Advertisment

Student Goes Missing: ନବୋଦୟ ବିଦ୍ୟାଳୟରୁ ଛାତ୍ର ନିଖୋଜ, ସିସି କ୍ୟାମେରାରେ କଏଦ

କୋରାପୁଟ ନବୋଦୟ ବିଦ୍ୟାଳୟରୁ ଛାତ୍ର ନିଖୋଜ। ଅଷ୍ଟମ ଶ୍ରେଣୀର ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। କୋରାପୁଟ ଷ୍ଟେସନରେ ବୁଲୁଥିବା ସିସି କ୍ୟାମେରାରେ କଏଦ। ସ୍କୁଲରୁ କେମିତି ବାହାରକୁ ଆସିଲେ ସ୍ପଷ୍ଟ ହୋଇନାହିଁ।

author-image
Pramod Behera
Student Goes Missing

ନବୋଦୟ ବିଦ୍ୟାଳୟରୁ ଛାତ୍ର ନିଖୋଜ Photograph: (OTV)

କୋରାପୁଟ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରୁ ଛାତ୍ର ନିଖୋଜ। ଗତକାଲି ସଂଧ୍ୟାରୁ ଛାତ୍ର ଜଣକ ନିଖୋଜ ହୋଇଯାଇଥିବା ଜଣାପଡିଛି। କୋରାପୁଟ ସହର ନିକଟ ଲାଣ୍ଡିଗୁଡା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରୁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଗତକାଲିଠାରୁ ନିଖୋଜ ହୋଇଯାଇଛି। 

Advertisment

ଏନେଇ କୋରାପୁଟ ଟାଉନ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଛାତ୍ରଙ୍କ ନାମ ନୈତିକ ସୁନା। ଶୁକ୍ରବାର ସନ୍ଧ୍ୟା ୬ଟାରୁ ଛାତ୍ର ଜଣଙ୍କ ସ୍କୁଲରୁ ନିଖୋଜ ହୋଇଯାଇଥିବା ନେଇ ସ୍କୁଲ କର୍ତ୍ତୃପକ୍ଷ କୋରାପୁଟ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ। 

ସେପଟେ ଶୁକ୍ରବାର ସନ୍ଧ୍ୟା ସମୟରେ ଛାତ୍ର ଜଣକ କୋରାପୁଟ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ବୁଲୁଥିବା ସିସି କ୍ୟାମେରାରୁ ଜଣା ପଡିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ଷ୍ଟେସନ ପୂର୍ବରୁ ଗାନ୍ଧୀ ନଗରର ସ୍ଥିତ ଏକ ଦୋକାନରୁ ଥଣ୍ଡାପାନୀୟ କିଣି ପିଉଥିବା ଦେଖିବାକୁ ମିଳିଛି।ଏହାକୁ ନେଇ କୋରାପୁଟ ଟାଉନ ଥାନା ପକ୍ଷରୁ ଏକ ଟିମ ଜଗଦଲପୁର ଅଭିମୁଖେ ଯାଇଥିବା ସୂଚନା ମିଳିଛି। ଛାତ୍ର ଜଣକ କ୍ୟାମ୍ପସରୁ କିପରି ବାହାରକୁ ଆସିଲେ ଜଣାପଡିନାହିଁ।

Advertisment
  • କୋରାପୁଟ ନବୋଦୟ ବିଦ୍ୟାଳୟରୁ ଛାତ୍ର ନିଖୋଜ 
  • ଅଷ୍ଟମ ଶ୍ରେଣୀର ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି 
  • କୋରାପୁଟ ଷ୍ଟେସନରେ ବୁଲୁଥିବା ସିସି କ୍ୟାମେରାରେ କଏଦ 
  • ସ୍କୁଲରୁ କେମିତି ବାହାରକୁ ଆସିଲେ ସ୍ପଷ୍ଟ ହୋଇନାହିଁ
Odisha News Odisha School Navodaya Vidyalaya
Advertisment
Advertisment