si
ମୁମ୍ବାଇ: ସୁଧୁରିଲାନି ଇସ୍କନ। ମୁମ୍ବାଇରେ ଅଦିନରେ ଗଡ଼ିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ। ଆଷାଢ଼ ବଦଳରେ ମାଘ ମାସରେ ରଥଯାତ୍ରାର ଆୟୋଜନ କଲା ଇସ୍କନ।
ତେବେ ପୂର୍ବରୁ ଥାନାରେ ଏତଲା, ତୀବ୍ର ପ୍ରତିବାଦ ପରେ ନଭେମ୍ବର ୨୭ରେ ଲୁଧିଆନାରୁ ଓହରିଥିଲା। ହେଲେ ମୁମ୍ବାଇରେ ଅଦିନରେ ଗଡ଼ାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ବଦଳରେ ଶ୍ରୀପଞ୍ଜମୀରେ ରଥଯାତ୍ରା ହେଲା।
/odishatv-khabar/media/post_attachments/wp-content/uploads/2020/01/eara.jpg)
ଭାବନାକୁ ଖାତିର ନାହିଁ, ବିଧି ପରମ୍ପରାକୁ ସମ୍ମାନ ନାହିଁ। ବିରୋଧକୁ ପରବାଏ ନାହିଁ। ମୁମ୍ବାଇର ଦାଦର ଅଞ୍ଚଳରେ ଆୟୋଜିତ ହୋଇଥିବା ଇସ୍କନ ରଥଯାତ୍ରାରେ ତିନିଠାକୁରଙ୍କୁ ରଥରେ ବସାଇ ପୁରୀ ରଥଯାତ୍ରା ଭଳି ଶ୍ରୀଜିଉଙ୍କୁ ଟାଣି ଟାଣି ନେଇଥିଲେ ଇସ୍କନ ଅନୁଗାମୀ।
/odishatv-khabar/media/post_attachments/wp-content/uploads/2020/01/ratha.jpg)
ଶିବାଜୀ ପାର୍କରୁ ଆରମ୍ଭ ହୋଇ ରଥଯାତ୍ରା ଶିବସେନା ଭବନ, ଫାଲ୍କେ ରୋଡ୍ ଦେଇ ସାରା ଦାଦର ଅଞ୍ଚଳ ବୁଲିବା ପରେ ଶିବାଜୀ ପାର୍କ ଫେରି ସେଠି ସାଂସ୍କୃତିକ କାର୍ଯ୍ୟକ୍ରମର ବି ଆୟୋଜନ ହୋଇଛି।
ଇସ୍କନ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ଯେମିତି ପୁରୀରେ ଜୁଲାଇରେ ହୁଏ, ସେମିତି ବସନ୍ତ ପଞ୍ଚମୀରେ ରଥଯାତ୍ରା କରିବା ବି ଶାସ୍ତ୍ର ସମ୍ମତ।
/odishatv-khabar/media/post_attachments/wp-content/uploads/2020/01/jj-2.jpg)
ତେବେ ଏହା ପୂର୍ବରୁ ଇସ୍କନ ଗତ ନଭେମ୍ବର ୨୭ ତାରିଖରେ ଲୁଧିଆନା ସହରରେ ରଥଯାତ୍ରା ଆୟୋଜନର ନିଷ୍ପତ୍ତି ନେଇଥିଲା। ସେହିପରି ଡିସେମ୍ବର ୨୯ ତାରିଖରେ ଶ୍ରୀମଦ ନାରଦୀୟ ଭାଗବତ ନିକୁଞ୍ଜ ଟ୍ରଷ୍ଟ ପକ୍ଷରୁ ମଧ୍ୟ ଗାଜିଆବାଦରେ ରଥଯାତ୍ରାର ଆୟୋଜନ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା। ହେଲେ ତୀବ୍ର ବିରୋଧ ପରେ ସେତେବେଳେ ଏଭଳି ଉଦ୍ୟମରୁ ଓହରିଥିଲା ସଂସ୍ଥା।
/odishatv-khabar/media/post_attachments/wp-content/uploads/2020/01/hs.jpg)
ଖୋଦ୍ ଗଜପତି ମହାରାଜ ମଧ୍ୟ ଅଦିନରେ ଏଭଳି ରଥଯାତ୍ରା ଶାସ୍ତ୍ର ସମ୍ମତ ନୁହେଁ ବୋଲି ମତ ଦେଇଥିଲେ। ସେଇଭଳି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ଏଭଳି ଉଦ୍ୟମ ପାଇଁ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଆଲୋନା ହୋଇଥିଲା। ଏତେସବୁ ସତ୍ତ୍ୱେ ମୁମ୍ବାଇରେ ଇସ୍କନର ଏଭଳି ରଥଯାତ୍ରା ଆୟୋଜନକୁ ନେଇ ରାଜ୍ୟରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିର ପ୍ରଶାସନଠୁ ନେଇ ସେବାୟତ ଓ ଜଗନ୍ନାଥ ସଂସ୍କୃତିପ୍ରେମୀ ଏନେଇ ଉଦ୍ବେଗ ପ୍ରକାଶ କରିଛନ୍ତି।
/odishatv-khabar/media/post_attachments/wp-content/uploads/2020/01/suv.jpg)
ଏପଟେ ଓଡ଼ିଶା ଇସ୍କନ କର୍ତ୍ତୃପକ୍ଷ କିନ୍ତୁ ମୁମ୍ବାଇ ରଥଯାତ୍ରା ନେଇ ନିଜ ଉପରୁ ଦୋଷ ଝାଡ଼ି ସେଠିକା ସରକାର କାହିଁକି ଏଥିପାଇଁ ପ୍ରୋତ୍ସାହନ ଦେଲେ ସେମାନେ କହିବେ ବୋଲି କହିଛି।
ମୁମ୍ବାଇ ଇସ୍କନର ଅଦିନ ରଥଯାତ୍ରାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ବେଳେ ଏନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/si_1627101761.jpg)