Advertisment

‘ଆଗାମୀ ଦଶ ଦିନ ଭିତରେ କରୋନା ସଂକ୍ରମଣ ହାର ଆହୁରି କମିବ’

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ। ଆଗାମୀ ସପ୍ତାହ କିମ୍ବା ଦଶ ଦିନ ଭିତରେ ଏହା ଆହୁରି କମିଯିବ ବୋଲି ଟ୍ରେଣ୍ଡ ଦର୍ଶାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେହେତୁ ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର…

ଅଦ୍ୟତନ ହୋଇଛି
‘ଆଗାମୀ ଦଶ ଦିନ ଭିତରେ କରୋନା ସଂକ୍ରମଣ ହାର ଆହୁରି କମିବ’

bijay mohapatra

Advertisment

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ। ଆଗାମୀ ସପ୍ତାହ କିମ୍ବା ଦଶ ଦିନ ଭିତରେ ଏହା ଆହୁରି କମିଯିବ ବୋଲି ଟ୍ରେଣ୍ଡ ଦର୍ଶାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେହେତୁ ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର ହୋଇ।ଆଇସିୟୁରେ ଅଛନ୍ତି, ତେଣୁ ମୃତ୍ୟୁ ସଂଖ୍ୟା  ଅଧିକ ଅଛି ବୋଲି ସେ କହିଛନ୍ତି।

Advertisment

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଟୀକାକରଣରେ ଦ୍ୱିତୀୟ ଡୋଜକୁ ଗୁରୁତ୍ୱ ଦିଆଯାଉଛି ।୧୮ ରୁ ୪୪ ବର୍ଷର ଯେଉଁମାନେ ପ୍ରଥମ ଡୋଜ ନେଇ ଦ୍ୱିତୀୟ ଡୋଜ ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଜିଲ୍ଲା ମୁଖ୍ୟାଳୟରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଯେତେ ଟିକା ରାଜ୍ୟକୁ ମିଳିବ ସେହି ଅନୁସାରେ ପ୍ଲାନ କରାଯାଉଛି ।  ମେଡ଼ିସିନ ପାଇଁ ଜାତୀୟ ଟାସ୍କ ଫୋର୍ସ ଯାହା ଅନୁମୋଦନ କରୁଛନ୍ତି, ତାହା ବ୍ୟବହାର କରାଯାଉଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କହିଛନ୍ତି ।

ଅନ୍ୟପକ୍ଷେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣକୁ ଅଧିକରୁ ଅଧିକ ଜିଲ୍ଲାକୁ ସଂପ୍ରସାରିତ କରାଯାଇଛି ।୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକାକରଣ ମେ ମାସରେ ଆରମ୍ଭ ହୋଇଥିଲେ ବି ଏହା ମାତ୍ର ୫ଟି ପୌରାଞ୍ଚଳ ଓ ୬ଟି ଜିଲ୍ଲାରେ ଚାଲିଥିଲା । ଏବେ ଏହାକୁ ବାକି ରହିଥିବା ଆଉ ୨୨ଟି ଜିଲ୍ଲା ମୁଖ୍ୟାଳୟ ପୌରାଞ୍ଚଳ ଓ ଏନ୍ଏସିକୁ ସଂପ୍ରସାରିତ କରାଯାଇଛି ।

Advertisment

ବଲାଙ୍ଗିର ଜିଲ୍ଲାରେ ଆଜିଠୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କୁ ଟିକାକରଣ ଆରମ୍ଭ ହୋଇଛି। ବଲାଙ୍ଗିର ସହରର ୪ଟି ସ୍ଥାନରେ ୧୦ଟି ଟିକାଦାନ କେନ୍ଦ୍ରରେ ଭାକ୍ସିନ୍ ଦିଆଯାଉଛି । ସେହିପରି ଆଜିଠୁୁ ପାରଳାଖେମୁଣ୍ଡି ମ୍ୟୁନିସିପାଲଟି ଅଞ୍ଚଳରେ ମଧ୍ୟ ଟିକାକରଣ ଆରମ୍ଭ ହୋଇଛି । ପୌରାଂଚଳର ୮ଟି ସ୍ଥାନରେ ପ୍ରଦାନ କରାଯାଉଛି ଟିକେ। ତେବେ ଟିକା ନେବାକୁ ଥିବା ବ୍ୟକ୍ତିମାନେ ଅନ ଲାଇନ୍‌ରେ ପଞ୍ଜୀକରଣ କରି ସ୍ଲଟ୍ ବୁକିଂ କରିବାକୁ କୁହାଯାଇଛି।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆଜିଠୁ ପୁଣି ଥରେ ତ୍ୱରାନ୍ୱିତ ହୋଇଛି ଦ୍ୱୀତୀୟ ଡୋଜ୍ ଟିକାକରଣ ପ୍ରକ୍ରିୟା। ରାଜଧାନୀରେ ମେ’ ୩ରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ଟିକାକରଣରେ ସାମିଲ ହୋଇଥିବା ଯୁବ ବର୍ଗଙ୍କୁ  ଡ୍ୟୁ ଡେଟ୍ ମୁତାବକ ଆଜିଠୁ ଦ୍ୱୀତୀୟ ଡୋଜ୍ ଦିଆଯାଉଛି । ତେବେ ବିଏମସି ପକ୍ଷରୁ ଏହାକୁ ସରଳିକରଣ କରି ବିନା ସ୍ଲଟ୍ ବୁକିଂରେ ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ସେହି ସାର୍ଟିଫିକେଟ ଦେଖାଇ ସମାନ ଟିକାଦାନ କେନ୍ଦ୍ରରେ ର୍ନିଦ୍ଧାରିତ ତାରିଖରେ ଟିକା ଦିଆଯାଉଛି ।

Advertisment

ଯୁବ ବର୍ଗଙ୍କୁ ଦୈନିକ ସକାଳ ୮ଟା ୩୦ରୁ ୧ଟା ପର୍ଯ୍ୟନ୍ତ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହାସହ ବିଏମସି ପକ୍ଷରୁ ଟୋକନ ଟିକାକରଣ କେନ୍ଦ୍ର ସମେତ ଡ୍ରାଇଭ୍ ଇନ୍ ଭ୍ୟାକ୍ସିନେସନ କେନ୍ଦ୍ରରେ ମଧ୍ୟ ଟିକାକରଣ କରାଯାଉଛି। ସେହିପରି ସାମ୍ବାଦିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ କ୍ୟାମ୍ପ କରି ଟିକା ଦିଆଯାଉଛି॥

Corona Latest News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ