rakesh-swain
ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ପୋଲିସ୍ ହାତରେ ଆଉ ଏକ ପ୍ରମାଣ ଲାଗିଛି। ଝରାଫୁଲଙ୍କ ମୃତ୍ୟୁ ଦିନ ଝରାଫୁଲଙ୍କ ବୟଫ୍ରେଣ୍ଡ୍ ତଥା ଅଭିଯୁକ୍ତ ରାକେଶ ସ୍ୱାଇଁ ପିନ୍ଧିଥିବା ପ୍ୟାଣ୍ଟ୍,ଶର୍ଟକୁ ପୋଲିସ୍ ଜବତ କରିଛି। ଏହାସହ ସେଦିନ ରାକେଶ ଧରିଥିବା ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଛି।
ତିନି ଦିନିଆ ରିମାଣ୍ଡ ସରି ଯାଇଥିବାରୁ ଯାଜପୁର କୁଆଖିଆ ପୋଲିସ୍ ଆଜି ରାକେଶଙ୍କୁ କୋର୍ଟରେ ହାଜର କରିବ। ରିମାଣ୍ଡରେ ନେବା ପରେ ପ୍ରଥମେ ରାକେଶଙ୍କୁ କୁଆଖିଆର ମୁଗୁପାଳକୁ ନିଆଯାଇ ଶବ ଫିଙ୍ଗିଥିବା ସ୍ଥାନରେ ସିନ୍ ରିକ୍ରିଏଟ କରାଯାଇଥିଲା। ଏହାପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇ ଧର୍ମବିହାର ଗେଷ୍ଟ ହାଉସରେ ସିନ୍ ରିକ୍ରିଏଟ କରାଯାଇଥିଲା।
ମୟୂରଭଞ୍ଜର ଯଶୀପୁର ବୃନ୍ଦେଇ ପୋଷୀର ଆଦିବାସୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାକୁ ସପ୍ତାହେରୁ ଅଧିକ ଦିନ ବିତିଥିଲେ ବି ଏଯାଏ ଘଟଣା ଉପରୁ ପରଦା ଉଠି ପାରୁନି। ଅଭିଯୁକ୍ତ ରାକେଶ ପୋଲିସ ଆଗରେ ନିଜର ଦୋଷ ସ୍ୱୀକାର କରିଛି ନା ସତ ଲୁଚାଇଛନ୍ତି ସେ ସମ୍ପର୍କରେ ଏଯାଏ ମୁହଁ ଖୋଲିନି ପୋଲିସ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rakesh-swain_1626173474.jpg)