Advertisment

Minor Girl Rescue: ନାବାଳିକାଙ୍କୁ ଅପହରଣ; ରାତିସାରା ଦୁଷ୍କର୍ମ, ପରେ କୁମ୍ଭୀର ମୁହଁକୁ ଠେଲିଦେଲା ୨ ପିଲାର ବାପା

ଚାନ୍ଦବାଲିରେ ପୁଣି ଲଜ୍ୟା, ନାବାଳିକାଙ୍କୁ ଅପହରଣ କରି ରାତିସାରା ଜଙ୍ଗଲରେ ରଖି ଦୁଷ୍କର୍ମ କରିବା ପରେ କୁମ୍ଭୀର ମୁହଁକୁ ଠେଲି ଦେଲା ବିବାହିତ ପ୍ରେମିକ। ନାବାଳିକା ଏକ ସପ୍ତାହ ହେଲା କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ସହିତ କରୁଛି ସଂଗ୍ରାମ। ନ୍ୟାୟ ପାଇଁ ଭଦ୍ରକ ଏସପିଙ୍କ ପାଖରେ ପୀଡ଼ିତାଙ୍କ ମା।

author-image
Pramod Behera
Minor Girl Rescue

ନାବାଳିକାଙ୍କୁ ଅପହରଣ; ରାତିସାରା ଦୁଷ୍କର୍ମ Photograph: (OTV)

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବାଲିଗାଁର ଜଘନ୍ୟ କାଣ୍ଡ ମନରୁ ନ ଲିଭୁଣୁ ପୁଣି ଏକ ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି। ପ୍ରେମ ନାଁ ରେ  ନାବାଳିକାକୁ ଅପହରଣ ପରେ ମାରିବାକୁ ଉଦ୍ୟମ କରିଛି ଦୁଇଟି ଛୁଆର ବାପା। ଏଭଳି ଏକ ଅଭିଯୋଗ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନସ୍ଥ ଭାଟପଡା ପଞ୍ଚାୟତ ବାଣପୁର ଗ୍ରାମରେ ହଇଚଇ ସୃଷ୍ଟି କରିଛି।

Advertisment

ବାଣପୁର ଗ୍ରାମର ନାବାଳିକା ଝିଅ ହଠାତ ଗତ ୨୪ ତାରିଖ ସନ୍ଧ୍ୟାରୁ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ଅନେକ ଖୋଜା ଖୋଜି କରିବା ପରେ ପାଇ ନ ଥିଲେ। ଏହାର ପର ଦିନ ନାବାଳିକାର ମା’ ଚାନ୍ଦବାଲି ଥାନାରେ ଅଭିଯୋଗ କରିବା ପରେ ଅପହରଣ କରିଥିବା ଯୁବକ ଫୋନ କରି ଝିଅକୁ ନେଇ ଯାଇଥିବା ନାବାଳିକାର ମା’କୁ କହିଛି। 

ତେବେ ସଙ୍ଗେ ସଙ୍ଗେ ଯୁବତୀଙ୍କ ମା’ ଏ ବିଷୟରେ ପୋଲିସକୁ ଖବର ଦେବା ପରେ ପୋଲିସ ମୋବାଇଲ ନମ୍ବର ଟ୍ରାକ୍‌ କରି ଅଭିଯୁକ୍ତ ଯୁବକକୁ ଥାନାକୁ ଆଣି ଅଟକ ରଖି କୋର୍ଟ ଚାଲାଣ କରିଛି। 

Advertisment

ବିବାହିତ ଯୁବକଙ୍କ ଘର ସେହି ପଞ୍ଚାୟତର ସେରପୁର ଗାଁରେ ହୋଇଥିବା ତା’ ନାଁ ରାହୁଲ୍ ମହାଳିକ ବୋଲି ସୂଚନା ମିଳିଛି। ନାବାଳିକାକୁ ଚାନ୍ଦବାଲି ଅରଣ୍ୟ ନିବାସ ନିକଟସ୍ଥ ବୈତରଣୀ ନଦୀରୁ ପୋଲିସ ଆହତ ଅବସ୍ଥାରେ ଉଦ୍ଧାର କରି ଚାନ୍ଦବାଲି ମେଡିକାଲକୁ ସ୍ଥାନାନ୍ତର କରିଥିଲା। ଅବସ୍ଥା ନ ସୁଧୁରିବାରୁ ଚାନ୍ଦବାଲିରୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା। ପରେ ଭଦ୍ରକରୁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଏଠାରେ ପୀଡିତା ମୃତ୍ୟୁ ସହିତ ସଂଗ୍ରାମ କରୁଥିବା କୁହାଯାଇଛି।

ତେବେ ପ୍ରେମିକ ବିବାହିତ ଜାଣିବା ପରେ ଝିଅ ବିରୋଧ କରିବା ଯୋଗୁଁ ତାଙ୍କୁ କୁମ୍ଭୀର ପ୍ରବଣ ବୈତରଣୀ ନଦୀକୁ ଠେଲି ଦେଇଥିବା କହିଛନ୍ତି ନାବାଳିକାର ମା’। ପୀଡିତାର ମା ନ୍ୟାୟ ପାଇଁ ଭଦ୍ରକ ଏସ୍‌ପିଙ୍କ ପାଖରେ ଦ୍ୱାରସ୍ଥ ହୋଇଛନ୍ତି।

Minor Girl Crime News Bhadrak
Advertisment
Advertisment