Advertisment

ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ଯାଜପୁର ଓ ଭଦ୍ରକ

ବାତ୍ୟା ୟାସ୍ ପ୍ରଭାବରେ ବୈତରଣୀ ନଦୀ ଅବବାହିକାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ଦେଖାଦେଇଛି। ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶର ପ୍ରଦୀପ ଜେନା। ଆନନ୍ଦପୁର ଏବଂ ଆଖୁଆପଦାଠାରେ ବିପଦ ସଂକେତ ଉପରେ ବୈତରଣୀ ପ୍ରବାହିତ ହେଉଛି।

ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ଯାଜପୁର ଓ ଭଦ୍ରକ

flood water

Advertisment

ଭୁବନେଶ୍ୱର: ବାତ୍ୟା ୟାସ୍ ପ୍ରଭାବରେ ବୈତରଣୀ ନଦୀ ଅବବାହିକାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ଦେଖାଦେଇଛି। ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶର ପ୍ରଦୀପ ଜେନା। ଆନନ୍ଦପୁର ଏବଂ ଆଖୁଆପଦାଠାରେ ବିପଦ ସଂକେତ ଉପରେ ବୈତରଣୀ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖାଦେଇଇଛି। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଏବଂ ଯାଜପୁର ଜିଲ୍ଲାପାଳ ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ଯେଉଁଠି ଦରକାର ପଡୁଛି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଉଛି ବୋଲି ଏସ୍ଅଆରସି ଟୁଇଟରେ ଉଲ୍ଲେଖ କରିଛନ୍ତି।

Advertisment

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ସେପଟେ, ବାତ୍ୟା ୟାସର ପ୍ରଭାବ ମୂୟରଭଂଜ ଜିଲ୍ଲାର ବାରିପଦା ସହର ଏବଂ ମୟୂରଭଂଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୋରରେ ବହୁଛି ପବନ। ରାତି ସାରା ପବନର ମାତ୍ରା ଅଧିକ ରହିଥିବା ବେଳେ କିନ୍ତୁ ବର୍ଷା ଛାଡ଼ିଛି। ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର କମିବାରେ ଲାଗିଛି। ବିପଦ ସଙ୍କେତ ତଳେ ବୁଢାବଳଙ୍ଗ ନଦୀର ଜଳସ୍ତର ପ୍ରବାହିତ ହେଉଛି। ଶିମିଳିପାଳ ଓ କରଞ୍ଜିଆରେ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବଢିଥିଲା। ତେବେ ଗତକାଲି ରାତିରୁ ବର୍ଷା ହୋଇନଥିବାରୁ ଧୀରେ ଧୀରେ ଜଳପତ୍ତନ କମିବାର ଦେଖିବାକୁ ମିଳିଛିି। ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟରେ ହୋଇଥିବା ବର୍ଷା ଫଳରେ ଅଭୟାରଣ୍ୟ ମଧ୍ୟରେ ଥିବା କେତେକ ଗାଁର ଲୋକେ ଜଳବନ୍ଦୀ ଅଛନ୍ତି। ସେହିପରି ବର୍ଷାରେ ପାହାଡ଼ରୁ ଅଚାନକ ଆସିଥିବା ବନ୍ୟାପାଣିରେ କେତେକ ଲୋକଙ୍କ ଘର ଭାଙ୍ଗିଯାଇଥିବା ସୂଚନା ରହିଛି।

ଏପଟେ,ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ଯାସ୍‌ର କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋଦି। ସୂଚନା ଅନୁସାରେ, ମୋଦି ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ବାତ୍ୟାର ସମୀକ୍ଷା କରିବେ. ପରେ ବାତ୍ୟା ଅଂଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆକାଶ ମାର୍ଗରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ସ୍ଥିତି ଦେଖିବେ। କ୍ଷତିଗ୍ରସ୍ତ ବାଲେଶ୍ୱର, ଭଦ୍ରକ ଅଞ୍ଚଳକୁ ଆକାଶ ମାର୍ଗରୁ ଦେଖିବେ ମୋଦି। କେବଳ ଏତିକି ନୁହେଁ ବରଂ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଅଞ୍ଚଳ ମଧ୍ୟ ବୁଲି ଦେଖିବେ ପ୍ରଧାନମନ୍ତ୍ରୀ। ପରେ ପଶ୍ଚିମବଙ୍ଗରେ ମଧ୍ୟ ସମୀକ୍ଷା ବୈଠକରେ ଯୋଗ ଦେବେ ମୋଦି।

Advertisment

ଏପଟେ, ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏରିଏଲ ସର୍ଭେ ଦ୍ୱାରା ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ୟାସ୍ ପ୍ରଭାବରେ କ୍ଷତିଗ୍ରସ୍ତ ଜିଲ୍ଲାର ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ