Advertisment

ଯୁଦ୍ଧକାଳୀନ ଭିତ୍ତିରେ ରଥଯାତ୍ରା ପୂର୍ବରୁ ମନ୍ଦିର ମରାମତି କାମ ସରିବ: ଏଏସ୍ଆଇ ଡିଜି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨ରୁ ୩ ଦିନ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୋଣାର୍କ ମନ୍ଦିର। କୋଣାର୍କ ମନ୍ଦିର ପରିଦର୍ଶନ ପରେ ଏହି ସୂଚନା ଦେଇଛନ୍ତି ଏଏସ୍ଆଇ ଡିଜି ଉଷା ଶର୍ମା। ବାତ୍ୟାରେ କୋଣାର୍କ ମନ୍ଦିର ପରିସରରେ ପ୍ରାୟ ୨୦୦ରୁ ଅଧିକ ଗଛ ଉପୁଡ଼ି ପଡ଼ିଛି। ମାତ୍ର ମନ୍ଦିରରେ ଢାଞ୍ଚାଗତ କୌଣସି କ୍ଷତି ହୋଇନାହିଁ ବୋଲି ଏଏସ୍‌ଆଇ ଡିଜିଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଜାଣିବାକୁ ପାଇଛି। ୧୫ ଦିନ ମଧ୍ୟରେ ମନ୍ଦିର ସମ୍ପୂର୍ଣ୍ଣ ସ୍ୱାଭାବିକ ଅବସ୍ଥାକୁ […]

ଯୁଦ୍ଧକାଳୀନ ଭିତ୍ତିରେ ରଥଯାତ୍ରା ପୂର୍ବରୁ ମନ୍ଦିର ମରାମତି କାମ ସରିବ: ଏଏସ୍ଆଇ ଡିଜି

bb

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨ରୁ ୩ ଦିନ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୋଣାର୍କ ମନ୍ଦିର। କୋଣାର୍କ ମନ୍ଦିର ପରିଦର୍ଶନ ପରେ ଏହି ସୂଚନା ଦେଇଛନ୍ତି ଏଏସ୍ଆଇ ଡିଜି ଉଷା ଶର୍ମା।

Advertisment

ବାତ୍ୟାରେ କୋଣାର୍କ ମନ୍ଦିର ପରିସରରେ ପ୍ରାୟ ୨୦୦ରୁ ଅଧିକ ଗଛ ଉପୁଡ଼ି ପଡ଼ିଛି। ମାତ୍ର ମନ୍ଦିରରେ ଢାଞ୍ଚାଗତ କୌଣସି କ୍ଷତି ହୋଇନାହିଁ ବୋଲି ଏଏସ୍‌ଆଇ ଡିଜିଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଜାଣିବାକୁ ପାଇଛି।

୧୫ ଦିନ ମଧ୍ୟରେ ମନ୍ଦିର ସମ୍ପୂର୍ଣ୍ଣ ସ୍ୱାଭାବିକ ଅବସ୍ଥାକୁ ଚାଲି ଆସିବ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି। ସୂର୍ଯ୍ୟମନ୍ଦିର ବୁଲି ସାରି ପୁରୀରେ ଶ୍ରୀମନ୍ଦିରର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲା ଏଏସଆଇ ଟିମ୍। ଅନୁଧ୍ୟାନ ପରେ ଏଏସ୍ଆଇ ଡିଜି କହିଥିଲେ,“ରଥଯାତ୍ରା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଶ୍ରୀମନ୍ଦିର ମରାମତି କାମ ସରିବ। ବରିଷ୍ଠ ପଦାଧିକାରୀମାନେ କ୍ୟାମ୍ପ କରି ମରାମତି କାମର ତଦାରଖ କରିବେ।”

Advertisment

ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା କୋଣାର୍କ ଓ ଶ୍ରୀମନ୍ଦିରର ମରାମତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଚିଠି ଲେଖି ଜଣାଇଥିଲେ।

Right Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ