Advertisment

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ମୋଦି ବୁଲାଇବେ କୋଣାର୍କ !

ଭୁବନେଶ୍ୱର : ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଡିସେମ୍ବର ମଧ୍ୟ ଭାଗରେ ଭାରତ ଆସିବାର ସମ୍ଭାବନା ଅଛି। ଉଭୟ ରାଷ୍ଟ୍ର ପକ୍ଷରୁ ତାରିଖ ସ୍ଥିର ପାଇଁ ଆଲୋଚନା ଜାରି ରହିଛି। ଡିସେମ୍ବର ୧୩ରୁ ୧୭ ମଧ୍ୟରେ ଏକ ତାରିଖ ସ୍ଥିର ହେବାକୁ ଥିବାବେଳେ ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାର ଅଛି। ତେବେ ଏହି ସମ୍ମିଳନୀ ପାଇଁ ଓଡ଼ିଶାର କୋଣାର୍କ ଏବଂ ଆସାମର ଗୌହାଟୀ ୨ଟି ବିକଳ୍ପ ସ୍ଥାନ ରହିଛି। ଗୌହାଟୀ ପ୍ରଥମ ବିକଳ୍ପ […]

author-image
Pradesh Pratyush
ଜାପାନ ପ୍ରଧାନମନ୍ତ୍ରୀଙ୍କୁ ମୋଦି ବୁଲାଇବେ କୋଣାର୍କ !

Shinzo-Abe-modi

ଭୁବନେଶ୍ୱର : ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଡିସେମ୍ବର ମଧ୍ୟ ଭାଗରେ ଭାରତ ଆସିବାର ସମ୍ଭାବନା ଅଛି। ଉଭୟ ରାଷ୍ଟ୍ର ପକ୍ଷରୁ ତାରିଖ ସ୍ଥିର ପାଇଁ ଆଲୋଚନା ଜାରି ରହିଛି। ଡିସେମ୍ବର ୧୩ରୁ ୧୭ ମଧ୍ୟରେ ଏକ ତାରିଖ ସ୍ଥିର ହେବାକୁ ଥିବାବେଳେ ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାର ଅଛି।

Advertisment

ତେବେ ଏହି ସମ୍ମିଳନୀ ପାଇଁ ଓଡ଼ିଶାର କୋଣାର୍କ ଏବଂ ଆସାମର ଗୌହାଟୀ ୨ଟି ବିକଳ୍ପ ସ୍ଥାନ ରହିଛି। ଗୌହାଟୀ ପ୍ରଥମ ବିକଳ୍ପ ହୋଇଥିବାବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଭିତ୍ତିଭୂମି ଦୃଷ୍ଟିରୁ ବେଶ ଉନ୍ନତି କରିଥିବାରୁ ଓଡ଼ିଶାକୁ ମଧ୍ୟ ବିକଳ୍ପରେ ରଖାଯାଇଛି। ତେବେ ମୋଦିଙ୍କ ପୂର୍ବ ବୈଠକ ସବୁକୁ ଯଦି ଲକ୍ଷ୍ୟ କରାଯାଏ ସେ ଭାରତର ଐତିହ୍ୟ ସହ ଜଡ଼ିତ ସ୍ଥାନ ବାଛୁଥିବାରୁ କୋଣାର୍କରେ ସମ୍ମିଳନୀ ହେଲେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।

ଏହି ଭେଟ କୋଣାର୍କରେ ହେଲେ ମୋଦି ଏବଂ ଆବେଙ୍କ ସମ୍ମିଳନୀର ପ୍ରଚ୍ଛଦରେ ଭାସ୍କର୍ଯ୍ୟରେ ଭରପୁର କୋଣାର୍କ ସୂର୍ଯ୍ୟମନ୍ଦିର ସ୍ଥାନ ପାଇବ ବୋଲି କୁହାଯାଉଛି। ଏହା ପୂର୍ବରୁ ଗତ ଅକ୍ଟୋବରରେ ମହବଳୀପୁରମ୍‌ଠାରେ ଚାଇନା ରାଷ୍ଟ୍ରପତି ସି ଜିନିପିଙ୍ଗଙ୍କ ସହ ସମ୍ମିଳନୀରେ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା। ଏହି ଅବସରରେ ମୋଦି ଜିନ୍‌ପିଙ୍ଗଙ୍କୁ ବିଭିନ୍ନ ଐତିହ୍ୟ କୀର୍ତ୍ତି ବୁଲାଇ ଦେଖାଇଥିଲେ।

Advertisment

୨୦୧୭ ମସିହାରେ ସିଞ୍ଜୋ ଭାରତ ଗସ୍ତରେ ଆସିଥିବା ସମୟରେ ଅହମ୍ମଦାବାଦଠାରେ ତାଙ୍କ ପାଇଁ ରୋଡ୍‌ ଶୋ’ ଆୟୋଜିତ ହୋଇଥିଲା। ୨୦୧୮ରେ ମୋଦିଙ୍କ ଜାପାନ ଗସ୍ତରେ ସିଞ୍ଜୋ ତାଙ୍କ ପୈତୃକ ବାସଭବନରେ ରାତ୍ରଭୋଜନ ଆୟୋଜନ କରିଥିଲେ।

Advertisment
Advertisment