Advertisment

Police Arrest Two Notorious Robbers: ପୋଲିସ ହାତରେ ଦୁଇ ଲୁଟେରା; ମୋବାଇଲ ଓ ବାଇକ ଜବତ

କୋରାପୁଟ ପୋଲିସ ହାତରେ ଦୁଇ ଲୁଟେରା। ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟି ନେଇଥିଲେ ମୋବାଇଲ। ଅଭିଯୋଗ ପରେ ତନାଘନା କରି ଧରିଲା ପୋଲିସ। ଦୁଇ ଲୁଟେରାଙ୍କ ଠାରୁ ଗୋଟିଏ ମୋବାଇଲ ଓ ବାଇକ ଜବତ କରାଯାଇଛି।

author-image
Pramod Behera
Police Arrest Two Notorious Robbers

ପୋଲିସ ହାତରେ ଦୁଇ ଲୁଟେରା; ମୋବାଇଲ ଓ ବାଇକ ଜବତ Photograph: (OTV)

ପୋଲିସ ହାତରେ ଦୁଇ ପେଷାଦାର ଲୁଟେରା। କୋରାପୁଟ ଟାଉନ ପୋଲିସ ହାତରେ ଧରାପଡ଼ିଛନ୍ତି ଦୁଇ ଲୁଟେରା। ଗତକାଲି ରାତିରେ ଡ଼ି. ରାମକ୍ରିଷ୍ଣା ନାମକ ବ୍ୟକ୍ତି ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ସରକାରୀ ମହିଳା ମହାବିଦ୍ୟାଳୟ ନିକଟରେ ଦୁଇ ଯୁବକ ବାଇକରେ ଆସି ତାଙ୍କୁ ଅଟକାଇଥିଲେ ଧମକ ଚମକ ଦେବା ସହ ଟଙ୍କା ମାଗିଥିଲେ। ତାଙ୍କ ପାଖରେ ଟଙ୍କା ନ ଥିବାରୁ ଦୃବୃତ୍ତମାନେ ମୋବାଇଲ ଛଡାଇ ନେଇଯାଇଥିଲେ। ଡ଼ି ରାମକ୍ରିଷ୍ଣା ଏନେଇ କୋରାପୁଟ ଟାଉନ ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗକୁ ଆଧାର କରି ଟାଉନ ପୋଲିସ ସିସିଟିଭି ଯାଞ୍ଜ କରି ୨ ଜଣଙ୍କୁ ଗିରଫ କରିଛି। 

Advertisment

ଦୁଇ ଅଭିଯୁକ୍ତ ହେଲେ କରଣ କୁଲଦୀପ ଓ ଅଭିଷେକ ଖର। ଉଭୟଙ୍କ ଘର ଓଡ଼ିଆ ଗୁଡାରେ ବୋଲି ଜଣାପଡିଛ। ପୂର୍ବରୁ ଅଭିଯୁକ୍ତଙ୍କ ନାଁରେ ଏକାଧିକ ମାମଲା ରହିଛି କରଣ କୁଲଦୀପ ନାମରେ କୋରାପୁଟ ଟାଉନ ଥାନାରେ ୬ଟି ମାମଲା ରହିଥିବା ବେଳେ ଅଭିଷେକ ନାମରେ ଟାଉନ ଥାନାରେ ୪ଟି ଓ ସଦର ଥାନାରେ ଗୋଟିଏ ମାମଲା ରହିଛି। ଦୁଇ ଲୁଟେରାଙ୍କ ଠାରୁ ଗୋଟିଏ ମୋବାଇଲ ଓ ବାଇକ ଜବତ କରାଯାଇଛି।

Loot Odisha Crime Odisha News
Advertisment
Advertisment