Advertisment

ସହିଦ ସ୍ତମ୍ଭ ଚାରିକଡୁ ମିଳିଲା ୧୦ଟି କଟା ହାତ ପାପୁଲି

ଯାଜପୁର: କଳିଙ୍ଗନଗର ଆମ୍ବଗଡ଼ିଆ ସହିଦ ସ୍ତମ୍ଭ ଚାରିକଡୁ ୧୦ଟି କଟା ହାତ ପାପୁଲି ଠାବ ହେବା ପରେ ଉତ୍ତେଜନା ଦେଖା ଦେଇଛି। ପାପୁଲି ଫିଙ୍ଗା ଯିବାକୁ ନେଇ ବୀରଭୂମି ପଡ଼ିଆରେ ବିରୋଧୀ ଜନମଞ୍ଚ ସଦସ୍ୟମାନେ ଏକାଠି ହେବା ସହିତ ଘଟଣାର ତଦନ୍ତ ଓ ଦୋଷୀଙ୍କୁ ଗିରଫ ଦାବି କରିଛନ୍ତି। ତେବେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। କଟା ପାପୁଲିଗୁଡ଼ିକ ୧୨ ବର୍ଷ ତଳେ ମୃତ ଆଦିବାସୀଙ୍କର ବୋଲି ଜଣାପଡ଼ିଛି। ଟାଟା ଷ୍ଟିଲ୍‌କୁ […]

ସହିଦ ସ୍ତମ୍ଭ ଚାରିକଡୁ ମିଳିଲା ୧୦ଟି କଟା ହାତ ପାପୁଲି

photo

Advertisment

ଯାଜପୁର: କଳିଙ୍ଗନଗର ଆମ୍ବଗଡ଼ିଆ ସହିଦ ସ୍ତମ୍ଭ ଚାରିକଡୁ ୧୦ଟି କଟା ହାତ ପାପୁଲି ଠାବ ହେବା ପରେ ଉତ୍ତେଜନା ଦେଖା ଦେଇଛି। ପାପୁଲି ଫିଙ୍ଗା ଯିବାକୁ ନେଇ ବୀରଭୂମି ପଡ଼ିଆରେ ବିରୋଧୀ ଜନମଞ୍ଚ ସଦସ୍ୟମାନେ ଏକାଠି ହେବା ସହିତ ଘଟଣାର ତଦନ୍ତ ଓ ଦୋଷୀଙ୍କୁ ଗିରଫ ଦାବି କରିଛନ୍ତି। ତେବେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

Advertisment

କଟା ପାପୁଲିଗୁଡ଼ିକ ୧୨ ବର୍ଷ ତଳେ ମୃତ ଆଦିବାସୀଙ୍କର ବୋଲି ଜଣାପଡ଼ିଛି। ଟାଟା ଷ୍ଟିଲ୍‌କୁ ବିରୋଧ କରି ୨୦୦୬ ଜାନୁଆରୀ ୨ରେ ପୁଲିସ୍‌ର ଗୁଳିମାଡ଼ରେ ୧୩ ଆଦିବାସୀଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ଚିହ୍ନଟ ପାଇଁ ମୃତକଙ୍କ ହାତ ପାପୁଲି କାଟି ନିଆଯାଇଥିଲା।

ପରେ ପାପୁଲିଗୁଡ଼ିକୁ ପୁଲିସ୍‌ ପରିବାରକୁ ଫେରାଇ ଥିଲା। ତେବେ ସେସବୁ ପାପୁଲିର ଡିଏନ୍ଏ ଟେଷ୍ଟ ଦାବି କରିବା ସହ ପରିବାର ଲୋକେ ପାପୁଲିକୁ ଗ୍ରହଣ କରିନଥିଲେ।

Advertisment

ତେଣୁ କେମିକାଲ୍‌ ଦିଆଯାଇ ଏକ ବାକ୍ସରେ କଟା ପାପୁଲିକୁ ରଖା ଯାଇଥିଲା। ହେଲେ ଗତ ରାତିରେ କେହି କ୍ଲବ୍‌ ତାଲା ଭାଙ୍ଗି ପାପୁଲି ଫିଙ୍ଗିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ