Advertisment

ରାଜ୍ୟରେ ସୁପର ସ୍ପ୍ରେଡରଙ୍କ ଯୋଗୁଁ ବଢୁଛି ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଲେ ମଧ୍ୟ ୮ ହଜାରରୁ ଅଧିକ ରହୁଛି। ମେ’ ମାସରେ ସଂକ୍ରମଣ ପିକ୍‌ରେ ରହିଛି। ସୁପର ସ୍ପ୍ରେଡରଙ୍କ ଯୋଗୁଁ ରାଜ୍ୟରେ ଏପରି ସଂକ୍ରମଣ ବଢୁଛି । କରୋନା ସଂକ୍ରମଣ ନେଇ ଏହା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ…

ଅଦ୍ୟତନ ହୋଇଛି
ରାଜ୍ୟରେ ସୁପର ସ୍ପ୍ରେଡରଙ୍କ ଯୋଗୁଁ ବଢୁଛି ସଂକ୍ରମଣ

nirj mishra

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଲେ ମଧ୍ୟ ୮ ହଜାରରୁ ଅଧିକ ରହୁଛି। ମେ’ ମାସରେ ସଂକ୍ରମଣ ପିକ୍‌ରେ ରହିଛି। ସୁପର ସ୍ପ୍ରେଡରଙ୍କ ଯୋଗୁଁ ରାଜ୍ୟରେ ଏପରି ସଂକ୍ରମଣ ବଢୁଛି । କରୋନା ସଂକ୍ରମଣ ନେଇ ଏହା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

Advertisment

୨ ସପ୍ତାହ ତଳେ ଯେତେବେଳେ କରୋନା ପିକ୍‌ରେ ଥିଲା ସେତେବେଳେ ଅଧିକ ରୋଗୀ ଗୁରୁତର ଥିଲେ। ସେମାନଙ୍କର ମୃତ୍ୟୁ ଏବେ ଘଟୁଛି। ତେଣୁ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି କହିଛନ୍ତି ନିରୋଜ ମିଶ୍ର।  ଯେତେବେଳେ ନିୟମିତ ୧୧ ହଜାର ସଂକ୍ରମିତ ବାହାରୁଥିଲେ ସେତେବେଳେ ଏହି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା।

ତେବେ ସୁପର ସ୍ପ୍ରେଡର କାର୍ଯ୍ୟକଳାପ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବିଶେଷ କରି ଗାଁରେ ହେଉଥିବା ଭୋଜି ଭାତ ପାଇଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜଧାନୀ ଭୁବନେଶ୍ୱରରେ ପାଠୁଆମାନେ ନିୟମ ମାନୁ ନଥିବାରୁ ସଂକ୍ରମଣ ବଢୁଛି । ତେବେ ସଂକ୍ରମଣ ଶୀଘ୍ର ଚିହ୍ନଟ ପାଇଁ ଆଣ୍ଟିଜେନ ଉପରେ ଗୁରୁତ୍ୱ ଦିଆଯାଉଛି ।

Advertisment

ସେହିପରି ଭ୍ୟାକ୍ସିନେସନ ନେଇ ପ୍ରତିକ୍ରିୟା ରଖିଛନ୍ତି  ସ୍ୱାସ୍ଥ୍ୟ ବିଶେଷଜ୍ଞ । ରିସର୍ଚ କହୁଛି କରୋନା ସଂକ୍ରମିତ ବ୍ୟକ୍ତି ଟିକା ନେବା ପରେ ପ୍ରାୟ ୧୦ ବର୍ଷ ଯାଏ ଭାଇରସ ତାଙ୍କୁ ସଂକ୍ରମିତ କରି ପାରିବ ନାହିଁ।ବର୍ତ୍ତମାନ ଭ୍ୟାକ୍ସିନର ମିକ୍ସିଂ କରିବା ପରେ ଇମ୍ୟୁନ ସିଷ୍ଟମ ଉପରେ ରିସର୍ଚ୍ଚ କରାଯାଉଛି । ବର୍ତ୍ତମାନ ଯାଏ ଦେଶର କେତେ ସ୍ଥାନରେ ଭୁଲ ବଶତଃ ଏଭଳି ହୋଇଛି । ତେବେ ତାହାର କୌଣସି ପ୍ରତିକ୍ରିୟା ଦେଖାଦେଇନାହିଁ । ଆଗାମୀ ସମୟରେ ଆମେରିକାର କେତେକ ଔଷଧ କମ୍ପାନୀ ଏ ଦିଗରେ ଜୋରଦାର ଉଦ୍ୟମ କରୁଛନ୍ତି ।

ସୂଚନାଥାଉ କି, ରାଜ୍ୟରେ ମେ’ ମାସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏବେ କିଛି ଦିନ ହେବ ସାମନ୍ୟ କମିଛି। ମେ’ ୩୧ ତାରିଖ ୮୭୩୫ ଜଣ କରୋନା ପଜିଟିଭ ବାହାରିଥିବାବେଳେ ଗତକାଲି ଅର୍ଥାତ ମେ’  ୩୦ ତାରିଖ  ୮,୩୧୩  ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ମେ’ ୨୯ରେ ୯,୫୪୧, ମେ’ ୨୮ରେ ୭,୧୮୮ , ମେ’ ୨୭ରେ, ୭,୨୧୬, ମେ’ ୨୬ରେ ୬, ୭୩୬ ଏବଂ  ମେ’ ୨୫ରେ ୧୧, ୬୨୩ କରୋନା ରୋଗୀ ଚିହ୍ନଟ ହୋଇଥିଲେ।

Advertisment

ସେହିପରି ଗତକିଛି ଦିନ ହେବ ମୃତ୍ୟୁ ସଂଖ୍ୟା ଲଗାତାର ୩୦ ଉପରେ ରହୁଛି। ଗତକାଲି ୩୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ୩୭ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।

ସଂକ୍ରମଣକୁ କମାଇବା ପାଇଁ ରାଜ୍ୟ ସରକାର ଭାକ୍ସିନ ଉପରେ ଗୁରୁତ୍ୱ ଦେଉଥିବାବେଳେ  +୨ ପିଲା ଓ ତାଙ୍କ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବା ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି। ଏ ନେଇ  କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଟିକା ସଂପର୍କରେ ଚିଠି ଲେଖିଛନ୍ତି ମନ୍ତ୍ରୀ ନବ ଦାସ।

Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ