Advertisment

ସାବଧାନ ! ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ

ଭୁବନେଶ୍ୱର: ହୁତୁହୁତୁ ହୋଇ ଜଳିପୋଡ଼ି ଛାର୍‌ଖାର ହୋଇଯାଉଛି ସାରା ଓଡ଼ିଶାର ଜଙ୍ଗଲ। ଭୟଙ୍କର ଅବସ୍ଥା। ଅସମ୍ଭାଳ ହୋଇପଡ଼ିଲାଣି ସ୍ଥିତି। ଏମୁଣ୍ଡରୁ ସେମୁଣ୍ଡ ଯୁଆଡ଼େ ଚାହିଁବେ ଖାଲି ନିଆଁ ଆଉ ନିଆଁ। ନିଆଁ ଆଉ ଧୂଆଁରେ ଆକ୍ତାମାକ୍ତା ଜୀବଜନ୍ତୁ, ଉଜୁଡ଼ି ଯାଉଛି ସବୁଜିମା। ଜଙ୍ଗଲ ନିଆଁକୁ ରୋକିବାକୁ ସମ୍ବଲପୁର ଡିଏଫ୍ଓ ପଦକ୍ଷେପ ଗ୍ରହଣ କରିଛନ୍ତି। ନିଆଁ ଲଗାଉଥିବା ଲୋକଙ୍କୁ ତୁରନ୍ତ ଗିରଫ କରାଯିବ। ଏହାସହ ଯେଉଁମାନେ ନିଆଁ ଲଗାଉଥିବା ଲୋକଙ୍କ ସୂଚନା ଦେବେ ସେମାନଙ୍କୁ ୫ ହଜାର ଟଙ୍କା […]

ସାବଧାନ ! ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ

fire in forest

Advertisment

ଭୁବନେଶ୍ୱର: ହୁତୁହୁତୁ ହୋଇ ଜଳିପୋଡ଼ି ଛାର୍‌ଖାର ହୋଇଯାଉଛି ସାରା ଓଡ଼ିଶାର ଜଙ୍ଗଲ। ଭୟଙ୍କର ଅବସ୍ଥା। ଅସମ୍ଭାଳ ହୋଇପଡ଼ିଲାଣି ସ୍ଥିତି। ଏମୁଣ୍ଡରୁ ସେମୁଣ୍ଡ ଯୁଆଡ଼େ ଚାହିଁବେ ଖାଲି ନିଆଁ ଆଉ ନିଆଁ। ନିଆଁ ଆଉ ଧୂଆଁରେ ଆକ୍ତାମାକ୍ତା ଜୀବଜନ୍ତୁ, ଉଜୁଡ଼ି ଯାଉଛି ସବୁଜିମା। ଜଙ୍ଗଲ ନିଆଁକୁ ରୋକିବାକୁ ସମ୍ବଲପୁର ଡିଏଫ୍ଓ ପଦକ୍ଷେପ ଗ୍ରହଣ କରିଛନ୍ତି। ନିଆଁ ଲଗାଉଥିବା ଲୋକଙ୍କୁ ତୁରନ୍ତ ଗିରଫ କରାଯିବ। ଏହାସହ ଯେଉଁମାନେ ନିଆଁ ଲଗାଉଥିବା ଲୋକଙ୍କ ସୂଚନା ଦେବେ ସେମାନଙ୍କୁ ୫ ହଜାର ଟଙ୍କା ମିଳିବ।ନିଆଁ ଲିଭାଇବାକୁ ୭୫ ଜଣ ସ୍ୱତନ୍ତ୍ର ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Advertisment

ଶିମିଳିପାଳରେ ଲିଭୁନି ନିଆଁ। ଉତ୍ତର ଶିମିଳିପାଳର ୧୮ଟି ସ୍ଥାନରେ ଲାଗିଛି ନିଆଁ। ଉତ୍ତର ଡିଭିଜନର ୫ଟି ରେଞ୍ଜରେ ଲାଗିଛି ନିଆଁ। ତାଳବନ୍ଧ ରେଞ୍ଜର ୪ ଟି, କେନ୍ଦୁମୁଣ୍ଡି ରେଞ୍ଜର ୬ ଟି, ଗୁରୁଗୁଡ଼ିଆ ରେଞ୍ଜର ୪ଟି, ବରହେଇପାଣି ରେଞ୍ଜର ୩ଟି ଏବଂ ନଅଣା ରେଞ୍ଜର ଗୋଟିଏ ସ୍ଥାନରେ ନିଆଁ ଲାଗିଛି। ତେବେ ଶିମିଳିପାଳ ଅଭୟାରଣ୍ୟରେ ଆହୁରି ଅନେକ ସ୍ଥାନରେ ନିଆଁ ଲାଗିଥିଲେ ବି ସମ୍ପୂର୍ଣ୍ଣ ତଥ୍ୟ ମିଳି ପାରିନାହିଁ।  ନିଆଁ ଲିଭାଇବା କାର୍ଯ୍ୟରେ ଆଜି ୬ଟି ଅଗ୍ନିଶମ ବାହିନୀ ନିୟୋଜିତ ଥିବା ବେଳେ ୧୧ ଶହରୁ ଅଧିକ ବନ ସୁରକ୍ଷା କର୍ମୀ ଏବଂ କର୍ମଚାରୀ ନିୟୋଜିତ ହୋଇଥିବା ସୂଚନା ମିଳିଛି।

ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଓ ରାଜଜେମା ଅକ୍ଷିତା ଭଞ୍ଜଦେଓ ଗତକାଲି ବାଙ୍ଗିରିପୋଷି ରେଞ୍ଜ ତାଳବନ୍ଧ ଗାଁରେ ପହଞ୍ଚିଥିଲେ। ଜଙ୍ଗଲରେ ଲାଗିଥିବା ନିଆଁ ସମ୍ପର୍କରେ ମହାରାଣୀ ଲୋକଙ୍କ ସହ ଆଲୋଚନା କରିଥିଲେ। ଜଙ୍ଗଲ ସୁରକ୍ଷା ପାଇଁ କାମ କରିବା ସହ ଜଙ୍ଗଲରେ ନିଆଁ ନଲଗାଇବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ଏହାପରେ ମହାରାଣୀ ଟଙ୍ଗାଧୁଆ, ରାଇପାଳ, ବାଦାମପୁର ଏବଂ ତାଳବନ୍ଧ ଯାଇ ସେଠାରେ ନିଆଁ ଲିଭାଇଥିଲେ।

Advertisment

ସେପଟେ କୁଳଡିହା ସଂରକ୍ଷିତ ଅଭୟାରଣ୍ୟରେ ୪ ଦିନ ହେବ ଲାଗିଥିବା ନିଆଁ ଲିଭିବାରେ ନାଁ ଧରୁନି। ଗତକାଲି ବିଳମ୍ବିତ ରାତିରେ ଅଭୟାରଣ୍ୟର ବାଲିଚୁଆ ପଟୁ ପୁଣି ଲାଗିଛି ନିଆଁ। ଜଙ୍ଗଲରେ ନିଆଁ ଲାଗିଥିବାରୁ ଏହାର ଆଖପାଖ ଗାଁ ଲୋକେ ଭୟଭୀତ ଅଛନ୍ତି। ଗାଁକୁ ନିଆଁ ନ ବ୍ୟାପିବା ପାଇଁ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଫଳରେ ଗତକାଲି ରାତିରେ ଗାଁର କିଛି ଲୋକ ରାତି ଅନିଦ୍ରା ରହି ସ୍ଥିତି ଉପରେ ନଜର ରଖିଥିବା ସୂଚନା ମିଳିଛି।

Fire In Similipal Forest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ