Cow Mafia Photograph: (OTV)
ଟଙ୍କା ଟଙ୍କା ଆଉ ବିଡ଼ା ବିଡ଼ା ଟଙ୍କା। ୫୦୦ ଟଙ୍କିଆ ନୋଟ୍ ବିଡ଼ା ଦେଖି ଛାନିଆ ପୋଲିସ୍। ଭଦ୍ରକ ପୁରୁଣାବଜାର ଥାନା ମୁଲ୍ଲାସାହିରେ ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉ । ଆଉ ଚଢ଼ାଉ ବେଳେ ଯାହା ମିଳିଛି ତାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି।
ରେଡ୍ ହୋଇଥିବା ବ୍ୟକ୍ତିଙ୍କ ନାଁ ଶେଖ୍ ତାଜୁଦ୍ଦିନ୍ ଘରେ ହୋଇଥିବା ଏହି ରେଡ୍ ବେଳେ ବଣ୍ଡଲ୍ ବଣ୍ଡଲ୍ ୫୦୦ ଟଙ୍କିଆ ନୋଟ୍ ବାହାରିଛି। ଟଙ୍କା ଏତେ ଯେ ଏହାକୁ ଗଣିବାକୁ ମେସିନ୍ ବି ଆଣିବାକୁ ପଡ଼ିଛି। ଅବୈଧ ଗୋ ଚାଲଣ ଲିଙ୍କ ଆଧାରରେ ଚାଲିଛି ରେଡ୍। ୨ ପ୍ଲାଟୁନ ଫୋର୍ସ ସହ ସକାଳୁ ଚଢାଉ କରୁଛି କେନ୍ଦୁଝର ପୋଲିସ।
ଘଟଣାସ୍ଥଳରେ କେନ୍ଦୁଝର ସଦର ଏସଡିପିଓଙ୍କ ସହ ଭଦ୍ରକ ପୋଲିସ ମିଳିତ ଭାବେ ଚଢାଉ କରିଛନ୍ତି। ଦୀର୍ଘ ଦିନ ଧରି ଅବୈଧ ଗୋ ଚାଲାଣ ଲିଙ୍କ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଖାଲି ଭଦ୍ରକ ନୁହେଁ ୫ଟି ଜିଲ୍ଲାରେ ଯାଜପୁର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ ଖୋର୍ଦ୍ଧାରେ ୪୭ ଟିମ୍ ସହ ଚଢାଉ ଜାରି ରଖିଛି।
ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉ
ଭଦ୍ରକ ମୁଲ୍ଲାସାହିରେ ଗୋ ମାଫିଆଙ୍କ ଘରେ ରେଡ୍
ଅବୈଧ ଗୋ ଚାଲଣ ଲିଙ୍କରେ ୨ ପ୍ଲାଟୁନ ଫୋର୍ସ ସହ ଚଢାଉ
କେନ୍ଦୁଝର ସଦର ଏସଡିପିଓଙ୍କ ସହ ଭଦ୍ରକ ପୋଲିସର ମିଳିତ ରେଡ୍
ଗୋ-ମାଫିଆ ଘରେ ବିଡ଼ା ବିଡ଼ା ନୋଟ୍
ଗୋ-ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉ
ଭଦ୍ରକ ମୁଲ୍ଲାସାହିରେ ଗୋ-ମାଫିଆ ଶେଖ୍ ତାଜୁଦ୍ଦିନ ଘରେ ରେଡ୍
କେନ୍ଦୁଝର ପୋଲିସର ୨ ପ୍ଲାଟୁନ ଫୋର୍ସ ଚଢ଼ାଉ
ଅବୈଧ ଗୋ-ଚାଲଣ ଲିଙ୍କରେ ରେଡ୍
ଯାଜପୁର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ ଖୋର୍ଦ୍ଧାରେ ଚଢ଼ାଉ
ମାଫିଆ ଘରେ ଏତେ ଟଙ୍କା!
ଟଙ୍କା ଗଣିବାକୁ ଆସିଲା ମେସିନ୍
ଟଙ୍କା ଦେଖି ଛାନିଆ ପୋଲିସ୍
ମାଫିଆ ଘରେ ମାଡ଼ି ବସିଲା ପୋଲିସ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/17/cow-mafia-2026-01-17-08-35-20.jpg)