Advertisment

ରାତି ପାହିଲେ JEE Main ପରୀକ୍ଷା, ସବୁ ପ୍ରସ୍ତୁତି ଶେଷ

ଭୁବନେଶ୍ୱର: ଶେଷ ହେବାକୁ ଯାଉଛି ସବୁ ପ୍ରତୀକ୍ଷା, ଦୂର ହେବାକୁ ଯାଉଛି ସବୁ ଦ୍ୱନ୍ଦ୍ୱ। ରାତି ପାହିଲେ ଜେଇଇ ମେନ୍ ପରୀକ୍ଷା। ପରୀକ୍ଷା କେନ୍ଦ୍ରରେ ବସିବେ ହଜାର ହଜାର ଜେଇଇ ମେନ୍ ପରୀକ୍ଷାର୍ଥୀ। କୋଭିଡ୍ ମହାମାରୀ କଟକଣା ଭିତରେ ଦେଶରେ ପରୀକ୍ଷା ଦେବାକୁ ଯାଉଛନ୍ତି ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ଓଡ଼ିଶାରେ ବି ୩୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ସେଣ୍ଟର ହୋଇଥିବା ସହରରେ ପହଞ୍ଚୁଥିବା ବେଳେ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି। ପରୀକ୍ଷା ସେଣ୍ଟରରେ କୋଭିଡ୍ […]

ଅଦ୍ୟତନ ହୋଇଛି
ରାତି ପାହିଲେ JEE Main ପରୀକ୍ଷା, ସବୁ ପ୍ରସ୍ତୁତି ଶେଷ

jee

Advertisment

ଭୁବନେଶ୍ୱର: ଶେଷ ହେବାକୁ ଯାଉଛି ସବୁ ପ୍ରତୀକ୍ଷା, ଦୂର ହେବାକୁ ଯାଉଛି ସବୁ ଦ୍ୱନ୍ଦ୍ୱ। ରାତି ପାହିଲେ ଜେଇଇ ମେନ୍ ପରୀକ୍ଷା। ପରୀକ୍ଷା କେନ୍ଦ୍ରରେ ବସିବେ ହଜାର ହଜାର ଜେଇଇ ମେନ୍ ପରୀକ୍ଷାର୍ଥୀ। କୋଭିଡ୍ ମହାମାରୀ କଟକଣା ଭିତରେ ଦେଶରେ ପରୀକ୍ଷା ଦେବାକୁ ଯାଉଛନ୍ତି ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ଓଡ଼ିଶାରେ ବି ୩୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ସେଣ୍ଟର ହୋଇଥିବା ସହରରେ ପହଞ୍ଚୁଥିବା ବେଳେ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି।

Advertisment

ପରୀକ୍ଷା ସେଣ୍ଟରରେ କୋଭିଡ୍ ଗାଇଡଲାଇନ୍ ପାଳନ ସହ ସୁରକ୍ଷିତ ଓ ଶୃଙ୍ଖଳିତ ପରୀକ୍ଷା ଲାଗି ସବୁ ପ୍ରକାର ବ୍ୟବସ୍ଥା ହୋଇଛି।କୋଭିଡ୍ ମହାମାରୀ ପାଇଁ ପରୀକ୍ଷା କେନ୍ଦ୍ର ଆଗରେ ସୁଦୃଶ୍ୟ ସୂଚନା ଫଳକ ଲଗାଯାଇଛି। ୬ ଦିନ ଧରି ଚାଲିବାକୁ ଥିବା ଜେଇଇ ମେନ୍ ପରୀକ୍ଷାର ଆସନ୍ତାକାଲି ପ୍ରଥମ ଦିନ ପ୍ରଥମ ସିଟିଂ ସକାଳ ୯ଟାରୁ ୧୨ଟା ଓ ଦ୍ୱିତୀୟ ସିଟିଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ହେବ।

ନିୟମ ଅନୁସାରେ ପରୀକ୍ଷା ଆରମ୍ଭର ୨ ଘଣ୍ଟା ପୂର୍ବରୁ ସେଣ୍ଟରରେ ପହଞ୍ଚିବେ ଛାତ୍ରଛାତ୍ରୀ। ସେଣ୍ଟର ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ଉଭୟ ସେଣ୍ଟର ବାହାରେ ଓ ଭିତରେ ବି ସାମାଜିକ ଦୂରତା ରକ୍ଷା ଲାଗି ସବୁ ପ୍ରକାର ବନ୍ଦୋବସ୍ତ ହୋଇଛି।

Advertisment

ଆସନ୍ତାକାଲିଠାରୁ ରାଜ୍ୟର ୭ଟି ସହରର ୨୬ଟି ପରୀକ୍ଷା କେନ୍ଦ୍ରରେ ୩୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା ସେଣ୍ଟର ହୋଇଥିବା ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ ଓ ବାଲେଶ୍ୱର ସହରରେ ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ପାଇଁ ଯାଆସ, ମାଗଣା ରହଣି, ଖାଦ୍ୟ ପେୟର ବ୍ୟବସ୍ଥା କରିଛି।

ସଂପୃକ୍ତ ଜିଲ୍ଲା ପ୍ରଶାସନ ପିଲାଙ୍କ ପାଇଁ ଉପଲବ୍ଧ ହଷ୍ଟେଲରେ ବି କୋଭିଡର ସବୁ ଗାଇଡଲାଇନ୍ ପାଳନ କରାଯାଉଛି। କରୋନା ସ୍ଥିତିରେ ପିଲାଙ୍କ ସମସ୍ତ ଆବଶ୍ୟକତା ପୂରଣ ଓ ଆନୁସଙ୍ଗିକ ସୁବିଧା ସୁଯୋଗ ତଦାରଖ ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱରରେ ସର୍ବାଧିକ ୧୬ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହ ବିଏମସି ବି ଶୃଙ୍ଖଳିତ ପରୀକ୍ଷା ଆୟୋଜନ ଲାଗି ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ