death
ବଲାଙ୍ଗୀର: ସନ୍ଦେହଜନକ ଅବସ୍ଥାରେ ଭଡାଘରୁ ମିଳିଲା ଯୁବକଙ୍କ ମୃତଦେହ । ମୃତକ ଜଣଙ୍କ ନୟାଗଡ଼ ଶିକ୍ରୀଡ଼ା ଗାଁର ଅବକାଶ ପରିଡ଼ା । ସେ ବଲାଙ୍ଗୀର ସଇଁତଳା ଗୋପବନ୍ଧୁପଡ଼ାରେ ଏକ ଭଡ଼ା ଘରେ ରହୁଥିଲେ ।
ଖବର ଅନୁଯାୟୀ, ଗଲା ଦୁଇଦିନ ହେଲା ଘରର କବାଟ ନଖୋଲିବାରୁ ଏବଂ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଁଛି କବାଟ ଖୋଲିବା ପରେ ଘର ଭିତରେ ଅବକାଶଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲା। ଏଥିସହ ଘର ଛାତରେ ଏକ କପଡା ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲା ପୋଲିସ ।
ଅନ୍ୟପଟେ ପରିବାର ଲୋକେ ପୁଅ ଅବକାଶକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ମୃତକ ଅବକାଶଙ୍କର ଜଣେ ଯୁବତୀଙ୍କ ସହିତ ପ୍ରେମ ସଂପର୍କ ଥିଲା । ତେଣୁ ତାର ମୃତ୍ୟୁ ପୂର୍ବରୁ ଯୁବତୀଙ୍କ ପରିବାର ପଟୁ ନାନା ଧମକ ଆସୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅନ୍ୟପଟେ ଘଟଣାର ତଦନ୍ତ ଚାଲିଥିବା ସୂଚନା ଦେଇଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/death-2_1626697705.jpg)