Advertisment

ପାରାଦୀପ ବନ୍ଦରରେ ୭ଟି ଜାହାଜ ଉପରେ କଟକଣା ଲାଗୁ

ପାରାଦୀପ (ରମାକାନ୍ତ ନାୟକ): କରୋନା ଭାଇରସ ସଂକ୍ରମଣ ଆଶଙ୍କାରେ ପାରାଦୀପ ବନ୍ଦରରେ ୭ଟି ଜାହାଜ ଉପରେ କଟକଣା ଲାଗୁ କରାଯାଇଛି। ଚୀନ୍, ହଂକଂ ଓ ସିଙ୍ଗାପୁରରୁ ଆସିଥିବା ଜାହାଜ ଉପରେ କଟକଣା ଲାଗୁ କରାଯାଇଛି। ଏହି ଜାହାଜ ଗୁଡ଼ିକୁ ପୋର୍ଟ ଭିତରକୁ ପ୍ରବେଶ କରି ପଣ୍ୟ ବୋଝେଇ ଓ ଖଲାସ ପାଇଁ ଅନୁମତି ଦିଆଯାଇଛି। ହେଲେ କ୍ରିଉ ମେମ୍ବର ଜାହଜରୁ ତଳକୁ ଓହ୍ଲାଇବାକୁ ମନା କରାଯାଇଛି। ଅନ୍ୟ ବିଦେଶୀ ଜାହାଜର କ୍ରିଉ ମେମ୍ବର ମାନଙ୍କୁ ପାରାଦୀପରେ ଓହ୍ଲାଇବାକୁ […]

ପାରାଦୀପ ବନ୍ଦରରେ ୭ଟି ଜାହାଜ ଉପରେ କଟକଣା ଲାଗୁ

paradeep

Advertisment

ପାରାଦୀପ (ରମାକାନ୍ତ ନାୟକ): କରୋନା ଭାଇରସ ସଂକ୍ରମଣ ଆଶଙ୍କାରେ ପାରାଦୀପ ବନ୍ଦରରେ ୭ଟି ଜାହାଜ ଉପରେ କଟକଣା ଲାଗୁ କରାଯାଇଛି। ଚୀନ୍, ହଂକଂ ଓ ସିଙ୍ଗାପୁରରୁ ଆସିଥିବା ଜାହାଜ ଉପରେ କଟକଣା ଲାଗୁ କରାଯାଇଛି। ଏହି ଜାହାଜ ଗୁଡ଼ିକୁ ପୋର୍ଟ ଭିତରକୁ ପ୍ରବେଶ କରି ପଣ୍ୟ ବୋଝେଇ ଓ ଖଲାସ ପାଇଁ ଅନୁମତି ଦିଆଯାଇଛି। ହେଲେ କ୍ରିଉ ମେମ୍ବର ଜାହଜରୁ ତଳକୁ ଓହ୍ଲାଇବାକୁ ମନା କରାଯାଇଛି।

Advertisment

ଅନ୍ୟ ବିଦେଶୀ ଜାହାଜର କ୍ରିଉ ମେମ୍ବର ମାନଙ୍କୁ ପାରାଦୀପରେ ଓହ୍ଲାଇବାକୁ ଅନୁମତି ଥିଲେ ସୁଧା ସ୍କାନର ଦ୍ୱାରା ସେମାନଙ୍କୁ ଭଲ ଭାବରେ ଯାଞ୍ଚ କରାଯାଉଛି । ଗତ ୨୭ ତାରିଖରେ କରୋନା ଭାଇରସ ନେଇ ଆଡଭାଇଜରି ଜାରି ହେବାଠାରୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏଭଳି ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି। ପୋର୍ଟ ହସ୍ପିଟାଲରେ ସ୍ୱତନ୍ତ୍ର ଆଇସୋଲେଟେଡ୍ କକ୍ଷ ଖୋଲିଛନ୍ତି। ପାରାଦୀପକୁ ଆସୁଥିବା ସମସ୍ତ ଜାହାଜକୁ ପୋର୍ଟ ଆଙ୍କରେଜ୍ ଏରିଆରୁ ଯାଞ୍ଚ କରାଯାଇ ବର୍ଥିଙ୍ଗ୍ ପାଇଁ ଛଡା ଯାଉଛି।

ସୂଚନାଯୋଗ୍ୟ, କରୋନା ଭାଇରସନେଇ ରାଜ୍ୟସରକାର ଏବେ ଆଲର୍ଟ ଅଛନ୍ତି। ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ର  କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା  ସନ୍ଦେହ ପ୍ରକାଶ ପାଇଛି।  ଫୁଲବାଣୀର ଛାତ୍ର ଜଣକ ଚୀନରେ MBBS କରୁଛନ୍ତି । ସେ ଗତ୧୧ ତାରିଖରେ ଚୀନ୍‌ରୁ ଓଡ଼ିଶା ଫେରିଥିଲେ । ତେବେ ଘରକୁ ଫେରିବା ପରଠୁ ତାଙ୍କର କାଶ, ଥଣ୍ଡା ଲାଗି ରହିଛି। ଏଥିଯୋଗୁ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ଛାତ୍ରଜଣକ କନ୍ଧମାଳ CDMOଙ୍କୁ ଚିଠି ଲେଖିଥିଲେ ।

Advertisment

ଛାତ୍ର ଜଣଙ୍କୁ ଥଣ୍ଡା, କାଶ ଲାଗି ରହି ଥିବାରୁ ବିଭିନ୍ନ ପରୀକ୍ଷା ପାଇଁ କଟକ ଏସ୍‌ସିବି ପଠାଯିବ ବୋଲି ଫୁଲବାଣୀର ସିନିୟର ମେଡିସିନ ସ୍ପେଶାଲିଷ୍ଟ ବିଦ୍ୟାଧର ପାତ୍ର କହିଥିଲେ।

ଅନ୍ୟପକ୍ଷରେ  କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରାଜ୍ୟଶ୍ରୀ ପଟ୍ଟନାୟକ  କହିଛନ୍ତି,“   ଛାତ୍ର ଜଣଙ୍କ  ଜିଲ୍ଲା ହସ୍ପିଟାଲରେ ଅଛନ୍ତି। ତାଙ୍କୁ ‌ଆଇସୋଲେଟେଡ୍ କରି ରଖାଯାଇଛି। ତାଙ୍କ ଠାରେ କରୋନା ଭାଇରସ ଅଛି କି ନାହିଁ ଜଣାପଡ଼ି ନାହିଁ। ଲକ୍ଷଣ ଅନୁଧ୍ୟାନ କରାଯାଉଛି, ପଜିଟିଭ ସିଲେ SCB ପଠାଯିବ। ଯଦି ପଜିଟିଭ୍ ଆସେ, ତାଙ୍କ ସଂସ୍ପର୍ଶରେ ଥିବା ସମସ୍ତଙ୍କର ରକ୍ତ ପରୀକ୍ଷା ହେବ।।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ