jewww
Advertisment
ରାଉରକେଲା : ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼। ରାଉରକେଲାରେ ରାତି ଅଧରେ ଜଣେ ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ। ସୁନା ବ୍ୟବସାୟୀ ଜଣକ ହେଲେ ବିନାୟକ ପ୍ରସାଦ ।
Advertisment
ମିଳିଥିବା ସୂଚନା ମୁତାବକ,ମହତାବ ରୋଡ୍ ଠାରେ ବିନାୟକ ପ୍ରସାଦଙ୍କୁ ଛୁରାମାଡ଼ ହୋଇଥିଲା । ତାଙ୍କ ଶରୀରର ୫ଟି ସ୍ଥାନକୁ ଛୁରାମାଡ଼ ହୋଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ବିନାୟକଙ୍କୁ IGHରେ ଭର୍ତ୍ତି କରାଯାଇଛି । ସେକ୍ଟର-୫ ସ୍ଥିତ ସୁନା ଦୋକାନରୁ ଫେରିବା ବେଳେ ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଥିଲା । ପ୍ଲାଣ୍ଟସାଇଟ୍ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jewww_1626685309.jpg)