Advertisment

ରିମାଣ୍ଡରେ ନେଇ ରାକେଶକୁ ପଚରାଉଚରା କରୁଛି ଯାଜପୁର ପୋଲିସ

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ୩ ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ରାକେଶ। ରାକେଶକୁ ଯାଜପୁର କୁଆଖିଆ ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ।

ରିମାଣ୍ଡରେ ନେଇ ରାକେଶକୁ ପଚରାଉଚରା କରୁଛି ଯାଜପୁର ପୋଲିସ

remand-rakesh

Advertisment

ଯାଜପୁର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ୩ ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ରାକେଶ। ରାକେଶକୁ ଯାଜପୁର କୁଆଖିଆ ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ। ଯାଜପୁର ଏସଡ଼ିପିଓ ଓ କୁଆଖିଆ ଆଇଆଇସି ରାକେଶକୁ ପଚରାଉଚରା କରୁଥିବା ନେଇ ସୂଚନା ରହିଛି।

Advertisment

ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କୁ ଯାଜପୁର ପୋଲିସ ୩ ଦିନିଆ ରିମାଣ୍ଡରେ ନେଇ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରିବ ବୋଲି ପୂର୍ବରୁ ସୂଚନା ଥିଲା। ଏଥିପାଇଁ ଜିଲ୍ଲା ଓ ଦୌରାଜଜ୍ ଯାଜପୁର ପୋଲିସକୁ ଅନୁମତି ବି ଦେଇଥିଲେ।

Advertisment

ଆଜି ପୂର୍ବାହ୍ନରୁ ୫ ତାରିଖ ପୂର୍ବାହ୍ନ ଯାଏଁ ମିଳିଥିବା ରିମାଣ୍ଡ ଅବଧି ମଧ୍ୟରେ ଯାଜପୁର ପୋଲିସ ଖୋଳତାଡ଼ କରିବ। କାରଣ ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିଲା ଝରାଫୁଲଙ୍କ ମୃତଦେହ। ତା ସହ ଏକ ସିସିଟିଭି ଫୁଟେଜ୍ ବି ମିଳିଥିଲା। ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଝରାଫୁଲଙ୍କୁ ମୃତ ଅବସ୍ଥାରେ ସ୍କୁଟରରେ ବସାଇ ନେଉଥିବାର ଚିତ୍ର ରହିଛି। ତେଣୁ ରାକେଶ ସହ ଆଉ କିଏ ଏଥିରେ ସଂପୃକ୍ତ ଅଛନ୍ତି ? କେଉଁଠୁ ଏବଂ କେମିତି ଆସିଲା ମୃତଦେହ ? ଏସବୁ ଦିଗକୁ ଧରି ଯାଜପୁର ପୋଲିସ ରାକେଶଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି।

ତେବେ ପୂର୍ବରୁ ଝରାଫୁଲ ନାୟକ ମୃତ୍ୟୁ ମାମଲାକୁ ନେଇ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ମିଳିଥିବା ସୂଚନା ଅନୁସାରେ, ଘଟଣା ଦିନ ରାତିରେ ଝରାଫୁଲ ଖଣ୍ଡଗିରିର ଏକ ଗେଷ୍ଟ ହାଉସରେ ଥିଲେ।

Advertisment

ଏହି ଗେଷ୍ଟ ହାଉସ୍ ଖଣ୍ଡଗିରି ଧର୍ମବିହାର ଲେନ୍-୬ରେ ବୋଲି ଜଣାଯାଇଥିଲା।  ଗେଷ୍ଟହାଉସରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାଯାଇଛି, ସେହି ରାତିରେ ଝରା ଫୁଲଙ୍କ ସହ  ବନ୍ଧୁ ରାକେଶ  ସ୍ୱାଇଁ  ମଧ୍ୟ ଗେଷ୍ଟ ହାଉସରେ ରହିଥିଲେ।  ଏତିକି ନୁହେଁ, ଝରାଫୁଲଙ୍କୁ ସ୍କୁଟିରେ ବସାଇ ନିଆଯାଉଥିବାର ଦୃଶ୍ୟ ମଧ୍ୟ ଏହି ଫୁଟେଜ୍‌ରେ କଏଦ ହୋଇଛି।

ଝରାଫୁଲଙ୍କୁ କାହିଁକି ଓ କେମିତି ହତ୍ୟାକଲା ରାକେଶ ସେନେଇ ଯାଜପୁର ପୋଲିସ ତାଙ୍କୁ ଜେରା କରୁଛି। ସିସିଟିଭିରେ କଏଦ ହୋଇଥିବା ଫୁଟେଜରେ ସ୍କୁଟି ଆରୋହୀ ଜଣକ ରାକେଶ ବୋଲି ପୂର୍ବରୁ ପୋଲିସ ସୂଚନା ଦେଇଥିଲା। ରାକେଶ, ଝରାଫୁଲକୁ ପ୍ରେମ କରୁଥିବା ଏବଂ ଝିଅର ମୃତ୍ୟୁ ପଛରେ ରାକେଶର ଲିଙ୍କ୍ ଥିବା ନେଇ ମଧ୍ୟ ଝରାଫୁଲଙ୍କ ବାପା ଅଭିଯୋଗ ବି କରିଥିଲେ। ତେବେ ରାକେଶ କଣ କହୁଛି ତାହା ଉପରେ ରହିଛି ନଜର।

RD University Girl Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ