Advertisment

ଖରିଫ ଋତୁ ପାଇଁ ଚାଷୀଙ୍କୁ ୯ ହଜାର କୋଟି ଟଙ୍କାର ଋଣ ଯୋଗାଇବାକୁ ଲକ୍ଷ୍ୟ

ଭୁବନେଶ୍ୱର: ଆସନ୍ତା ଖରିଫ ଋତୁ ପାଇଁ ଚାଷୀଙ୍କୁ ୯ ହଜାର କୋଟି ଟଙ୍କାର ଋଣ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ମେ ୩୧ ତାରିଖ ସୁଦ୍ଧା ୨ ହଜାର ୬୪୯ କୋଟି ଟଙ୍କାର ଋଣ ଚାଷୀମାନଙ୍କୁ ଯୋଗାଇ ଦିଆସରିଲାଣି। ବିନା ସୁଧରେ ୫୦ ହଜାର ଟଙ୍କା ଯାଏଁ ଋଣ ଦିଆଯାଉଛି। ଏ ପର୍ଯ୍ୟନ୍ତ ୬ ଲକ୍ଷ ୧୯ ହଜାର ଚାଷୀଙ୍କୁ ଋଣ ଦିଆଯାଇସାରିଛି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ସଚିବ […]

ଖରିଫ ଋତୁ ପାଇଁ ଚାଷୀଙ୍କୁ ୯ ହଜାର କୋଟି ଟଙ୍କାର ଋଣ ଯୋଗାଇବାକୁ ଲକ୍ଷ୍ୟ

farming

Advertisment

ଭୁବନେଶ୍ୱର: ଆସନ୍ତା ଖରିଫ ଋତୁ ପାଇଁ ଚାଷୀଙ୍କୁ ୯ ହଜାର କୋଟି ଟଙ୍କାର ଋଣ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ମେ ୩୧ ତାରିଖ ସୁଦ୍ଧା ୨ ହଜାର ୬୪୯ କୋଟି ଟଙ୍କାର ଋଣ ଚାଷୀମାନଙ୍କୁ ଯୋଗାଇ ଦିଆସରିଲାଣି। ବିନା ସୁଧରେ ୫୦ ହଜାର ଟଙ୍କା ଯାଏଁ ଋଣ ଦିଆଯାଉଛି।

Advertisment

ଏ ପର୍ଯ୍ୟନ୍ତ ୬ ଲକ୍ଷ ୧୯ ହଜାର ଚାଷୀଙ୍କୁ ଋଣ ଦିଆଯାଇସାରିଛି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ସଚିବ ବୀର ବିକ୍ରମ ଯାଦବ। ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟର ୧୭ଟି ଜିଲ୍ଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ରବି ଧାନ କିଣା ୩୦ ଜୁନ୍ ପର୍ଯ୍ୟନ୍ତ ଚାଲିବ।

ଅନ୍ୟପକ୍ଷରେ ଖରିଫ୍ ଋତୁରେ ଚଳିତ ବର୍ଷ ୬୨ ଲକ୍ଷ ହେର ଜମିରେ ଚାଷ ଓ ସେଥିରୁ ୯୬ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟତଃ ଧାନ ଚାଷ ଉପରେ ଫୋକସ କରାଯାଇଥିବାବେଳେ ଡାଲି, ତୈଳବୀଜ, ପରିବା ଏବଂ ମସଲା ଜାତୀୟ ଚାଷ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ଗର୍ଗ ସୂଚନା ଦେଇଛନ୍ତି।

Advertisment

ସେହିପରି ଚାଷୀଙ୍କ ସମସ୍ୟା ବୁଝିବାକୁ ପ୍ରତି ସୋମବାର ପଞ୍ଚାୟତ ଯିବେ VAW ଚାଷୀଙ୍କ କିଛି ସମସ୍ୟା ଥିଲେ ସମାଧାନ ଲାଗି ଟୋଲ୍ ଫ୍ରି ନମ୍ବର ବ୍ୟବସ୍ଥା ମଧ୍ୟ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ