bjd
ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରୁ କିଏ ନେବ ବିଜେଡି ଟିକେଟ୍ ସେ ନେଇ ଆଶାୟୀଙ୍କ ଭିଡ଼ ଲାଗିଛି। ଟିକେଟ୍ ଦୌଡ଼ରେ ବିଧାୟକ ଅନୁଭବ ପଟ୍ଟନାୟକ, ଭାପୁର ବ୍ଲକ ବିଜେଡି ସଭାପତି ଗୟାଧର ପରିଡା ଓ ନୂଆକରି ଦଳରେ ମିଶି ସାଂସଦ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ରହିଛନ୍ତି।
ନବୀନ ନିବାସରେ ଟିକେଟ୍ ପାଇଁ ତିନିଜଣଙ୍କ ମଧ୍ୟରେ କସରତ ଚାଲିଥିବା ବେଳେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ତାର ପ୍ରଭାବ ଦେଖିବାକୁ ମିଳିଛି। ତିନି ଗୋଷ୍ଠୀର ନେତାମାନେ ସମାନ୍ତରାଳ ଭାବେ ସମାବେଶ କରି ସାଧାରଣ ଲୋକଙ୍କ ନିକଟତର ହେବାରେ ଲାଗିଛନ୍ତି।
ବିଧାୟକ ଅନୁଭବ ପଟ୍ଟନାୟକ ଯୁବ ଛାତ୍ର ବିଜେଡି କର୍ମୀମାନଙ୍କୁ ନେଇ ବିଶାଳ ଶୋଭାଯାତ୍ରା କରିଥିବାବେଳେ ଗୟାଧର ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଥିବା ଦେଖାଦେଇଛି। ସେହିପରି ସୌମ୍ୟଙ୍କ ପାଇଁ ତାଙ୍କ ସମର୍ଥକମାନେ ଏକାଠି ହୋଇଛନ୍ତି।
ବିଜେଡିର ଅଲଗା ଅଲଗା ସମାବେଶ ଯୋଗୁ ପରିସ୍ଥିତି ଏପରି ହେଲାଣି ଯେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ସମ୍ପୂର୍ଣ ଫାଳ ଫାଳ ହେବାରେ ଲାଗିଲାଣି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bjd-67_1626758225.jpg)