8
Advertisment
କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଧ୍ୟକ୍ଷା ଅନୁ ଭୂଏଙ୍କ ନାଁରେ ମିଥ୍ୟା ଭିଡିଓ ଭାଇରାଲ କରିବା ଅଭିଯୋଗରେ ବିଜେଡି ନେତା ଅଜୟ ଦାସ ଓ ସୀମାନିବାହାଲର ହୁଲେଶ୍ୱର ହଂସଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ବ୍ଲକ ଅଧ୍ୟକ୍ଷାଙ୍କ ଅଭିଯୋଗ ଅନୁସାରେ କଣ୍ଟାବାଞ୍ଜି ଥାନାରେ ମାମଲା ରୁଜୁ ହୋଇଛି । ବ୍ଲକ ଅଧ୍ୟକ୍ଷା ଲାଞ୍ଚ ଓ ପିସି ନେଉଥିବା ନେଇ ଅଜୟ ଏବଂ ହୁଲେଶ୍ୱର ଗୋଟିଏ ଫେକ୍ ଭିଡିଓ ତିଆରି କରିଥିଲେ। ସେ ଜଣେ ଆଦିବାସୀ ମହିଳା ହୋଇଥିବାରୁ ତାଙ୍କୁ ହଇରାଣ ଓ ବଦନାମ କରିବା ଲାଗି ଏପରି କରାଯାଇଥିବା ଅନୁ ଥାନାରେ ଅଭିଯୋଗ କରିଥିଲେ । ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଜୟ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/8-1_1626692950.jpg)