Advertisment

Khandagiri Festival Guidelines: ଖଣ୍ଡଗିରି ଯାତ୍ରା ପାଇଁ ପୋଲିସର ୧୪ ନିୟମ; ନ ମାନିଲେ…

ଯାତ୍ରା କମିଟିମାନଙ୍କୁ ନୋଟିସ୍ ଜାରି କଲା କମିଶନରେଟ ପୋଲିସ୍। ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ଟି ନିୟମ ଜାରି କଲା ଖଣ୍ଡଗିରି ପୋଲିସ। କୌଣସି ପ୍ରକାର ନଗ୍ନ ନୃତ୍ୟ କିମ୍ବା ଉତ୍ତେଜକ ଦୃଶ୍ୟ ପରିବେଷଣ ନିଷିଦ୍ଧ।

author-image
Pramod Behera
Khandagiri Festival Guidelines

ଖଣ୍ଡଗିରି ଯାତ୍ରା ପାଇଁ ପୋଲିସର ୧୪ ନିୟମ Photograph: (OTV)

ଖଣ୍ଡଗିରି ଯାତ୍ରା ପାଇଁ ପୋଲିସର ୧୪ ନିୟମ। ଯାତ୍ରା କମିଟିମାନଙ୍କୁ ନୋଟିସ୍ ଜାରି କଲା କମିଶନରେଟ ପୋଲିସ୍। ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ଟି ନିୟମ ଜାରି କଲା ଖଣ୍ଡଗିରି ପୋଲିସ। ଯାତ୍ରାରେ କୌଣସି ପ୍ରକାର ନଗ୍ନ ନୃତ୍ୟ କିମ୍ବା ଉତ୍ତେଜକ ଦୃଶ୍ୟ ପରିବେଷଣ ନିଷିଦ୍ଧ କରାଯାଇଛି।

Advertisment

ସେହିପରି ଯାତ୍ରା ପେଣ୍ଡାଲ ନିକଟରେ ୬ଟି ଏମର୍ଜେନ୍ସି ପ୍ରବେଶ ଓ ପ୍ରସ୍ଥାନ ପଥ ରଖିବେ ଯାତ୍ରା ଆୟୋଜକ। ପ୍ରାପ୍ତ ଲାଇସେନ୍ସରେ ନିର୍ଦ୍ଧାରିତ ଚୌକି ଠାରୁ ଅଧିକ ପକାଇ ପାରିବେନି। ଅଗ୍ନି ନିର୍ବାପକ ସରଞ୍ଜାମ ରଖିବା ସହ ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି। ନିର୍ଦ୍ଧାରିତ ଶବ୍ଦର ତୀବ୍ରତା ଠାରୁ ଅଧିକ ଶବ୍ଦ ଯେପରି ନ ହେବ ସେଥିପ୍ରତି ଧ୍ୟାନ ଦେବେ। କୌଣସି ଧର୍ମ, ସମ୍ପ୍ରଦାୟ କିମ୍ବା ଜାତିକୁ ଆକ୍ଷେପ ଭଳି ଦୃଶ୍ୟ ପ୍ରଦର୍ଶନ ମନା ରହିଛି। କୌଣସି ଜୀବଜନ୍ତୁଙ୍କୁ କ୍ଷତି ପହଞ୍ଚିବା ଭଳି ଦୃଶ୍ୟ ପ୍ରଦର୍ଶନ କରିବେ ନାହିଁ। 

ଦର୍ଶକଙ୍କ ସୁବିଧା ଲାଗି ପର୍ଯ୍ୟାପ୍ତ ସ୍ୱେଚ୍ଛାସେବୀ ରଖିବେ। ଯାତ୍ରା ପଡ଼ିଆ ପରିସରରେ ବୁଲା ବିକାଳିଙ୍କୁ ଦୋକାନ ଲାଗି ଅନୁମତି ଦେବେନି ଯାତ୍ରା କମିଟି। ଯାତ୍ରା ପଡ଼ିଆ ପରିସର ମଧ୍ୟରେ ମାଦକ ଦ୍ରବ୍ୟ କିମ୍ବା ଜୁଆ ଖେଳକୁ ପ୍ରଶ୍ରୟ ଦିଆଯିବ ନାହିଁ।

Advertisment
  • ଯାତ୍ରା କମିଟିମାନଙ୍କୁ ନୋଟିସ୍ ଜାରି କଲା କମିଶନରେଟ ପୋଲିସ୍
  • ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ଟି ନିୟମ ଜାରି କଲା ଖଣ୍ଡଗିରି ପୋଲିସ
  • କୌଣସି ପ୍ରକାର ନଗ୍ନ ନୃତ୍ୟ କିମ୍ବା ଉତ୍ତେଜକ ଦୃଶ୍ୟ ପରିବେଷଣ ନିଷିଦ୍ଧ
  • ଯାତ୍ରା ପେଣ୍ଡାଲ ନିକଟରେ ୬ଟି ଏମର୍ଜେନ୍ସି ପ୍ରବେଶ ଓ ପ୍ରସ୍ଥାନ ପଥ ରଖିବେ
  • ପ୍ରାପ୍ତ ଲାଇସେନ୍ସରେ ନିର୍ଦ୍ଧାରିତ ଚୌକି ଠାରୁ ଅଧିକ ପକାଇ ପାରିବେନି
  • ଅଗ୍ନି ନିର୍ବାପକ ସରଞ୍ଜାମ ରଖିବା ସହ ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ
  • ନିର୍ଦ୍ଧାରିତ ଶବ୍ଦର ତୀବ୍ରତା ଠାରୁ ଅଧିକ ଶବ୍ଦ ଯେପରି ନ ହେବ ଧ୍ୟାନ ଦେବେ
Commissionerate Police Guidelines Khandagiri Odisha News
Advertisment
Advertisment