Advertisment

ଦୁଃଖ ଦେଖେଇଛି ବାଟ : ଖବର କାଗଜ ବିକ୍ରି କରି ଚଳାଉଛନ୍ତି ପରିବାର

ରାଉରକେଲା (ପବନ ତିୱାରୀ ) : ଯିଏ ସମୟ, ପରିସ୍ଥିତି ଓ ପରିବେଶକୁ ଦେଖି ,ନିଜକୁ ଦୃଢ଼ କରିନିଏ ; ତା ମନରେ ଆତ୍ମନିର୍ଭରଶୀଳ ହେବାର ପ୍ରବଳ ଇଚ୍ଛାଶକ୍ତି ଜାତ ହୁଏ। କୌଣସି କାମ ତା ପାଇଁ ଅସମ୍ଭବ ହୁଏନା । ସମୟ ସେହି ମଣିଷକୁ ଦିଏ ନୂଆ ପରିଚୟ । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଉରକେଲାରେ। ଜଣେ ମହିଳା ହୋଇ ବି ସେ ପରାଜୟକୁ ଜୟ କରି ପାଲଟି ଯାଇଛନ୍ତି ଜଣେ ଅପରାଜିତା […]

author-image
Pradesh Pratyush
ଦୁଃଖ ଦେଖେଇଛି ବାଟ : ଖବର କାଗଜ ବିକ୍ରି କରି ଚଳାଉଛନ୍ତି ପରିବାର

woman

ରାଉରକେଲା (ପବନ ତିୱାରୀ ) : ଯିଏ ସମୟ, ପରିସ୍ଥିତି ଓ ପରିବେଶକୁ ଦେଖି ,ନିଜକୁ ଦୃଢ଼ କରିନିଏ ; ତା ମନରେ ଆତ୍ମନିର୍ଭରଶୀଳ ହେବାର ପ୍ରବଳ ଇଚ୍ଛାଶକ୍ତି ଜାତ ହୁଏ। କୌଣସି କାମ ତା ପାଇଁ ଅସମ୍ଭବ ହୁଏନା । ସମୟ ସେହି ମଣିଷକୁ ଦିଏ ନୂଆ ପରିଚୟ । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଉରକେଲାରେ। ଜଣେ ମହିଳା ହୋଇ ବି ସେ ପରାଜୟକୁ ଜୟ କରି ପାଲଟି ଯାଇଛନ୍ତି ଜଣେ ଅପରାଜିତା ।

Advertisment

publive-imageରାଉରକେଲାର ଲେଡି ହକର୍ କିଶୋରୀ ଜେନା । ଷ୍ଟିଲ୍‌ସିଟିର ସେକ୍ଟର-୨ ବସଷ୍ଟାଣ୍ଡରେ ନିତି ସକାଳୁ ଯେତେବେଳେ ଖବର କାଗଜ ହକର୍ ମାନଙ୍କ ଭିଡ଼ ଲାଗେ, ସେତେବେଳେ ଭିଡ଼ ଭିତରେ ବାରି ହୋଇପଡ଼ନ୍ତି ଏହି ମହିଳା । ଖରା, ବର୍ଷା, ଶୀତ କିଛି ଖାତିର ନକରି ବର୍ଷ ତମାମ ସକାଳୁ ସକାଳୁ ଲୋକଙ୍କୁ ଖବର କାଗଜ ବାଣ୍ଟିଥାନ୍ତି କିଶୋରୀ ।

ଗାଡ଼ିରୁ ପେପର ଆଣିବାଠୁ ସେସବୁକୁ ସର୍ଟିଙ୍ଗ କରିବା ଯାଏଁ, ତା ପରେ ପ୍ୟାକିଂ କରି ସହଯୋଗୀ ହକରଙ୍କୁ ଠିକ୍ ସମୟରେ ପଠାଇବା ଦାୟିତ୍ୱ ସବୁ ଦିନ ସକାଳୁ ନ୍ୟସ୍ତ ଥାଏ ଏହି ଉଦ୍‌ଯୋଗୀ ମହିଳାଙ୍କ କାନ୍ଧରେ।  ଓଡିଆ, ହିନ୍ଦୀ ଓ ଇଂରାଜୀ ଖବରକାଗଜ, ଯାହାର ଯେଉଁ ବରାଦ ଥାଏ, ସେହି ଅନୁସାରେ ନିଜେ ସ୍କୁଟିରେ ବୁଲିବୁଲି ବାଣ୍ଟନ୍ତି କିଶୋରୀ । ବର୍ଷେ ଦୁଇ ବର୍ଷ ନୁହେଁ, ଗଲା ୧୯ ବର୍ଷ ହେଲା ଜାରି ରହିଛି ଏହି କାମ।

Advertisment

publive-imageଖବରକାଗଜ ବିତରଣରେ ସାଧାରଣତଃ ପୁରୁଷମାନେ ନିୟୋଜିତ ଥିବା ବେଳେ, ଏଭଳି କାମ ପାଇଁ ବିନା କୌଣସି ଦ୍ୱିଧାରେ କିଶୋରୀ ଆଗେଇ ଆସିବା ପଛରେ ରହିଛି ତାଙ୍କର ସଂଘର୍ଷମୟ ଅତୀତର କାହାଣୀ । ୧୯ ବର୍ଷ ତଳେ ବାପା ଆର ପାରିକୁ ଚାଲିଯିବା ପରେ ତାଙ୍କରି କାନ୍ଧରେ ପଡିଲା ପୁରା ପରିବାରର ଦାୟିତ୍ୱ। ତେଣୁ ନିଜେ ଘର ସଂସାର ନକରି, ୫ ଭାଇ ଭଉଣୀଙ୍କୁ ମଣିଷ କରିବା ପାଇଁ ସ୍ଥିର କରି ପେପର୍ ହକର୍ ହେବାକୁ ସେ ମନସ୍ଥ କଲେ ।

publive-imageକିଶୋରୀ କୁହନ୍ତି, ପରିବାରର ପେଟ ପୋଷିବା ପାଇଁ କାହା ଆଗରେ ହାତ ନପାତି, ନିଜ ପରିଶ୍ରମ ଓ ନିଷ୍ଠା ବଳରେ ଅର୍ଥ ଉପାର୍ଜନ କରିପାରୁଥିବାରୁ ସେ ଖୁବ୍ ଖୁସି । ଏଥିପାଇଁ ତାଙ୍କୁ ବିଭିନ୍ନ ସଂସ୍ଥା ଓ ସଂଗଠନ ପକ୍ଷରୁ ସମ୍ମାନ ମଧ୍ୟ ମିଳିଛି।

Advertisment
Advertisment