Advertisment

ଚାଲିଛି ଜଙ୍ଗଲ ବ୍ଲାଷ୍ଟିଙ୍ଗ : ଗାଁ ମୁହାଁ ହାତୀପଲ

ହାତୀଙ୍କ ପାଇଁ ସୁରକ୍ଷିତ ନୁହେଁ ଚମ୍ପୁଆ ବନାଞ୍ଚଳ ଘରୋଇ ଖଣିଗୁଡିକରେ ବ୍ଲାଷ୍ଟିଂ ସାଜିଛି ବିପଦ ଜଙ୍ଗଲ ଛାଡ଼ି ଭୟରେ ଗାଁ ମୁହାଁ ହେଉଛନ୍ତି ହାତୀ ଚମ୍ପୁଆ ଯୋଡ଼ା ଅଞ୍ଚଳରେ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନ କେନ୍ଦୁଝର : ଜୀବନ ରକ୍ଷା ଚିନ୍ତାରେ…

author-image
Pramod Behera
ଅଦ୍ୟତନ ହୋଇଛି
ଚାଲିଛି ଜଙ୍ଗଲ ବ୍ଲାଷ୍ଟିଙ୍ଗ : ଗାଁ ମୁହାଁ ହାତୀପଲ

Untitled-1

  • ହାତୀଙ୍କ ପାଇଁ ସୁରକ୍ଷିତ ନୁହେଁ ଚମ୍ପୁଆ ବନାଞ୍ଚଳ
  • ଘରୋଇ ଖଣିଗୁଡିକରେ ବ୍ଲାଷ୍ଟିଂ ସାଜିଛି ବିପଦ
  • ଜଙ୍ଗଲ ଛାଡ଼ି ଭୟରେ ଗାଁ ମୁହାଁ ହେଉଛନ୍ତି ହାତୀ
  • ଚମ୍ପୁଆ ଯୋଡ଼ା ଅଞ୍ଚଳରେ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନ
Advertisment

କେନ୍ଦୁଝର : ଜୀବନ ରକ୍ଷା ଚିନ୍ତାରେ ଜଙ୍ଗଲ ଛାଡ଼ି ଏବେ ଗାଁ ମୁହାଁ ହାତୀପଲ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳରେ ଆଉ ନିଜକୁ ସୁରକ୍ଷିତ ମଣୁନାହାନ୍ତି ହାତୀ । କାହିଁକିନା ଚମ୍ପୁଆ ରେଞ୍ଜ ଯୋଡ଼ା ବିଟ୍‌ର ଖଣ୍ଡବନ୍ଧ ଅଞ୍ଚଳରେ ଜଙ୍ଗଲ ସଫା କରିବା ସହ ବ୍ଲାଷ୍ଟିଙ୍ଗ କରାଯାଉଥିବାର ଅଭିଯୋଗ ହୋଇଛି । ଘରୋଇ ଖଣିଗୁଡିକରେ ଦିନ ବେଳା ମଧ୍ୟ ଖଣି ଖନନ ପାଇଁ ବ୍ଳାଷ୍ଟିଙ୍ଗ କରାଯାଉଛି।  ଏହି ବ୍ଳାଷ୍ଟିଙ୍ଗ ଶବ୍ଦରେ ଭୟଭିତ ହୋଇ ହାତୀମାନେ ଜଙ୍ଗଲ ଛାଡ଼ି ଅନ୍ୟତ୍ର ପଳାଉଥିବା ଜଣାଯାଏ। ଫଳରେ ସେମାନେ ଗାଁ ମୁହାଁ ହେଉଛନ୍ତି। ହାତୀପଲ ଗାଁ ମୁହାଁ ହେଉଥିବା ବେଳେ ବର୍ତ୍ତମାନ ସେମାନଙ୍କ ସୁରକ୍ଷା ଚିନ୍ତା ବଢ଼ିଛ।

ରାଜସ୍ୱ ନିଶାରେ ସରକାର ଖଣି ଖନନ ପାଇଁ ଖଣି ମାଲିକଙ୍କ ହାତକୁ ଟେକି ଦେଇଛନ୍ତି ଜଙ୍ଗଲ। ବସବାସ କରୁଥିବା ନିରିହ ଜୀବଜନ୍ତୁଙ୍କୁ ଅଣଦେଖା କରି ଖଣି ମାଲିକ ଜଙ୍ଗଲ ସଫା କରିବା ସହ ବ୍ଲାଷ୍ଟିଙ୍ଗ କରି ଖଣିଜ ପଦାର୍ଥ ଖୋଳି ଚାଲିଥିବା ବେଳେ   ଜଙ୍ଗଲ ଭିତରେ ରହୁଥିବା ପ୍ରାଣୀଙ୍କ କ୍ଷେତ୍ରରେ ଏହା ବିପଦ ସୃଷ୍ଟି କରୁଛି। ହାତୀପଲ ଗାଁମୁହାଁ ହେବାକୁ ଅନେକ ସମୟରେ ସ୍ଥାୟୀ ବାସିନ୍ଦାଙ୍କ ଆକ୍ରମଣର ଶିକାର ମଧ୍ୟ ହେଉଛନ୍ତି। ଜଦି ଏହିପରି ପ୍ରକ୍ରିୟା ଲାଗିରହେ ତେବେ ହାତୀ ବଂଶ ଲୋପ ପାଇଯିବେ ବୋଲି ପରିବେଶବିତ୍‌ମାନେ ପୂର୍ବାନୁମାନ କରୁଛନ୍ତି।

Advertisment
Advertisment
Advertisment