Advertisment

ଖଣିଜ ଉତ୍ତୋଳନରେ ଅନୀୟମିତତା: ୧୫ ଖଣି ଲିଜ୍‌ଧାରୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର: ଖଣିଜ ପଦାର୍ଥ ଉତ୍ତୋଳନରେ ହୋଇଥିବା ଅନିୟମିତତା ମାମଲାରେ ମାଲା ରାୟଙ୍କ ସମେତ ୧୫ଖଣି ଲିଜଧାରୀଙ୍କୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଝଟ୍‌କା ଲାଗିଛି। କ୍ଷତିପୂରଣ ଦାଖଲ ପାଇଁ ରାଜ୍ୟ ସରକାର କରିଥିବା ନୋଟିସ୍‌ ବିରୋଧରେ ୧୫ ଲୁହାପଥର ଓ ମାଙ୍ଗାନିଜ ଖଣି ଲିଜଧାରୀ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରଣାଳୟର ଟ୍ରିବ୍ୟୁନାଲ୍‌ର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଏମ୍ଏମ୍‌ଡିଆର ଆଇନ ୧୯୫୭ ଅଧୀନରେ କେନ୍ଦ୍ର ଖଣି ଓ ଖଣିଜ ବିଭାଗର ଅଭିଯୋଗ ଶୁଣାଣି […]

undefined

mines

Advertisment

କେନ୍ଦୁଝର: ଖଣିଜ ପଦାର୍ଥ ଉତ୍ତୋଳନରେ ହୋଇଥିବା ଅନିୟମିତତା ମାମଲାରେ ମାଲା ରାୟଙ୍କ ସମେତ ୧୫ଖଣି ଲିଜଧାରୀଙ୍କୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଝଟ୍‌କା ଲାଗିଛି।

Advertisment

କ୍ଷତିପୂରଣ ଦାଖଲ ପାଇଁ ରାଜ୍ୟ ସରକାର କରିଥିବା ନୋଟିସ୍‌ ବିରୋଧରେ ୧୫ ଲୁହାପଥର ଓ ମାଙ୍ଗାନିଜ ଖଣି ଲିଜଧାରୀ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରଣାଳୟର ଟ୍ରିବ୍ୟୁନାଲ୍‌ର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଏମ୍ଏମ୍‌ଡିଆର ଆଇନ ୧୯୫୭ ଅଧୀନରେ କେନ୍ଦ୍ର ଖଣି ଓ ଖଣିଜ ବିଭାଗର ଅଭିଯୋଗ ଶୁଣାଣି ଟ୍ରିବ୍ୟୁନାଲ ତଥା ଯୁଗ୍ମ ସଚିବ ନିରଞ୍ଜନ କେ.ସିଂ ଲିଜଧାରୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଏପରିକି ଯେଉଁ ଖଣି କମ୍ପାନୀ କ୍ଷତିପୂରଣ ଦାଖଲ ନ କରିବେ ସେମାନଙ୍କ ଲିଜ୍ ବାତିଲ ପାଇଁ ରାଜ୍ୟ ସରକାର ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ଟ୍ରିବ୍ୟୁନାଲ ରାୟରେ ଉଲ୍ଲେଖ କରିଛନ୍ତି।

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଓଡ଼ିଶା ସରକାର ମିନେରାଲ କନ୍ସେସନ ରୁଲ୍- ୨୦୧୬ର ରୁଲ୍ ନଂ୧୨ ଓ ଏମ୍ଏମଡିଆର ଆଇନ ୧୯୫୭ର ସେକ୍ସନ ୨୧(୫) ଅଧୀନରେ ବେଆଇନ୍ ଖଣି ଖନନ, ପରିବେଶ ଓ ଜଙ୍ଗଲ ଆଇନ୍ ଉଲଂଘନ ମାମଲାରେ ୧୫ ଖଣି ଲିଜଧାରୀଙ୍କ ବିରୋଧରେ କ୍ଷତିପୂରଣ ଦାଖଲ ନୋଟିସ ଦେଇଥିଲେ। ଉକ୍ତ ନୋଟିସ ପାଇବାର ୬୦ ଦିନ ମଧ୍ୟରେ ପ୍ରଚଳିତ ସୁଧ ହାର ସହ ରାଜ୍ୟ ସରକାରଙ୍କୁ କ୍ଷତିପୂରଣ ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ଅନାଦେୟ କ୍ଷେତ୍ରରେ ରାଜ୍ୟ ସରକାର ସିକ୍ୟୁରିଟି ବାଜ୍ୟାପ୍ତ କରିପାରିବେ ବୋଲି ଉଲ୍ଲେଖ ଥିଲା। ଯାହା ବିରୋଧରେ ଖଣି କମ୍ପାନୀ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ