Advertisment

Sting Operation at Sub-Jail: ଲାଞ୍ଚ ନେଉଥିଲେ ଜେଲର ବାବୁ! ଷ୍ଟିଙ୍ଗ ଅପରେସନରେ ସାମ୍ନାକୁ ଆସିଲା ସତ

ଲାଞ୍ଚ ନେଉଥିଲେ ଜେଲର ବାବୁ। ଷ୍ଟିଙ୍ଗ ଅପରେସନରେ ସାମ୍ନାକୁ ଆସିଲା ସତ। ଭିଡିଓରେ କଏଦ ଖାକିବାବୁଙ୍କ କଳା କାରନାମା। ସୋନପୁର ଉପ-କରାଗାରରେ ଲାଞ୍ଚ କାରବାର ଅଭିଯୋଗ।

Sonpur Sub-Jail

Sonpur Sub-Jail Photograph: (OTV)

Advertisment

ଲାଞ୍ଚ ନେଉଥିଲେ ଜେଲର ବାବୁ | ଷ୍ଟିଙ୍ଗ ଅପରେସନରେ ସାମ୍ନାକୁ ଆସିଲା ଖାକିବାବୁଙ୍କ କଳା କାରନାମା | ଘଟଣା ଘଟିଛି ସୋନପୁର ଉପ-କରାଗାରରେ | ଅଭିଯୋଗ ଅନୁଯାୟୀ ଜଣେ ବ୍ୟକ୍ତି ଜେଲ ଭିତରେ ଥିବା ସମ୍ପର୍କୀୟଙ୍କ ବେଲବଣ୍ଡ ପେପରରେ ଦସ୍ତଖତ କରେଇବା ପାଇଁ ଜେଲର ପଣ୍ଡା ବାବୁଙ୍କ ନିକଟକୁ ଯାଇଥିଲେ | ବେଲବଣ୍ଡ ପେପରରେ ଦସ୍ତଖତ କରିବା ପାଇଁ, ଶହ ଶହ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। 

Advertisment

ଭିଡିଓରେ ଦେଖାଯାଇଛି ଯେ, ଜେଲବଣ୍ଡ ପେପରରେ ଦସ୍ତଖତ କରାଇବାକୁ ଜଣେ ବ୍ୟକ୍ତିଙ୍କ ହାତକୁ ୫୦୦ ଟଙ୍କିଆ ନୋଟ୍ ବଢାଇ ଦିଆଯାଉଛି। ସଂପୃକ୍ତ ବ୍ୟକ୍ତି ଟଙ୍କା ନେଇ ଡିଲ୍ କରୁଛନ୍ତି। ଡିଲ୍ ପାଇଁ ମଧ୍ୟ ସେ ଏକ୍ସଟ୍ରା ଟଙ୍କା ନେଉଥିବା ଦେଥଖିବାକୁ ମିଳିଛି । ଟଙ୍କା ନେବା ବେଳର ଭିଡିଓ ଭାଇରାଲ୍ ହେଉଥିବାବେଳେ ଏନେଇ ଜେଲରଙ୍କ ପ୍ରତିକ୍ରିୟା ମିଳିପାରିନି ।

•    ଲାଞ୍ଚ ନେଉଥିଲେ ଜେଲର ବାବୁ!
•    ଷ୍ଟିଙ୍ଗ ଅପରେସନରେ ସାମ୍ନାକୁ ଆସିଲା ସତ
•    ଭିଡିଓରେ କଏଦ ଖାକିବାବୁଙ୍କ କଳା କାରନାମା 
•    ସୋନପୁର ଉପ-କରାଗାରରେ  ଲାଞ୍ଚ କାରବାର ଅଭିଯୋଗ

Advertisment
Sonepur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ