Advertisment

Clash: ସରକାରୀ ଜାଗାକୁ ନେଇ ବିବାଦ, ଦୁଇ ଗାଁରେ BNS ୧୬୩

ସିଙ୍ଗିପୁର ଏବଂ ରତ୍ନମଣିପୁରରେ ସରକାରୀ ଜାଗାକୁ ନେଇ ବିବାଦ ଦେଖାଦେଇଛି। ଗତକାଲି ଦୁଇ ପକ୍ଷ ମଧ୍ୟରେ ହୋଇଥିଲା ଢେଲାପଥର ମାଡ଼। ସ୍ଥିତି ନିୟନ୍ତ୍ରଣ ପାଇଁ ଦୁଇ ଗାଁରେ ଲାଗିଛି BNS ୧୬୩ ଲାଗୁ।

Village

Village Photograph: (OTV)

Advertisment

ଗଞ୍ଜାମ ସାନଖେମୁଣ୍ଡିର ଦୁଇ ଗାଁରେ BNS ୧୬୩ । ଜାଗା ବିବାଦକୁ ନେଇ ସିଙ୍ଗିପୁର ଏବଂ ରତ୍ନମଣିପୁରରେ ଦେଖାଦେଇଛି ଉତ୍ତେଜନା। ଏକ ସରକାରୀ ଜାଗାରେ ରତ୍ନମଣିପୁର ବାସିନ୍ଦା ହନୁମାନ ମନ୍ଦିର ସହ ପାର୍କ କରିଛନ୍ତି। ହେଲେ ସିଙ୍ଗିପୁର ଗାଁ ଲୋକ ସେଠାରୁ ମନ୍ଦିର ହଟାଇ ମାର୍କେଟ କମ୍ପ୍ଲେକ୍ସ ଏବଂ ଶୌଚାଳୟ ନିର୍ମାଣ ପାଇଁ ଜିଦ୍ ଧରିଛନ୍ତି। 
ଉଭୟେ ଗ୍ରାମବାସୀ ନିଜ ନିଜ ଜିଦରେ ଅଟଳ ରହିଥିବାରୁ ଲାଗି ରହିଛି ବିବାଦ।  ଗତକାଲି ବିବାଦ ଉଗ୍ର ରୂପ ନେବା ସହିତ ଦୁଇ ପକ୍ଷ ମଧ୍ୟରେ ହୋଇଥିଲା ଢେଲାପଥର ମାଡ। ରଣକ୍ଷେତ୍ର ପାଲଟିଥିଲା ତପ୍ତପାଣି ମୁଖ୍ୟ ରାସ୍ତାର ଡେଙ୍ଗାଉସ୍ତା ଛକ । ଫଳରେ ଦୁଇ ଗାଁରେ BNS ୧୬୩ ଜାରି କରିବା ସହିତ ଫ୍ଲାଗମାର୍ଚ୍ଚ କରିଛି ପୋଲିସ । ୪ ପ୍ଲାଟୁନ୍ ପୋଲିସ ଗାଁରେ ମୁତୟନ ହୋଇଥିବାବେଳେ ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି ।

Advertisment

ଅଧିକ ଦେଖନ୍ତୁ:

Clash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ