Advertisment

ଘରୁ ଉଦ୍ଧାର ହେଲା ମାଆ-ଝିଅର ମୃତଦେହ

ଭୁବନେଶ୍ଵର : ଖୋର୍ଦ୍ଧା ଟାଉନ ଥାନା ପାଟପୁରରେ ଚାଞ୍ଚଲ୍ୟ। ଏଠାରେ ଘଟିଯାଇଛି ଏକ ରୋମଟାଙ୍କୁରା ଦୃଶ୍ୟ। ଏଠାରେ ଏକ ଘରୁ ଉଦ୍ଧାର ହୋଇଛି ମାଆ ଓ ୬ ବର୍ଷ ଝିଅର ମୃତଦେହ। ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି ଯେ, ତାଙ୍କ…

author-image
Pramod Behera
ଘରୁ ଉଦ୍ଧାର ହେଲା ମାଆ-ଝିଅର ମୃତଦେହ

Death-khordh

ଭୁବନେଶ୍ଵର : ଖୋର୍ଦ୍ଧା ଟାଉନ ଥାନା ପାଟପୁରରେ ଚାଞ୍ଚଲ୍ୟ। ଏଠାରେ ଘଟିଯାଇଛି ଏକ ରୋମଟାଙ୍କୁରା ଦୃଶ୍ୟ। ଏଠାରେ ଏକ ଘରୁ ଉଦ୍ଧାର ହୋଇଛି ମାଆ ଓ ୬ ବର୍ଷ ଝିଅର ମୃତଦେହ। ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ହତ୍ୟା କରାଯାଇଛି। ଏ ସଂପର୍କରେ ଖୋର୍ଦ୍ଧା ଟାଉନ ଥାନାରେ ଏତଲା ଦେଇଛନ୍ତି ମହିଳାଙ୍କ ବାପା। ତେବେ ପୁଲିସ ଗଣମାଧ୍ୟମ ଆଗରେ କିଛି ପ୍ରତିକ୍ରିୟା ଦେଇ ନ ଥିବା ବେଳେ ମୃତଦେହର ବ୍ୟବଚ୍ଛେଦ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି।

Advertisment

ସୂଚନା ମୁତାବକ ପାଟପୁର ଗାଁର ଶିବ ପ୍ରସାଦ ପତି ପୁରୀ ଜିଲ୍ଲା ସୁବଳ ଗାଁର ରାଜଶ୍ରୀଙ୍କୁ ୨୦୧୨ରେ ବାହା ହୋଇଥିଲେ। ତେବେ ଅନେକ ସମୟରେ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା ବୋଲି ରାଜଶ୍ରୀଙ୍କ ପରିବାର କହିଛନ୍ତି।  ଆଜି ଝିଅର ମୃତ୍ୟୁ ଖବର ପାଇବା ପରେ ବାପଘର ଲୋକ ପାଟପୁର ଆସିଛନ୍ତି। ରାଜଶ୍ରୀଙ୍କ ମାଆ କହିଛନ୍ତି ଯେ ଆଜି ସକାଳ ୧୧ଟାରେ ଝିଅ ସହିତ କଥା ହୋଇଥିଲେ। ତେବେ ହଠାତ କେମିତି ମୃତ୍ୟୁ ହେଲା ବୋଲି ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ଝିଅର ବାପଘର ଲୋକ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି।

Advertisment
Advertisment