kalay
ପାରଳାଖେମୁଣ୍ଡି : ପାରଳାରେ ମହାଦେଈ ଶାସନ । ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ ପରେ ରାଜ ପରିବାର ରୀତିନୀତି ଅନୁଯାୟୀ ସିଂହାସନ ଆରୋହଣ କରିଛନ୍ତି ତାଙ୍କ କନ୍ୟା କଲ୍ୟାଣୀ ଗଜପତି ।
ବିଧିବଦ୍ଧ ଭାବେ ରାଜ ପୁରୋହିତ କଲ୍ୟାଣୀ ଗଜପତିଙ୍କ ରାଜ୍ୟାଭିଷେକ କରିଥିଲେ । ଏହାପରେ ପାରଳା ରାଜ ପରିବାରର ଦାୟିତ୍ୱ ଗ୍ରହଣ କରିଥିଲେ କଲ୍ୟାଣୀ ଗଜପତି। ରାଜଦେଇ କଲ୍ୟାଣୀ ଗଜପତିଙ୍କ ନିର୍ଦ୍ଦେଶ ଅନୁସାରେ ପାରଳା ମହାରାଜ ଗୋପୀନାଥ ଗଜପତିଙ୍କ ଶେଷଯାତ୍ରା ବାହାରିଥିଲା ।
ଗତକାଲି ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିଲା । ଏହାପରେ ମରଶରୀରରୁ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ନିଆଯାଇଥିଲା । ରାଜଦେଇ କଲ୍ୟାଣୀ ଦେଇଙ୍କ ନିର୍ଦ୍ଦେଶ ଅନୁଯାଇ ମହାରାଜ ଗୋପୀନାଥ ଗଜପତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପାରଳା ଇତିହାସରେ ଜଣେ ମହିଳା ଭାବେ ରାଜ ସିଂହାସନ ଆରୋହଣ ପ୍ରଥମ ଘଟଣା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kalay_1626689713.jpg)