Adarsha Vidyalaya Photograph: (OTV)
ଢେଙ୍କାନାଳ ଗଁଦିଆ ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ। ୧୦ରୁ ଅଧିକ ପିଲାଙ୍କୁ ଜଣ୍ଡିସ୍ ହୋଇଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ। ତେବେ କେବଳ ଜଣେ ଆକ୍ରାନ୍ତ ହୋଇଥିବା ସ୍ବୀକାର କରିଛନ୍ତି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ।
ଏ ନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିବା ସେ କହିଛନ୍ତି। ପରିମଳ ଅବ୍ୟବସ୍ଥା କଥା ଦୃଷ୍ଟିକୁ ଆସିଛି, ଏନେଇ ଆଜି ଗଁଦିଆରୁ ସ୍ବତନ୍ତ୍ର ଟିମ୍ ଯିବେ। ଗତକାଲି ସ୍କୁଲରେ ସ୍ଥିତି ପରଖିଛନ୍ତି ବରପଦାର ଏକ ସ୍ୱାସ୍ଥ୍ୟ ଟିମ୍। ଗଁଦିଆ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବେ ଘଟଣାକୁ ନେଇ ତଦନ୍ତ କରୁଛନ୍ତି ।
ଆଦର୍ଶ ସ୍କୁଲରେ ‘ଜଣ୍ଡିସ୍’
ଢେଙ୍କାନାଳ ଗଁଦିଆ ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ
ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ବୀକାର କଲେ ସିଡିଏମଓ
ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି କହିଲେ
ପରିମଳ ଅବ୍ୟବସ୍ଥା କଥା ଦୃଷ୍ଟିକୁ ଆସିଛି
ସ୍କୁଲ ଯାଇ ତଦନ୍ତ କରିବ ସ୍ବତନ୍ତ୍ର ଟିମ୍
୧୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ଅଭିଭାବକଙ୍କ ଅଭିଯୋଗ
ସ୍କୁଲରେ ପହଞ୍ଚି ସ୍ଥିତି ପରଖିଲେ ବରପଦାର ଏକ ସ୍ୱାସ୍ଥ୍ୟ ଟିମ୍
ଗଁଦିଆ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦନ୍ତ ଜାରି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/13/adarsha-vidyalaya-2026-01-13-10-14-42.jpg)