Tirtol IIC Photograph: (OTV)
ଜବତ ବାଲିଗାଡି଼କୁ ଛାଡି଼ ଦେଲେ ଥାନା ବାବୁ। ଦରମା ବନ୍ଦ କଲେ ଜିଲ୍ଲାପାଳ। ମନଇଛା ଜବତ ବାଲିଗାଡ଼ିକୁ ଛାଡ଼ି ଅଡୁଆରେ ଜଗତସିଂହପୁର ତିର୍ତ୍ତୋଲ ଆଇଆଇସି। କ୍ଷମତାର ଅପବ୍ୟବହାର କରିଥିବାରୁ ଆଇଆଇସି ପ୍ରଦୀପ୍ତ ସେଠୀଙ୍କ ଦରମା ବନ୍ଦ ସହ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜରି କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ।
ନଭେମ୍ବର ଓ ଡିସେମ୍ବର ମାସରେ ଜୟପୁର ଓ କିଲି ପାଳ ଦୁଇଟି ବାଲି ଘାଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିଲା। ବେଆଇନ ବାଲି ଉତ୍ତୋଳନ ପାଇଁ ୮୦ରୁ ଉର୍ଦ୍ଧ୍ବ ବାଲି ହାଇୱାକୁ ଜବତ କରାଯାଇଥିଲା। ଜବତ ବାଲି ହାଇୱା ଓ ବାଲି ଘାଟ ନିଲାମଧାରୀଙ୍କ ବିରୋଧରେ ତିର୍ତୋଲ ଥାନାରେ ସେତେବେଳେ ଜିଲ୍ଲା ଖଣି ଅଧିକାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା।
ଅନ୍ୟପଟରେ ଜବତ ହାଇୱା ଗାଡ଼ି ମାଲିକ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ବିଚାର କରି ଆବେଦନକାରୀଙ୍କୁ 15 ଦିନ ଭିତରେ ତିର୍ତୋଲ ଥାନା ଅଧିକାରୀ, ଉପ ଜିଲ୍ଲାପାଳ ଓ ଜିଲ୍ଲା ଖଣି ଅଧିକାରୀଙ୍କ ନିକଟରେ ସମସ୍ତ ତଥ୍ୟ ଦାଖଲ କରି ଗାଡ଼ି ଛାଡ଼ିବା ପାଇଁ ଅନୁରୋଧ କରିବେ ବୋଲି କହିଥିଲେ। କିନ୍ତୁ ହାଇକୋର୍ଟଙ୍କ ଆଦେଶକୁ ନ ମାନି ଆଇଆଇସି ପ୍ରଦୀପ୍ତ ସେଠୀ ଗାଡି଼ ଛାଡିଦେଇଥିଲେ। ଯାହାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ମନଇଛା ଜବତ ବାଲିଗାଡ଼ି ଛାଡ଼ି ଅଡୁଆରେ IIC
ଅଡୁଆରେ ଜଗତସିଂହପୁର ତିର୍ତ୍ତୋଲ IIC
ପ୍ରଶାସନିକ ନିଷ୍ପତ୍ତିକୁ ଅଣଦେଖା ଅଭିଯୋଗ
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଅବମାନନା ଅଭିଯୋଗ
ସୋ କଜ୍ ନୋଟିସ ସହ ଥାନା ଅଧିକାରୀଙ୍କ ଦରମା ବନ୍ଦ
IIC ପ୍ରଦୀପ୍ତ ସେଠୀଙ୍କ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/03/tirtol-iic-2026-01-03-13-21-31.jpg)