award sahitya akademi
ଭୁବନେଶ୍ୱର : ସମ୍ମାନଜନକ ସାହିତ୍ୟ ଏକାଡେମୀ ପାଇଁ ଚଳିତ ଥର ଓଡ଼ିଶାରୁ ଦୁଇ ଜଣ ଲେଖକ ମନୋନୀତ ହୋଇଛନ୍ତି। ଓଡ଼ିଆ ଭାଷାରେ ଲେଖୁଥିବା ତରୁଣକାନ୍ତି ମିଶ୍ର କ୍ଷୁଦ୍ରଗଳ୍ପ ସଂକଳନ ‘ଭାସ୍ୱତୀ’ ପାଇଁ ଏହି ପୁରସ୍କାର ପାଉଥିବାବେଳେ ସାନ୍ତାଳୀ ଭାଷାରେ ଲେଖୁଥିବା କାଳୀଚରଣ ହେମ୍ବ୍ରମ୍ ତାଙ୍କ କ୍ଷୁଦ୍ରଗଳ୍ପ ସଂକଳନ ‘ଶିଶିର ଜାଲି’ ପାଇଁ ଏହି ପୁରସ୍କାର ପାଇବେ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ବାର୍ତ୍ତାରେ ଉଭୟ ତୁରଣ କାନ୍ତି ଏବଂ କାଳୀଚରଣଙ୍କ ନାମ ଉଲ୍ଲେଖ କରିଛନ୍ତି।
କାଳୀଚରଣ ହେମ୍ବ୍ରମ୍ ସାନ୍ତାଳୀ ସାହିତ୍ୟରେ ସୁପରିଚିତ ନାମ। ମୟୁରଭଞ୍ଜ ଜିଲ୍ଲାରେ ଜନ୍ମିତ କାଳୀଚରଣ ନାଟକ ରଚନା ସହ ଫିଲ୍ମ ପାଇଁ କାହାଣୀ ମଧ୍ୟ ରଚନା କରିଛନ୍ତି। ସୂଚନାଯୋଗ୍ୟ ଯେ, ଆସନ୍ତା ୨୦୨୦ ଫେବୃଆରୀ ୨୫ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ଏକ ତାମ୍ରପତ୍ର ଏବଂ ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଆକାରରେ ଦିଆଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/award-sahitya-akademi_1626687717.jpg)