Advertisment

New Kansa Selected: ୭୮ତମ ଧନୁଯାତ୍ରାରେ କଂସ ମହାରାଜ ହେବେ ସୁଶିଲ୍: ଦୁଲୁକେଇବେ ମଞ୍ଚ

ଲୋମ ଟାଙ୍କୁରା ହସ, ଛାତି ଥରା ଡାଏଲଗ୍‌, ଆଉ ଚମତ୍କାର ଅଭିନୟ। ପ୍ରଭାବିତ ହୋଇଗଲେ ବିଚାରକ ମଣ୍ଡଳି। ସୁଶିଲ ମେହେରଙ୍କ ନାଁରେ ବାଜିଲା ମୋହର।

Baragarh-Dhanuyatra-Kansa-Final

Baragarh-Dhanuyatra-Kansa-Final Photograph: (OTV)

Advertisment

୭୮ତମ ଧନୁଯାତ୍ରାରେ ସୁଶିଲ୍ ହେବେ କଂସ ମହାରାଜ। ତାଙ୍କ ନାଁକୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବା ଧନୁଯାତ୍ରା ମହୋତ୍ସବ ସମିତିର ଉପସଭାପତି ମହେନ୍ଦ୍ର ମହାପାତ୍ର। ନୂଆ କଂସ ଭାବେ ଏଥର ସୁଶିଲ ମେହେର ମଥୁରା ନରେଶ କଂସ ମହାରାଜ ଭୂମିକାରେ ଦୁଲୁକେଇବେ ମଞ୍ଚ।
ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରାକୁ ପ୍ରତିବର୍ଷ ଅପେକ୍ଷା ଥାଏ। ଏହି ମହାଯାତ୍ରାରେ ମହାନାୟକ ଭାବେ ଅବତୀର୍ଣ୍ଣ ହୁଅନ୍ତି କଂସ ମହାରାଜ। ସେଥିପାଇଁ ଦକ୍ଷ କଳାକାର ଚୟନ କରାଯାଏ। ଏ ବର୍ଷ ଅଡିସନ୍ ପାଇଁ ୪୪ କଳାକାର କଂସ ଭୂମିକା ପାଇଁ ଆଶାୟୀ ଥିଲେ, ହେଲେ ସମସ୍ତଙ୍କୁ କାଟି ସୁଶିଲ ମେହେର କଂସାଶୁର ଗାଦୀକୁ ନିଜ ନାଁରେ କରି ନେଇଛନ୍ତି।

Advertisment


ପୂର୍ବରୁ ଧନୁଯାତ୍ରା ପାଇଁ ପାର୍ଶ୍ଵ କଳାକାର ଚୟନ ପ୍ରକ୍ରିୟା ସରିଥିବା ବେଳେ ସୋମବାର ଦିନ ମହାରାଜ କଂସ ପାଇଁ ଅଡିସନ୍ ହୋଇଥିଲା। ବରଗଡ଼ ଟାଉନ ହଲରେ କଂସ ଭୂମିକାରେ ଅଭିନୟ ପାଇଁ କଳାକାରମାନେ ନିଜ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ପୁରୁଣା ଓ ବିବାଦୀୟ କଂସ ଅଭିନେତାଙ୍କୁ ବାଦ୍ ଦେଇ ଚଳିତ ବର୍ଷ ନୂଆ କଂସ ଭୂମିକାରେ ସୁଶିଲ ମେହେରଙ୍କୁ ସୁଯୋଗ ଦିଆଯାଇଛି।
ଚଳିତବର୍ଷ ବରଗଡ଼ ଧନୁଯାତ୍ରା  ୭୮ତମ ବର୍ଷରେ ପଦାର୍ପଣ କରିଥିବା ବେଳେ ନୂଆ କଂସ ଭୂମିକାରେ ସୁଶିଲ ମେହେର ଦର୍ଶକଙ୍କୁ କେତେ ଆକର୍ଷିତ କରୁଛନ୍ତି ତାହା ଦେଖିବା ବାକି ରହିଲା।

Dhanuyatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ