Advertisment

Income Tax Raid: ରେଷ୍ଟୁରାଣ୍ଟ ମାଲିକଙ୍କୁ ନୋଟିସ୍, ୫୦ କୋଟି ଟଙ୍କାର ଟିକସ ଫାଙ୍କିଥିବା ମିଳିଲା ପ୍ରମାଣ

କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ଆୟକର ରେଡ। ୨୪ ଘଣ୍ଟାର ରେଡ୍ ପରେ ୫୦ କୋଟି ଟଙ୍କାର ଟିକସ ଫାଙ୍କିଥିବା ପ୍ରମାଣ ପାଇଲା ଆୟକର ବିଭାଗ।

Income Tax Raid

Income Tax Raid Photograph: (OTV)

Advertisment

କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ଆୟକର ରେଡ। ୨୪ ଘଣ୍ଟାର ରେଡ୍ ପରେ ୫୦ କୋଟି ଟଙ୍କାର ଟିକସ ଫାଙ୍କିଥିବା ପ୍ରମାଣ ପାଇଲା ଆୟକର ବିଭାଗ। ଚନ୍ଦ୍ରଶେଖରପୁରରେ ଥିବା Emabassy Bar and Sky lounge ବାର୍ଷିକ ୨୫ କୋଟି କାରବାର କରୁଥିବା ବେଳେ ୮୦ ପ୍ରତିଶତ ଟିକସ ଫାଙ୍କିଥିବା ନେଇ ପ୍ରମାଣ ମିଳିଛି। 

Advertisment

ସେହିପରି maysore express ଓ Tandooriwala ରେଷ୍ଟୁରାଣ୍ଟ ଉପରେ ମଧ୍ୟ ଚଢାଉ କରିଥିଲା ଆୟକର ବିଭାଗ। ଆୟକର ବିଭାଗର ୧୫ଟି ଟିମ୍ କଟକ, ଭୁବନେଶ୍ବର,  ପୁରୀର ୬ଟି ସ୍ଥାନରେ ଚଢାଉ କରିଥିଲା। ରେଷ୍ଟୁରାଣ୍ଟ ମାଲିକଙ୍କ ଘରେ ମଧ୍ୟ ଚଢାଉ କରି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ଆୟକର ବିଭାଗ ଅଫିସରେ ହାଜର ହେବା ପାଇଁ ନୋଟିସ କରିଛି।

Income Tax Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ