Advertisment

ଗୁରୁତର କୋଭିଡ ରୋଗୀଙ୍କ ପାଇଁ କେତେ ଆବଶ୍ୟକ ଏକ୍‌ମୋ ମେସିନ ?

ଭୁବନେଶ୍ୱର: କୋଭିଡ ରୋଗୀଙ୍କ ପାଇଁ ଜୀବନ ରକ୍ଷକ ସାଜିଛି ଏକ୍‌ମୋ ମେସିନ। ହେଲେ ରାଜ୍ୟରେ ଏକ୍‌ମୋ ଚିକିତ୍ସା ସୁବିଧା ନାହିଁ। ଫଳରେ ଅନେକ ଗୁରୁତର କୋଭିଡ ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାର ଲିଫ୍ଟିଂ ଜରିଆରେ ବାହାର ରାଜ୍ୟକୁ ପଠାଯାଉଛି। ଏପରିକି ଅନେକ…

ଅଦ୍ୟତନ ହୋଇଛି
ଗୁରୁତର କୋଭିଡ ରୋଗୀଙ୍କ ପାଇଁ କେତେ ଆବଶ୍ୟକ ଏକ୍‌ମୋ ମେସିନ ?

ecmo

Advertisment

ଭୁବନେଶ୍ୱର: କୋଭିଡ ରୋଗୀଙ୍କ ପାଇଁ ଜୀବନ ରକ୍ଷକ ସାଜିଛି ଏକ୍‌ମୋ ମେସିନ। ହେଲେ ରାଜ୍ୟରେ ଏକ୍‌ମୋ ଚିକିତ୍ସା ସୁବିଧା ନାହିଁ। ଫଳରେ ଅନେକ ଗୁରୁତର କୋଭିଡ ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାର ଲିଫ୍ଟିଂ ଜରିଆରେ ବାହାର ରାଜ୍ୟକୁ ପଠାଯାଉଛି।ଏପରିକି ଅନେକ ରୋଗୀଙ୍କ ପାଖରେ ଅର୍ଥାଭାବ ଥିବାରୁ କ୍ରାଉଡ ଫଣ୍ଡିଂ ଜରିଆରେ ଅର୍ଥ ସଂଗ୍ରହ କରି ଯାଉଛନ୍ତି। ହେଲେ ପ୍ରକୃତରେ କ‘ଣ ଏକମୋ ଚିକିତ୍ସାରେ ରୋଗୀ ଭଲ ହୋଇ ଯାଉଛନ୍ତି ?

Advertisment

ସଂପର୍କରେ ପ୍ରଫେସର ବାନାମ୍ବର ରାୟ ସୂଚନା ଦେଇ କହିଛନ୍ତି, ଶରୀର ଭିତରେ ଫୁସଫୁସ୍ ଯେଉଁ କାମ କରେ ଶରୀର ବାହାରେ ଏକମୋ ତାହା କରେ।  ଶରୀର ଭିତରେ ଥିବା ରକ୍ତ ପରିଷ୍କାର କରି ପୁଣି ଶରୀରକୁ ଛାଡ଼େ ଏକମୋ। ଯେ ପର୍ଯ୍ୟନ୍ତ ଫୁସଫୁସ ଖରାପ ଥିବ, ସେଯାଏ ଏକମୋ ରକ୍ତ ପରିଷ୍କାର କାମ କରିବ।

ସ୍ୱାଇନ ଫ୍ଲୁ, ନିମୋନିଆ, ଲଙ୍ଗସ ଫାଇବ୍ରୋସିସ୍ ହେଲେ ଏକମୋ ବ୍ୟବହାର ହୁଏ।କାହାର ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ ହେଲେ ଏକମୋ ବ୍ୟବହାର କରାଯାଇଥାଏ। ଏକମୋ ଏକ ଚିକିତ୍ସା ପଦ୍ଧତି ନୁହେଁ, ଏହା କେବଳ ଏକ ସପୋର୍ଟ ବୋଲି ଡାକ୍ତର ରାୟ କହିଛନ୍ତି। ଭେଣ୍ଟିଲେଟର ଓ ଏକମୋ ମଧ୍ୟରେ ପାର୍ଥକ୍ୟ ବିଷୟରେ ସୂଚନା ଦେଇ ଡାକ୍ତର ରାୟ କହିଛନ୍ତି, ଫୁସଫୁସ ବହୁତ ଖରାପ ହେଲେ ଭେଣ୍ଟିଲେଟରରେ ସେ କାମ କରିପାରେ ନାହିଁ।  କୋଭିଡ଼ ବେଳେ ଭେଣ୍ଟିଲେଟରକୁ ୧୦ ଜଣ ଗଲେ, ପ୍ରାୟ ୨ ଜଣ ବଞ୍ଚନ୍ତି।

Advertisment

ଏକମୋ ଲଗାଇଲେ ହୁଏତ ୧୦ ଜଣରୁ ୪ ଜଣ ବଞ୍ଚି ଯାଇପାରନ୍ତି। ଏକମୋ ଲଗାଇ ଦେଲେ ଯେ ସମସ୍ତେ ବଞ୍ଚିବେ ସେମିତି ଭାବିବା ଠିକ ନୁହେଁ। ଏକମୋରେ ରୋଗୀଙ୍କ ରକ୍ତ ଜମାଟ ବାନ୍ଧିବା, ଇନଫେକସନ୍ ହେବା ଆଶଙ୍କା ଥାଏ ବୋଲି ସେ କହିଛନ୍ତି।

ସୂଚାନାଥାଉ କି, ନିକଟରେ  ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଇକ୍‌ମୋ ସପୋର୍ଟ ପାଇଁ କୋଲକାତାର ଏୟାର ଲିଫ୍ଟିଂ କରାଯାଇଥିଲା। ଏହା ପୂର୍ବରୁ ଅନ୍ୟ ଜଣେ ଯୁବକଙ୍କୁ ଏୟାର ଲିଫ୍ଟି କରାଯାଇ ଚେନ୍ନାଇ ପଠାଯାଇଥିଲା ଇକ୍‌ମ୍‌ ଟ୍ରିଟମେଣ୍ଟ ପାଇଁ।ସେହିପରି ଭଦ୍ରକ ବାସୁଦେବପୁରର ଅଭିଷେକ ମହାପାତ୍ରଙ୍କୁ ମଧ୍ୟ ଇକ୍‌ମା ଚିକିତ୍ସା ପାଇଁ ଏୟାର ଲିଫ୍ଟିଂ କରାଯାଇ କୋଲକାତା ପଠାଯାଇଛି।

Advertisment

ଏଠି କହି ରଖିବୁ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ହେଁ ମୃତକଙ୍କ ସଂଖ୍ୟା କମୁନି। ଗତକାଲି ରାଜ୍ୟରେ ୪ ହଜାର ତଳକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୪ ହଜାର ତଳକୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୫୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୧୬ ଓ ଲୋକାଲ କେସ୍- ୧୫୧୯ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୩୩ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ତେବେ ଗତକିଛି ଦିନ ହେବ ମୃତ୍ୟ  ସଂଖ୍ୟା ୪୦ ଉପରେ ରହିଛି। ଆଜି ମଧ୍ୟ ରାଜ୍ୟରେ ୪୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। 

ECMO Machine In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ