nayagarh
ନୟାଗଡ଼( ଆର୍ତ୍ତତ୍ରାଣ ପ୍ରଧାନ) : ବିଦେଶରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ । ଏଭଳି ଅଭିଯୋଗ ଆସିଛି ନୟାଗଡ଼ ସହର ଲକ୍ଷ୍ମଣ ନଗର ଅଂଚଳରୁ ।
ରବି ପାଢୀ ନାମକ ଜଣେ ବ୍ୟକ୍ତି ସ୍ୱରାଧାନ ନାମକ ଏକ ସଂସ୍ଥା ଖୋଲିଥିଲେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଂଚଳର ଭେଟେଶ୍ୱର ଗାଁର କିଛି ଲୋକଙ୍କ ଠାରୁ ୬୦ ହଜାର ଟଙ୍କା ଲେଖାଏଁ ନେଇଥିଲେ। ସେମାନଙ୍କ ପାସପୋର୍ଟ ଏବଂ ଭିଜା ମଧ୍ୟ ପ୍ରସ୍ତୁତ କରିଥିଲେ । ତେବେ ପ୍ରସ୍ତୁତ ହୋଇଥିବା ପାସପୋର୍ଟ ଏବଂ ଭିଜା ନକଲି ଜଣାପଡିବା ପରେ ଭେଟେଶ୍ୱର ଗ୍ରାମବାସୀ ନୟାଗଡ଼ ଟାଉନଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗକୁ ଆଧାର କରି ରଣପୁର ପୁଲିସ ଏହି ସଂସ୍ଥାର ୩ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ପୁଲିସ ହାତରେ ଧରାପଡି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/nayagarh_1626685918.jpg)