covid19
ଭୁବନେଶ୍ୱର: ରାଜ୍ୟରେ ବଢ଼ିବ କରୋନା ଟେଷ୍ଟିଂ ସଂଖ୍ୟା। ରାଜ୍ୟରେ ଏଣିକି ଦୈନିକ ୧୦ହଜାର ଟେଷ୍ଟ କରାଯିବ। RT-PCRରେ ୭ହଜାର ଏବଂ ୩ହଜାର ଆଣ୍ଟିଜେନ୍ ଟେଷ୍ଟ କରାଯିବ। ଏହାସହ ଆଉ ୨ ଲକ୍ଷ ଆଣ୍ଟିଜେନ୍ କିଟ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏଭଳି ସୂଚନା ଦେଇଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ନିର୍ଦ୍ଦେଶକ ଅଜୟ ପରିଡ଼ା।
ସେ କହିଛନ୍ତି, ଆମ ସମସ୍ତଙ୍କ ପାଇଁ ଆଗାମୀ ୧୪ ଦିନ ଗୁରୁତ୍ୱପୂର୍ଣ୍ଣ। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲାରୁ ୬୦ ପ୍ରତିଶତରୁ ଅଧିକ କେସ୍ ଆସିଥିବାରୁ ଲକ୍ ଡାଉନ୍ କରାଯିବାର ଆବଶ୍ୟକତା ରହିଛି। ଲୋକମାନେ ନିୟମ ମନୁନାହଁନ୍ତି। ଏହି ଲକଡାଉନର ବୈଜ୍ଞାନିକ କାରଣ ରହିଛି।
ଲକଡାଉନ ମାଧ୍ୟମରେ ସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା କରିବୁ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି। ୫ଟି ସ୍ଥାନକୁ ଅଧିକ ଫୋକସ କରାଯାଉଛି। ଆଗାମୀ ଦିନରେ ଏସବୁ ସ୍ଥାନରେ ଟେଷ୍ଟିଂ, ଟ୍ରେସିଂ, ସର୍ଭେଲାନ୍ସକୁ ଜୋରଦାର କରାଯିବ। ଏମିତିକି ଡୋର ଟୁ ଡୋର ସର୍ଭେ କରାଯିବ ବୋଲି କହିଛନ୍ତି ଅଜୟ ପରିଡା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/covid19-2_1626348012.jpg)