Advertisment

ଦେଶ ପାଇଁ ଜୀବନ ଦେଲେ ୨ ଓଡ଼ିଆ ଯବାନ

ଭୁବନେଶ୍ୱର: ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। ଜଣେ ଯବାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଓ ଅନ୍ୟଜଣେ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ଏ ନେଇ ସରକାରୀ ଭାବେ କୌଣସି ସ୍ପଷ୍ଟ ହୋଇନି। ସୂଚନା ଅନୁସାରେ, ସହିଦ ଯବାନ ନନ୍ଦୁରାମ ସୋରେନ୍‌ଙ୍କ ଘର ରାଇରଙ୍ଗପୁର ବିଜାତଳା ବ୍ଲକ୍‌ ଅନ୍ତର୍ଗତ ଚମ୍ପାରଦା ଗାଁରେ […]

ଦେଶ ପାଇଁ ଜୀବନ ଦେଲେ ୨ ଓଡ଼ିଆ ଯବାନ

odia jawan

Advertisment

ଭୁବନେଶ୍ୱର: ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି।

Advertisment

ଜଣେ ଯବାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଓ ଅନ୍ୟଜଣେ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ଏ ନେଇ ସରକାରୀ ଭାବେ କୌଣସି ସ୍ପଷ୍ଟ ହୋଇନି।

ସୂଚନା ଅନୁସାରେ, ସହିଦ ଯବାନ ନନ୍ଦୁରାମ ସୋରେନ୍‌ଙ୍କ ଘର ରାଇରଙ୍ଗପୁର ବିଜାତଳା ବ୍ଲକ୍‌ ଅନ୍ତର୍ଗତ ଚମ୍ପାରଦା ଗାଁରେ ଏବଂ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ ଅନ୍ତର୍ଗତ ବିଅରପାଙ୍ଗା ଗାଁର ହେଉଛନ୍ତି ଚନ୍ଦ୍ରକାନ୍ତ ପ୍ରଧାନ(୨୮)।

Advertisment

୬ ବର୍ଷ ତଳେ ଚନ୍ଦ୍ରକାନ୍ତ ଭାରତୀୟ ସେନାରେ ଯୋଗ ଦେଇଥିଲେ। ବିହାର ୧୬-ରେଜିମେଣ୍ଟରେ ସେ ଯୋଗ ଦେଇଥିଲେ। ଦୁଇ ବର୍ଷ ପୂର୍ବେ ସେ ଲଦାଖରେ ଡ୍ୟୁଟି କରୁଥିଲେ।

ମିଳିଥିବା ସୂଚନା ଅନୁସାରେ, ୧୫ ତାରିଖ ସନ୍ଧ୍ୟା ଓ ରାତିରେ ଚୀନ୍ ସେନା ଏକପାଖିଆ ଭାବେ ପ୍ରକୃତ ନିୟନ୍ତ୍ରଣ ରେଖା-LACର ଯଥା ସ୍ଥିତିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ଏହାକୁ ଭାରତୀୟ ସେନା ତୀବ୍ର ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ପରେ ଏହା ଉଗ୍ରରୂପ ନେବା ସହ ଦୁଇ ପକ୍ଷ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଗଲ୍‌ଓ୍ୱାନ୍‌ ଉପତ୍ୟକାର ୧୪ ନମ୍ବର ପାଟ୍ରୋଲ୍‌ ପଏଣ୍ଟରେ ଏହି ଗଣ୍ଡଗୋଳ ଘଟିଥିଲା। ବୁଝାମଣା ପରେ ଚୀନ ସେନା ଉପତ୍ୟକାରୁ ହଟିଥିଲେ। ହେଲେ ଚୀନ ସେନା ପକ୍ଷରୁ ପ୍ରଥମେ ଭାରତର କମାଣ୍ଡିଙ୍ଗ ଅଫିସରଙ୍କୁ ଲୁହାରଡ଼ ଓ ପଥରରେ ଆକ୍ରମଣ କରାଯାଇଥିଲା। ଯାହାର ପାଲଟା ଜବାବ ଦେଇଥିଲେ ଭାରତୀୟ ଯବାନ। ଦୀର୍ଘ ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍ ହୋଇଥିଲା।

Advertisment
Odia Jawan Martyred In India China Face Off Odia Jawan Martyred Odia Jawan Martyr Odia News India-China Stand-Off India-China Face Off Odia Jawans Martyred Latest Odia News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ