Advertisment

ଟ୍ରେନ୍‌ରୁ ଖସି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ସରକାରୀ ଆଇଟିଆଇ କଲେଜ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ଭାସ୍କର ସାହୁ ନାମକ ଜଣେ ଆଇଟିଆଇ ଛାତ୍ର ବିଦ୍ୟୁତ୍‌ ମରାମତି ପାଇଁ ଭୁବନେଶ୍ୱର ଆସିଥିଲେ। କିନ୍ତୁ ରାଉରକେଲା ଫେରିବା ବାଟରେ ବୁଧବାର ରାତିରେ ଟ୍ରେନ୍‌ରୁ ଖସି ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଆଜି ରାଉରକେଲା ଆଇଟିଆଇ ଛାତ୍ରମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଛାତ୍ରଛାତ୍ରୀମାନେ କଲେଜ ଗେଟ୍‌ରେ ତାଲା ପକାଇ କ୍ଷତିପୂରଣ ଦାବିରେ ବିକ୍ଷୋଭ କରିଥିଲେ। ମୃତ ଛାତ୍ରଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଓ […]

ଟ୍ରେନ୍‌ରୁ ଖସି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

99

Advertisment

ରାଉରକେଲା: ରାଉରକେଲା ସରକାରୀ ଆଇଟିଆଇ କଲେଜ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ଭାସ୍କର ସାହୁ ନାମକ ଜଣେ ଆଇଟିଆଇ ଛାତ୍ର ବିଦ୍ୟୁତ୍‌ ମରାମତି ପାଇଁ ଭୁବନେଶ୍ୱର ଆସିଥିଲେ। କିନ୍ତୁ ରାଉରକେଲା ଫେରିବା ବାଟରେ ବୁଧବାର ରାତିରେ ଟ୍ରେନ୍‌ରୁ ଖସି ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ଏହାକୁ ନେଇ ଆଜି ରାଉରକେଲା ଆଇଟିଆଇ ଛାତ୍ରମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଛାତ୍ରଛାତ୍ରୀମାନେ କଲେଜ ଗେଟ୍‌ରେ ତାଲା ପକାଇ କ୍ଷତିପୂରଣ ଦାବିରେ ବିକ୍ଷୋଭ କରିଥିଲେ।

ମୃତ ଛାତ୍ରଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଓ ପରିବାରର ଜଣଙ୍କୁ ସରକାରୀ ଚାକିରି ଦେବାକୁ ଦାବି ହୋଇଥିଲା। ତେବେ କଲେଜ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଆସି ମୃତକଙ୍କ ପରିବାରକୁ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କାର ଚେକ୍ ଦିଆଯାଇଛି ବୋଲି କହିବା ପରେ ଉତ୍ତେଜନା ଥମିଥିଲା। ପରେ ଆଉ ୫ ଲକ୍ଷ ଟଙ୍କା ଦିଆଯିବ ଏବଂ ସରକାରୀ ପ୍ରକ୍ରିୟା ଆଧାରରେ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଦିଆଯିବାକୁ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଦ୍ୟମ କରାଯିବ ବୋଲି କାର୍ଯ୍ୟକାରୀ ପ୍ରିନ୍ସିପାଲ କହିଛନ୍ତି। ସେପଟେ ମୃତ ଛାତ୍ରଙ୍କ ସ୍ମୃତିରେ ଆଜି କଲେଜକୁ ବନ୍ଦ କରାଯାଇଛି।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ