Pollution Response Exercise Photograph: (OTV)
ପ୍ରଦୂଷଣ ରୋକିବାକୁ ଗଭୀର ସମୁଦ୍ର ଭିତରେ ଅଭ୍ୟାସ। ପାରାଦୀପ ସମୁଦ୍ରରେ କୋଷ୍ଟଗାର୍ଡ ପକ୍ଷରୁ ହେଉଛି ପଲ୍ୟୁସନ ରେସ୍ପନ୍ସ ଏକ୍ସରସାଇଜ। କୌଣସି କାରଣରୁ ସମୁଦ୍ରରେ ଜାହାଜରୁ ତେଲ ଲିକ୍ ହେଲେ କିମ୍ବା କୌଣସି ପ୍ରକାର ପ୍ରଦୂଷଣ ହେଲେ କୋଷ୍ଟଗାର୍ଡ କିପରି ଏହାକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବ, ସେ ସମ୍ପର୍କରେ ପ୍ରସ୍ତୁତି ଅଭ୍ୟାସ ଚାଲିଛି।
ସ୍ବତନ୍ତ୍ର ଜାହାଜ ଓ ଡୋର୍ନିଅର ବିମାନ ସହ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ଗଭୀର ସମୁଦ୍ରରୁ କିପରି ଅପରେସନ କରାଯିବ ସେ ନେଇ ଏକ୍ସରସାଇଜ୍ କରାଯାଉଛି। ଗଭୀର ସମୁଦ୍ରରୁ ଆରମ୍ଭ କରି ସମୁଦ୍ର ତଟ ପର୍ଯ୍ୟନ୍ତ ସ୍ବଚ୍ଛତା ବଜାୟ ରଖିବା ଓ ସାମୁଦ୍ରିକ ପରିବେଶ ପରିଷ୍କାର ରଖିବା ଦିଗରେ କୋଷ୍ଟଗାର୍ଡର ଭୂମିକା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ହେଉଛି ମକଡ୍ରିଲ କରାଯାଉଛି।
ଗଭୀର ସମୁଦ୍ରରେ ଓଟିଭି: କୋଷ୍ଟଗାର୍ଡର ସ୍ବତନ୍ତ୍ର ଅପରେସନ୍
ପ୍ରଦୂଷଣ ରୋକିବାକୁ ଗଭୀର ସମୁଦ୍ରରେ ଅଭ୍ୟାସ
କୋଷ୍ଟଗାର୍ଡର ଆଉ ଏକ ନିଆରା ଅଭ୍ୟାସ
ସମୁଦ୍ରରେ ଜାହାଜରୁ ତେଲ ଲିକ୍ ହେଲେ ହେବ ନିୟନ୍ତ୍ରଣ
ସମୁଦ୍ରରେ ଜାହାଜ, ଆକାଶରେ ଡୋର୍ନିଅର ବିମାନରେ ପଇନ୍ତରା
ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ଅପରେସନ୍
ସମୁଦ୍ର ତଟର ସ୍ବଚ୍ଛତା ବଜାୟ ରଖିବାକୁ ଗୁରୁତ୍ବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/17/pollution-response-exercise-2025-12-17-14-38-35.jpg)