Advertisment

କିଟ୍ କ୍ୟାମ୍ପସରେ ଖଣ୍ଡଯୁଦ୍ଧର ଖୋଳତାଡ଼ ଜାରି

ଭୁବନେଶ୍ୱର : ଗତ ୨୪ ତାରିଖରେ କିଟ୍‌ରେ ଦେଖିବାକୁ ମିଳିଥିଲା ତୁମୁଳ ସଂଘର୍ଷ । ରଣକ୍ଷେତ୍ର ପାଲଟିଥିଲା କିଟ୍ କ୍ୟାମ୍ପସ। କେତେବେଳେ ଅାଖିବୁଜା ଢ଼େଲା ପଥର ମାଡ଼ ତ ଅାଉ କେତେବେଳେ କ୍ରିକେଟ୍ ବ୍ୟାଟ୍‌ରେ ପ୍ରହାର । ଅାଇନ ଏବଂ ଇଂଜିନିୟରିଂ ଛାତ୍ରଙ୍କ ଖଣ୍ଡଯୁଦ୍ଧରେ ଶନିବାର କ୍ୟାମ୍ପସରେ ଖେଳିଯାଇଥିଲା ଅାତଙ୍କ। ତେବେ କେଉଁ ପରିସ୍ଥିତିରେ ଘଟିଲା ଏଭଳି ଲଙ୍କାକାଣ୍ଡ ? ଘଟଣା ପଛରେ କେଉଁ ଛାତ୍ରଙ୍କ ରହିଛି ସଂପୃକ୍ତି ? ସେନେଇ ଗତ ଦୁଇ ଦିନ ହେଲା […]

author-image
Pradesh Pratyush
କିଟ୍ କ୍ୟାମ୍ପସରେ ଖଣ୍ଡଯୁଦ୍ଧର ଖୋଳତାଡ଼ ଜାରି

kiit-up

ଭୁବନେଶ୍ୱର : ଗତ ୨୪ ତାରିଖରେ କିଟ୍‌ରେ ଦେଖିବାକୁ ମିଳିଥିଲା ତୁମୁଳ ସଂଘର୍ଷ । ରଣକ୍ଷେତ୍ର ପାଲଟିଥିଲା କିଟ୍ କ୍ୟାମ୍ପସ। କେତେବେଳେ ଅାଖିବୁଜା ଢ଼େଲା ପଥର ମାଡ଼ ତ ଅାଉ କେତେବେଳେ କ୍ରିକେଟ୍ ବ୍ୟାଟ୍‌ରେ ପ୍ରହାର । ଅାଇନ ଏବଂ ଇଂଜିନିୟରିଂ ଛାତ୍ରଙ୍କ ଖଣ୍ଡଯୁଦ୍ଧରେ ଶନିବାର କ୍ୟାମ୍ପସରେ ଖେଳିଯାଇଥିଲା ଅାତଙ୍କ।

Advertisment

publive-imageତେବେ କେଉଁ ପରିସ୍ଥିତିରେ ଘଟିଲା ଏଭଳି ଲଙ୍କାକାଣ୍ଡ ? ଘଟଣା ପଛରେ କେଉଁ ଛାତ୍ରଙ୍କ ରହିଛି ସଂପୃକ୍ତି ? ସେନେଇ ଗତ ଦୁଇ ଦିନ ହେଲା କମିଶନରେଟ୍ ପୁଲିସ ଜାରି ରଖିଛି ଖୋଳତାଡ। ଉଭୟ ଛାତ୍ର ଗୋଷ୍ଠୀଙ୍କ ବିରୋଧରେ ୨ଟି ମାମଲା ରୁଜୁ କରିବା ସହ ନୋଟିସ୍ କରିଛି ପୁଲିସ। ଉଭୟ ମାମଲାରେ ଘଟଣା ପରଠୁ ଅଟକ ଥିବା ୫ ଛାତ୍ରଙ୍କୁ 41 CRPCରେ ଛାଡ଼ି ଦିଅାଯାଇଛି।

ତାସହ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରୁଛି ପୁଲିସ । ତେବେ ଏହି ସଂଘର୍ଷରେ କୌଣସି ଛାତ୍ରଙ୍କ ଅବସ୍ଥା ଗୁରୁତର ନଥିବା କହିଛନ୍ତି ପୁଲିସ କମିଶନର। ଘଟଣାରେ କିଟ୍ କର୍ତ୍ତୃପକ୍ଷ ଦାୟୀ ରହିବେ ନା ନାହିଁ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କମିଶନର କହିଛନ୍ତି।

Advertisment

ଘଟଣା ଥିଲା ଏମିତି :

ଶନିବାର ସମୟ ଅପରାହ୍ନ ପ୍ରାୟ ସାଢ଼େ ୩ଟା । ଇଣ୍ଟିଗ୍ରେଟେଡ୍ ଲ’ର ଜଣେ ଛାତ୍ରୀଙ୍କୁ ଦୁଇ ଦିନ ତଳେ ବି-ଟେକ୍ ବିଭାଗର ଛାତ୍ର କମେଣ୍ଟ ମାରିଥିବା ଘଟଣାକୁ ନେଇ ସରଗରମ ରହିଥିଲା କିଟ୍ କ୍ୟାମ୍ପସ। ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ କରି ଅାପୋଷ ସମାଧାନ କରିଥିଲେ ।

ଏହାସତ୍ତ୍ୱେ  ଶନିବାର ଅପରାହ୍ନରେ ତେଜିଥିଲା ଛାତ୍ର ଅଶାନ୍ତି। ହାତାହାତି ହୋଇଥିଲେ ଅାଇନ ଏବଂ ବିଟେକ୍ ବିଭାଗର ଛାତ୍ର ଗୋଷ୍ଠୀ। ହଷ୍ଟେଲ ଭିତରେ ପଶି ଅନ୍ୟ ଏକ ଗୋଷ୍ଠୀ ମରଣାନ୍ତକ ଅାକ୍ରମଣ କଲେ କ୍ରିକେଟ୍ ବ୍ୟାଟରେ। ଏଭଳି ଅାକ୍ରମଣରେ ଉଭୟ ଗୋଷ୍ଠୀର ପ୍ରାୟ ୧୪ ଜଣ ଛାତ୍ର ଅାହତ ହୋଇଥିଲେ।

ତେବେ ଗତକାଲି ପ୍ରତିକ୍ରିୟା ଦେଇ କିଟ୍ କର୍ତ୍ତୃପକ୍ଷ କହିଥିଲେ ଯେ, ଅଧିକ ଗଣ୍ଡଗୋଳ ଅାଶଙ୍କାରେ କେବଳ ଦୁଇଟି ହଷ୍ଟେଲକୁ ଖାଲି କରିଦିଅାଯାଇଛି। କିନ୍ତୁ ୟୁନିଭର୍ସିଟିକୁ ସାଇନ୍‌ ଡାଏ ଘୋଷଣା କରାଯାଇ ନାହିଁ ବୋଲି କହିଛନ୍ତି କିଟ୍ କର୍ତ୍ତୃପକ୍ଷ।

Advertisment
Advertisment