ven
ଭଞ୍ଜନଗର: ଲକ୍ ଡାଉନରେ ସମ୍ପୂର୍ଣ୍ଣ ଦେଶୀ ଜ୍ଞାନକୌଶଳରେ ଭେଣ୍ଟିଲେଟର ତିଆରି କରିଛନ୍ତି Btech ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଛାତ୍ର ଅନନ୍ୟ ଅପ୍ରମ୍ୟ। ଅନ୍ୟନ୍ୟ ଏବେ Btech ତୃତୀୟ ବର୍ଷରେ ପାଠ ପଢ଼ୁଛନ୍ତି। ଅନନ୍ୟ ଭୁବନେଶ୍ୱରରେ ଏକ ଇଂଜିନିୟରିଂ କଲେଜରେ ପଢୁଥିବା ବେଳେ ଲକ୍ ଡାଉନ ପରଠାରୁ ସେ ନିଜ ଘର ଭଞ୍ଜନଗରରେ ରହୁଛନ୍ତି।
ଏହି ସମୟରେ ନିଜ ବାପାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ଅଧ୍ୟାପକଙ୍କ ପରାମର୍ଶ କ୍ରମେ କରୋନା ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଭେଣ୍ଟିଲେଟର ନିର୍ମାଣ କରିଛନ୍ତି। ଏଥିପାଇଁ ସେ କିଛି ବନ୍ଧୁଙ୍କ ସହଯୋଗ ନେଇଥିଲେ। ଏହି ଭେଣ୍ଟିଲେଟରର ନାଁ ସ୍ୱାସ୍ନର ଦେଇଛନ୍ତି। ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରୁଥିବା ରୋଗୀଙ୍କ ପାଇଁ ଏହା ବେଶ ଫଳପ୍ରଦ ହୋଇପାରିବ ବୋଲି କହିଛନ୍ତି ଅନନ୍ୟ।
ଭେଣ୍ଟିଲିଟରଟିକୁ ପ୍ରସ୍ତୁତ କରିବା ପାଇଁ ଚାରିମାସ ସମୟ ଲାଗିଥିବା କହିଛନ୍ତି ଅନନ୍ୟ। ଅକ୍ସିଜେନ ହୁଡ଼, ରିଂ ସେଟ୍, ନେକ୍ ସିଲ, ବ୍ୟାକ୍ଟେରିଆଲ ଫିଲଟର, ପୀପ ଭଲବ, ଥ୍ରୀ ୱେ କନେକ୍ଟର, ଟବିଙ୍ଗ ସର୍କିଟ, ଆମ୍ବୁବେଗ ସାମଗ୍ରୀରେ ପ୍ରସ୍ତୁତ ହୋଇଛି ପୂରା ସ୍ୱଦେଶୀ ଭେଣ୍ଟିଲିଟର। ଏହାକୁ ଅମ୍ଳଜାନ ସିଲିଣ୍ଡର ରଖିଥିବା ରୋଗୀ ଏବଂ ଯେଉଁମାନଙ୍କ ପାଖରେ ସିଲିଣ୍ଡର ନାହିଁ ସେମାନେ ମଧ୍ୟ ଆମ୍ବୁବେଗକୁ ହାତରେ ପମ୍ପିଂ କରି ବ୍ୟବହାର କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ven-1_1625314772.jpg)