Advertisment

କୋଟିଆ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ପକ୍ଷ ରଖିଲେ ରାଜ୍ୟ ସରକାର

କୋଟିଆକୁ ଓଡ଼ିଶାର ସାବ୍ୟସ୍ତ ଲାଗି ରହିଛି ପର୍ଯ୍ୟାପ୍ତ ପ୍ରମାଣ ସୁପ୍ରିମକୋର୍ଟରେ ପକ୍ଷ ରଖିଲେ ରାଜ୍ୟ ସରକାର ଆନ୍ଧ୍ର ଭୁଲ ତଥ୍ୟ ଦେବା ସହ ନିର୍ଦ୍ଦେଶର ଅବମାନନା କରିଥିବା ଜଣାଇଲେ ଆନ୍ଧ୍ରର ସତ୍ୟପାଠ ଉପରେ ୪ ସପ୍ତାହରେ ଉତ୍ତର ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଭୁବନେଶ୍ୱର: କୋଟିଆକୁ ଓଡ଼ିଶାର ଅଂଶ ସାବ୍ୟସ୍ତ ଲାଗି ପର୍ଯ୍ୟାପ୍ତ ରହିଛି। ଆଜି ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି ରାଜ୍ୟ ସରକାର। ଅନ୍ୟପକ୍ଷରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଭୁଲ ତଥ୍ୟ ଦିଆଯାଇଥିବା ଓଡ଼ିଶା କୋର୍ଟଙ୍କ […]

କୋଟିଆ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ପକ୍ଷ ରଖିଲେ ରାଜ୍ୟ ସରକାର

kotia

Advertisment
  • କୋଟିଆକୁ ଓଡ଼ିଶାର ସାବ୍ୟସ୍ତ ଲାଗି ରହିଛି ପର୍ଯ୍ୟାପ୍ତ ପ୍ରମାଣ
  • ସୁପ୍ରିମକୋର୍ଟରେ ପକ୍ଷ ରଖିଲେ ରାଜ୍ୟ ସରକାର
  • ଆନ୍ଧ୍ର ଭୁଲ ତଥ୍ୟ ଦେବା ସହ ନିର୍ଦ୍ଦେଶର ଅବମାନନା କରିଥିବା ଜଣାଇଲେ
  • ଆନ୍ଧ୍ରର ସତ୍ୟପାଠ ଉପରେ ୪ ସପ୍ତାହରେ ଉତ୍ତର ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ
Advertisment

ଭୁବନେଶ୍ୱର: କୋଟିଆକୁ ଓଡ଼ିଶାର ଅଂଶ ସାବ୍ୟସ୍ତ ଲାଗି ପର୍ଯ୍ୟାପ୍ତ ରହିଛି। ଆଜି ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି ରାଜ୍ୟ ସରକାର। ଅନ୍ୟପକ୍ଷରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଭୁଲ ତଥ୍ୟ ଦିଆଯାଇଥିବା ଓଡ଼ିଶା କୋର୍ଟଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛି। ସେହିପରି ପଞ୍ଚାୟତ ନିର୍ବାଚନ କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର କେମିତି ଅବମାନନା କରାଯାଇଛି ତାହା ସମ୍ପର୍କରେ ବି ଓଡ଼ିଶା କୋର୍ଟଙ୍କୁ ଜଣାଇଛି। ତେବେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ଜବାବ ଦାଖଲ ଲାଗି ସୁପ୍ରିମକୋର୍ଟ, ଓଡ଼ିଶାକୁ ୪ ସପ୍ତାହ ସମୟ ଦେଇଛନ୍ତି। ଏଣେ କୋଟିଆ ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି ବିରୋଧୀ।

ସୁପ୍ରିମକୋର୍ଟରେ କୋଟିଆ ମାମଲାରେ ଶୁଣାଣି ବେଳେ ଆଜି ପକ୍ଷ ରଖିଥିଲା ଓଡ଼ିଶା। ତେବେ ଆନ୍ଧ୍ର ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ଜବାବ ରଖିବା ଲାଗି ଓଡ଼ିଶାକୁ ୪ ସପ୍ତାହ ସମୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ଓଡ଼ିଶା ପକ୍ଷରୁ ମାମଲା ଲଢୁଥିବା ଆଡଭୋକେଟ୍ ଅନ୍ ରେକର୍ଡ ଶିବଶଙ୍କର ମିଶ୍ର କହିଛନ୍ତି, କୋଟିଆ ଉପରେ ଅଧିକାର ସାବ୍ୟସ୍ତ ଲାଗି ଆନ୍ଧ୍ର ମାତ୍ର ୪-୫ଟି ଫଟୋ ଦେଖାଇଛି,ମାତ୍ର ଆମ ପାଖରେ ପୁରା ଆଲବମ୍ ରହିଛି। କୋଟିଆ ଓଡ଼ିଶାର ଅଂଶ ହୋଇଥିବା ନେଇ ୧୯୩୬ ମସିହା ପରର ସବୁ ଦସ୍ତାବିଜ ରାଜ୍ୟ ସରକାରଙ୍କ ପାଖରେ ଅଛି ଓ ଏହାକୁ କୋର୍ଟରେ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Advertisment

କୋର୍ଟରେ ଓଡ଼ିଶା ପକ୍ଷରୁ ଲଢୁଥିବା ଆଇନଜୀବୀ ଶିବଶଙ୍କର ମିଶ୍ର କହିଛନ୍ତି ଯେ, ଆମ ପାଖରେ ବହୁତ ଦସ୍ତାବିଜ୍ ରହିଛି। ଆମକୁ ୪ ସପ୍ତାହ ସମୟ ଦେଇଛନ୍ତି କୋର୍ଟ ଆଉ କାଗଜପତ୍ର ଦାଖଲ କରିବା ପରେ ଶୁଣାଣି ହେବ। ୧୯୩୬ ପରର ସମସ୍ତ ରେକର୍ଡ ଆମ ପାଖରେ ଅଛି, କେବଳ ଏହା ନୁହେଁ ଅନେକ ଫଟୋ ଥିବା କଥା ମଧ୍ୟ ଶ୍ରୀ ମିଶ୍ର କହିଛନ୍ତି।

ଏପଟେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ବିଜେପି ନେତା ମୋହନ ମାଝୀ କହିଛନ୍ତି ଯେ, ସୁନ୍ଦରଗଡ଼ରେ ଯେମିତି ରାଜ୍ୟ ସରକାର ଡେରା ପକାଇଲେ, ସେମିତି ଯାଇଁ କୋଟିଆରେ ଡେରା ପକାନ୍ତୁ। ମାତ୍ର ୫ ମିନିଟ୍‌ରେ ସବୁ ସମସ୍ୟା ସମାଧାନ ହୋଇଯିବ। ସେପଟେ, କୋରାପୁଟର କଂଗ୍ରେସ ସାସଂଦ ସପ୍ତଗିରି ଉଲାକା କହିଛନ୍ତି ଯେ, ସ୍ଥାନୀୟ ଏମିପିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ସେଠାକୁ ଯାଆନ୍ତୁ। ଆମେ ଯାହା ସାହାଯ୍ୟ କରିବା ଦରକାର ନିଶ୍ଟୟ କରିବୁ। ଆଉ ଏହାର ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ କୋଟିଆ ପ୍ରସଙ୍ଗ କୋର୍ଟରେ ବିଚାରଧୀନ ରହିଛି। ତେଣୁ ସେ ବାବଦରେ ମୁଁ ବେଶିକିଛି କହିବି ନାହିଁ । ମୋର ବିଶ୍ୱାସ ରହିଛି ଆମେ ନ୍ୟାୟ ନିଶ୍ଚୟ ପାଇବୁ।

Advertisment

ସେପଟେ କୋଟିଆ ପ୍ରସଙ୍ଗ ନେଇ ପୁଣି ରାଜ୍ୟ ସରକାରଙ୍କୁ ଘେରିବାକୁ ଭୁଲିନାହାନ୍ତି ବିରୋଧୀ। ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ସହିତ କଥା ହୁଅନ୍ତୁ। ନିଜେ କୋଟିଆ ଯାଆନ୍ତୁ। ତା ହେଲେ ସମସ୍ୟାର ସମାଧାନ ହୋଇପାରିବ। ଆଉ ସମାନ କଥା ଦୋହରାଇଛନ୍ତି କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା। ସେପଟେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ସୁପ୍ରିମକୋର୍ଟରେ ମାମଲା ଅଛି। ଆଶା କରୁଛୁ, ଆମକୁ ନିଶ୍ଚିୟ ନ୍ୟାୟ ମିଳିବ।

କେବଳ କୋରାପୁଟ କି କୋଟିଆ ନୁହେଁ, ସୀମାବର୍ତ୍ତୀ ଅନ୍ୟ ଜିଲ୍ଲାର ଗାଁ ଉପରେ ମଧ୍ୟ ଆଖି ପକାଇଛି ଆନ୍ଧ୍ର ପ୍ରଶାସନ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ମୋଇଲଠାରେ ଆନ୍ଧ୍ର ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଛି। ତେବେ ଗଜପତି ଜିଲ୍ଲା ପ୍ରଶାସନ ସେଠାରେ ପହଞ୍ଚି କାମ ବନ୍ଦ କରିବା ସହ ଏଥିରେ ବ୍ୟବହୃତ ସାମଗ୍ରୀ ଜବତ କରିଛି। ସେହିପରି ରାୟଗଡା ଜିଲ୍ଲାର ସାନଲୁକୁଟି ଗାଁ ନିକଟରେ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାର ପୋଲ ତିଆରି କରୁଥିବା ଜଣାପଡିଛି। ତେବେ ବ୍ରିଜ୍ ଯେଉଁଠି ହେଉଛି ତାହା ଆନ୍ଧ୍ର ଅଞ୍ଚଳ ବୋଲି ରାୟଗଡା ତହସିଲଦାର କହିଛନ୍ତି।

style="text-align: justify;">

Andhra Odisha Border Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ