୋଟିଆକୁ ନେଇ ଶୁଣାଣି କରି ଆନ୍ଧ୍ରକୁ ନୋଟିସ ଜାରି କରିଛନ୍ତି କୋର୍ଟ। ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର ଆବେଦନ ଉପରେ ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ତେବେ ଆସନ୍ତା ଶୁକ୍ରବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି।

କୋଟିଆର ବିବାଦୀୟ ୩ଟି ଗାଁ ଓଡ଼ିଶାର ନା ଆନ୍ଧ୍ରର ତାହାକୁ ନେଇ ଥମୁନି ଚର୍ଚ୍ଚା। ପ୍ରକୃତରେ ଏ ଅଞ୍ଚଳ କାହାର? ତାକୁ ନେଇ ଗତ ୧୨ ତାରିଖରେ ସୁପ୍ରିମକୋର୍ଟ ଶୁଣାଣି କରିବାର ଦିନ ଧାର୍ଯ୍ୟ ହୋଇଥିଲା। କୋଟିଆର ୩ ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରୁଥିବାରୁ ସୁପ୍ରିମକୋର୍ଟ ଯାଇଛନ୍ତି ଓଡ଼ିଶା ସରକାର। ସୀମା ବିବାଦକୁ ନେଇ କୋର୍ଟଙ୍କ ପୂର୍ବ ରାୟକୁ ଆନ୍ଧ୍ର ମାନିନଥିବାରୁ ଓଡ଼ିଶା ଅଦାଲତ ଅବମାନନା ମାମଲା ଦାଏରକୁ ବିଚାର ପାଇଁ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ।

Advertisment

ମୋଟ୍ ଉପରେ କହିବାକୁ ଗଲେ, ଆସନ୍ତା ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିବାର ଦିନ ଧାର୍ଯ୍ୟ ହୋଇଛି। ଆଉ କୋର୍ଟ କେଉଁ ରାୟ ଦେବେ ତାହା ଉପରେ ନଜର ରହିଛି। ପୂର୍ବରୁ କୋଟିଆକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ଘଟଣା ସାମ୍ମାକୁ ଆସିଛି।

Andhra Odisha Border Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ