Advertisment

ତୃତୀୟ ଲହର ପାଇଁ ଆଗୁଆ ପ୍ରସ୍ତୁତି: ଆଜିଠୁ ଘରକୁ ଘର ବୁଲି ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ

ବ୍ରହ୍ମପୁର: କରୋନାର ତୃତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ନେଇ ଆସୁଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ ଆରମ୍ଭ ହୋଇଯାଇଛି। ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ମୁଖ୍ୟମନ୍ତ୍ରୀ ନବୀନ…

ଅଦ୍ୟତନ ହୋଇଛି
ତୃତୀୟ ଲହର ପାଇଁ ଆଗୁଆ ପ୍ରସ୍ତୁତି:  ଆଜିଠୁ ଘରକୁ ଘର ବୁଲି ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ

collector, ganjam

Advertisment

ବ୍ରହ୍ମପୁର: କରୋନାର ତୃତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ନେଇ ଆସୁଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ ଆରମ୍ଭ ହୋଇଯାଇଛି। ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସ ଦେଇଛନ୍ତି।

Advertisment

ଏହି କ୍ରମରେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ  ହୋଇଯାଇଛି ଅଭିଯାନା।  ଆଜିଠାରୁ ଗଞ୍ଜାମ ଜିଲାରେ ଶିଶୁ ମାନଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଆଶା ଓ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ଯାଇ ଶିଶୁମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ ।

ଯେଉଁମାନଙ୍କର କିଛି ଲକ୍ଷଣ ଥିବ, ସେମାନଙ୍କର କୋଭିଡ ଟେଷ୍ଟ କରାଯିବ । ଦରକାର ପଡିଲେ ମେଡିକାଲରେ ଭର୍ତ୍ତି କରାଯିବ  । କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏପରି ସତର୍କତାମୂଳକ ପଦକ୍ଷେପ ନେଇଛି । ତୃତୀୟ ଲହରରେ ଶିଶୁମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ଏଭଳି ଯୋଜନା କରାଯାଉଥିବା ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏଥିସହ ଏମକେସିଜି ମେଡିକାଲରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି

Advertisment

ସୂଚନାଥାଉ କି, କୋଭିଡ୍ ପରିସ୍ଥିତି ସଂପର୍କରେ ସମୀକ୍ଷା କରି ଶିଶୁଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ। ଏଥିପାଇଁ ତାଲିମ ନେବେ ୧୧୧୪ ଡାକ୍ତର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ୧୧୧୪ ଡାକ୍ତର ଓ ୧୦୩୬ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିଶୁ କୋଭିଡ ରୋଗୀଙ୍କ ତାଲିମ ଆରମ୍ଭ କରାଯିବ ବୋଲି ସୂଚନା  ମିଳିଛି। ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସଂପର୍କରେ ବିଶେଷଜ୍ଞମାନେ ମତ ଦେଉଥିବାରୁ, ଏବେଠାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏଠି କହିରଖିବୁ, କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟରେ ଟିକାକରଣ ସଚେତନତା ଦିଗରେ ଗଞ୍ଜାମ ଉଦାହରଣ ସୃଷ୍ଟି କରିଛି। ଏକଦା କୋଭିଡର ହଟସ୍ପଟ ଥିବା ଗଞ୍ଜମ ପରିସ୍ଥିତି ଆଜି ସୁଧୁରି ଯାଇଛି। ଡବଲ ଡୋଜ୍‌ ଟିକାନେଲେ ଏଠି ପ୍ରଶାସନ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ଅଫର। ୨ଟି ଯାଜ ଟିକା ନେଇଥିଲେ ୫ ପ୍ରତିଶତ ଡିସ୍‌କାଉଣ୍ଟ ମିଳୁଛି।

Advertisment

ସଉଦା ହେଉ କି ଲୁଗାପଟା, ମିଲ୍ସ ହେଉ ଅବା ଟିଫିନ୍, ୫%ର ଡିସକାଉଣ୍ଟରେ ପାଇବେ ସବୁଠି । ଗଞ୍ଜାମ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଚାଲିଛି ଏବେ ଏଭଳି ଅଫର୍ । ସମସ୍ତେ ଯେମିତି ଡବଲ୍ ଡୋଜ୍ ଟିକା ନେବେ, ସେହି ଲକ୍ଷ୍ୟ ରଖି ପ୍ରୋତ୍ସାହନ ସ୍ୱରୂପ ୫ ପ୍ରତିଶତ ଅଫର୍ ଘୋଷଣା କରିଛନ୍ତି ହିଞ୍ଜିଳିକାଟୁର ୧୦ ଜଣ ଦୋକାନୀ । ଦୋକାନକୁ ଗଲେ, ଗ୍ରାହକଙ୍କୁ ଦୋକାନୀ ପ୍ରଥମେ ଟିକାକରଣ ବିଷୟରେ ପଚାରିବା ସହ ଅଫର୍ କହିବେ । ଡବଲ ଡୋଜ୍ ନେଇଥିଲେ ଖରିଦ୍ ସାମଗ୍ରୀରେ ୫ ପ୍ରତିଶତ ରିହାତି ଦେବେ । ନିଜ ପୌରାଞ୍ଚଳ ସହ ଆଖପାଖ ଗ୍ରାମାଞ୍ଚଳ ଲୋକଙ୍କୁ କରୋନା ଟିକା ଲାଗି ପ୍ରୋତ୍ସାହିତ କରିବାକୁ ଏଭଳି ଉଦ୍ୟମ କରିଛନ୍ତି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ।

Corona 3rd Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ